ପୂରନଙ୍କ ରେକର୍ଡ ଅର୍ଦ୍ଧଶତକ, ଶୀର୍ଷରେ ସୁପର ଜାଏଣ୍ଟସ

ଆରସିବି ଦେଇଥିବା ବିଶାଳ ୨୧୩ ରନର ଲକ୍ଷ୍ୟକୁ ସୁପର ଜାଏଣ୍ଟସ ଶେଷ ବଲରେ ହାସଲ କରି ନେଇଛି।

Pooran PhotoIPL

ବାମରୁ ପୂରନ ଓ ଷ୍ଟୋଇନିସ

Hemant Lenka
  • Published: Tuesday, 11 April 2023
  • Updated: 11 April 2023, 10:11 AM IST

Sports

Latest News

ଚଳିତ ଆଇପିଏଲରେ ଆଉ ଗୋଟିଏ  ରୋମାଞ୍ଚକର ମ୍ୟାଚ୍‌ ଦେଖିଛନ୍ତି କ୍ରିକେଟ ପ୍ରେମୀ। ସୋମବାର ରାତିରେ ଖେଳା ଯାଇଥିବା ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗୋଟିଏ ୱିକେଟରେ ବାଜି ମାରି ନେଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି) ଦେଇଥିବା ବିଶାଳ ୨୧୩ ରନର ଲକ୍ଷ୍ୟକୁ ସୁପର ଜାଏଣ୍ଟସ ଶେଷ ବଲରେ ହାସଲ କରି ନେଇଛି। ଏଥିସହ ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ୪ଟି ମ୍ୟାଚରୁ କେଏଲ ରାହୁଲଙ୍କ ସୁପର ଜାଏଣ୍ଟସ ୩ଟି ବିଜୟ ହାସଲ କରିଛି।

ତେବେ ଲକ୍ଷ୍ନୌକୁ ମ୍ୟାଚ୍‌ ଜିତାଇଛନ୍ତି ୱେଷ୍ଟଇଣ୍ଡିଜ ତାରକା ନିକୋଲସ ପୂରନ। ସେ ରେକର୍ଡ ଅର୍ଦ୍ଧଶତକ ହାସଲ କରି ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି। ୨୩ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଲକ୍ଷ୍ନୌକୁ ପ୍ରଥମେ ମାର୍କସ ଷ୍ଟୋଇନିସ (୩୦ ବଲରେ ୬୫ ରନ) ଓ ଶେଷରେ ପୂରନ(୧୯ ବଲରେ ୬୨) ଉଦ୍ଧାର କରିବା ସହ ବିଜୟ ଭେଟି ଦେଇଛନ୍ତି। ଇମ୍ପାକ୍ଟ ପ୍ଲେୟାର ଆୟୂଷ ବଦୋନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୨୪ ବଲରେ ୩୦ ରନର ଇନିଂସ ଖେଳିଛନ୍ତି।

ପୂରନ ଚଳିତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୫ ବଲରେ ୫୦ ରନ ପୂରଣ କରିଥିଲେ। ୧୬ତମ ଓଭରରେ ୱେନ ପାର୍ନେଲଙ୍କୁ ସୁନ୍ଦର ୬କା ମାରି ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପୂର୍ବରୁ ଚଳିତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ ଅଜିଙ୍କ୍ୟ ରାହାଣେଙ୍କ ନାଁରେ ଥିଲା। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ୧୯ ବଲର ସମ୍ମୁଖୀନ ହୋଇ ୫୦ ରନ କରିଥିଲେ।

Also Read

ପୂରନ ଆଇପିଏଲ ଇତିହାସରେ ମଧ୍ୟ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ କ୍ରିକେଟର ବନିଛନ୍ତି। ତାଙ୍କ ପୂର୍ବରୁ ସୁନୀଲ ନାରିନ ଓ ୟୁସୁଫ ପଠାନ ମଧ୍ୟ ସମାନ ୧୫ ବଲରେ ୫୦ ରନ କରିଥିଲେ। ତେବେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ତାଲିକାରେ କେଏଲ ରାହୁଲ ଓ ପାଟ କମିନ୍ସ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଉଭୟ ୧୪ଟି ଲେଖାଏ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ପୂରନ ଗତକାଲି ମୋଟ ୧୯ଟି ବଲର ସମ୍ମୁଖୀନ ହୋଇ ୬୨ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ଏଥିରେ ସେ ୪ଟି ଚୌକା ଓ ୭ଟି ଛକା ମାରିଛନ୍ତି। ତାଙ୍କ ଇନିଂସ ଯୋଗୁ ଲକ୍ଷ୍ନୌ ମଧ୍ୟ ଶେଷ ବଲରେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି।

ଏହି ଇଣ୍ଡିଜ କ୍ରିକେଟରଙ୍କୁ ଲକ୍ଷ୍ନୌ ୨୦୨୩ ମେଗା ଅକ୍ସନ ବେଳେ ୧୬ କୋଟି ଟଙ୍କାରେ କିଣିଥିଲା। ୨୦୨୨ରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ। ସେ ଗତ ସିଜିନରେ ୧୪ଟି ମ୍ୟାଚ୍‌ ଖେଳି ୧୪୪.୩୪ ଷ୍ଟ୍ରାଇକ ରେଟ୍‌ରେ ୩୦୬ ରନ କରିଥିଲେ।

୨୦୧୯ରେ ପୂରନ ପଞ୍ଜାବ କିଙ୍ଗସ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ। ପଞ୍ଜାବ ସହ ସେ ୩ଟି ସିଜିନ ରହିବା ପରେ ହାଇଦ୍ରାବାଦକୁ ଆସିଥିଲେ। ଏଯାଏ ସେ ୫୧ଟି ମ୍ୟାଚ୍‌ ଖେଳି ୨୭.୭୧ ହାରରେ ମୋଟ ୧୦୫୩ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story