Advertisment

ହ୍ୟାଟ୍ରିକ ବିଜୟ ସହ ଫାଇନାଲ ଖେଳିବ ଶ୍ରୀଲଙ୍କା, ହାରିଲା ପାକିସ୍ତାନ

ଦୁବାଇ: ଏସିଆ କପର ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ରବିବାର ଫାଇନାଲ ଖେଳିବାକୁ ନିଜକୁ ମାନସିକସ୍ତରେ ପ୍ରସ୍ତୁତ କରିଛି ଶ୍ରୀଲଙ୍କା। ପ୍ରଥମେ ଆଫଗାନିସ୍ତାନ ଓ ପରେ ଭାରତକୁ ମତ ଦେଇଥିବା ଶ୍ରୀଲଙ୍କା ଆଜି ଶେଷ ସୁପର ୪ ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ସୁପର ୪ରେ ଏକମାତ୍ର ଦଳ ଭାବେ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ନିଜର […]

ହ୍ୟାଟ୍ରିକ ବିଜୟ ସହ ଫାଇନାଲ ଖେଳିବ ଶ୍ରୀଲଙ୍କା, ହାରିଲା ପାକିସ୍ତାନ

srilanka

Advertisment

ଦୁବାଇ: ଏସିଆ କପର ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ରବିବାର ଫାଇନାଲ ଖେଳିବାକୁ ନିଜକୁ ମାନସିକସ୍ତରେ ପ୍ରସ୍ତୁତ କରିଛି ଶ୍ରୀଲଙ୍କା। ପ୍ରଥମେ ଆଫଗାନିସ୍ତାନ ଓ ପରେ ଭାରତକୁ ମତ ଦେଇଥିବା ଶ୍ରୀଲଙ୍କା ଆଜି ଶେଷ ସୁପର ୪ ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ସୁପର ୪ରେ ଏକମାତ୍ର ଦଳ ଭାବେ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ନିଜର ସୁପର ୪ ଅଭିଯାନ ଶେଷ କରିଛି। ଉଭୟ ଦଳ ରବିବାର ଟ୍ରଫି ପାଇଁ ଲଢ଼ିବେ।

Advertisment

ଆଜି ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୨୧ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୮ ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ପଥୁମ ନିଶାଙ୍କାର ସର୍ବାଧିକ ୫୫ ରନର ଅପରାଜିତ ଇନିଂସ ଖେଳିଛନ୍ତି।

ପାକିସ୍ତାନ ଦେଇଥିବା ୧୨୨ ରନର ଟାର୍ଗେଟକୁ ପିଛା କରୁଥିବା ଶ୍ରୀଲଙ୍କା ୨ ରନରେ ଦୁଇ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। କୁଶଲ ମେଣ୍ଡିସ ଓ ଦନୁସ୍କା ଗୁଣତିଲକ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଧନଞ୍ଜୟ ଡି’ସିଲଭା(୯)ଙ୍କ ସହ ମିଶି ନିଶାଙ୍କା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ କେବଳ ୨୭ ରନ ଭାଗିଦାରୀ କରିପାରିଥିଲେ।

Advertisment

୨୯ ରନରେ ଶ୍ରୀଲଙ୍କା ଧନଞ୍ଜୟଙ୍କୁ ହରାଇଥିଲା। ଏହାପରେ ଭାନୁକା ରାଜପକ୍ଷ(୨୯)ଙ୍କୁ ସାଥୀ କରି ନିଶାଙ୍କା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୧୧.୩ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୮୦ରେ ପହଞ୍ଚାଇ ଦେଇଥିଲେ। ଆବଶ୍ୟକ ନଥିଲେ ମଧ୍ୟ ଏତିକି ବେଳେ ୨୯ ରନ କରିଥିବା ରାଜପକ୍ଷ ବଡ଼ ଶଟ ଖେଳିବା ଲୋଭରେ ଉସମାନ କାଦିରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଅଧିନାୟକ ଦସୁନ ଶଣକା ଦଳକୁ ଜିତିବା ପାଇଁ ୯ ରନ ଦରକାର ଥିବା ବେଳେ ବ୍ୟକ୍ତିଗତ ୨୧ ରନ କରି ଆଉଟ ହୋଇଯାଇଥିଲେ। ସେତେବେଳକୁ ୫୦ ରନ କରି ନିଶାଙ୍କା କ୍ରିଜରେ ଜମି ସାରିଥିଲେ। ତେବେ ତାଙ୍କୁ ଆଉ କିଛି କରିବାକୁ ପଡ଼ି ନଥିଲା। କ୍ରିଜ୍‌କୁ ଆସିଥିବା ୱାନିନ୍ଦୁ ହସରଙ୍ଗା ଡବଲ ଚୌକା ମାରି ଶ୍ରୀଲଙ୍କାକୁ ୧୮ ବଲ ପୂର୍ବରୁ ୫ ୱିକେଟରେ ବିଜୟ ଭେଟି ଦେଇଥିଲେ।

ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ହସରଙ୍ଗା ଚୌକା ମାରି ମ୍ୟାଚ ଶେଷ କରିଥିଲେ। ଶେଷ ଯାଏ ନିଶାଙ୍କା ୪୮ ବଲରେ ୫୫ ରନ କରି ଅପରାଜିତ ରହିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ପାକିସ୍ତାନ ପକ୍ଷରୁ ମହମ୍ମଦ ହୁସୈନ ଓ ହରିଶ ରୌଫ ଦୁଇଟି ୱିକେଟ ନେଇଥିବା ବେଳେ ଉସମାନ କାଦିର ଗୋଟିଏ ସଫଳତା ପାଇଛନ୍ତି।

ଏହାପୂର୍ବରୁ ଶ୍ରୀଲଙ୍କା ସ୍ପିନରଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ୧୨୧ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ସର୍ବାଧିକ ୩୦ ଓ ମହମ୍ମଦ ନୱାଜ ୨୬ ରନର ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ୱିକେଟ ନେଇଥିବା ବେଳେ ତିକଶାନା ଓ ପ୍ରମୋଦ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଧନଞ୍ଜୟ ଓ କରୁଣାରତ୍ନେ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe