Advertisment

ଐତିହାସିକ ଶତକ ପରେ ନୀତୀଶଙ୍କ ପାଇଁ କ୍ୟାଶ ପ୍ରାଇଜ ଘୋଷଣା କଲା ACA

ବକ୍ସିଂ ଡେ ଟେଷ୍ଟରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନୀତୀଶ କୁମାର ଅପରାଜିତ ୧୦୫ ରନର ଇନିଂସ ଖେଳି ନିଜ ଜଲୱାର ପରିଚୟ ଦେଇଛନ୍ତି। ଏଥିପାଇଁ ଏସିଏ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।

Nitish Kumar Reddy

Nitish Kumar Reddy

Advertisment

ଭାରତୀୟ ଟିମର ରାଇଜିଂ ଷ୍ଟାର ନୀତୀଶ କୁମାର ରେଡ୍ଡୀ ଆଜି ମେଲବର୍ଣ୍ଣରେ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଏହି ଶତକ ହାସଲ ପରେ ଆନ୍ଧ୍ର କ୍ରିକେଟ ଆସୋସିଏସନ ତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛି।

Advertisment

ବକ୍ସିଂ ଡେ ଟେଷ୍ଟରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନୀତୀଶ କୁମାର ଅପରାଜିତ ୧୦୫ ରନର ଇନିଂସ ଖେଳି ନିଜ ଜଲୱାର ପରିଚୟ ଦେଇଛନ୍ତି। ଏଥିପାଇଁ ଏସିଏ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।

ଏସିଏ ସଭାପତି କେ ଶିବାନ୍ଥା କହିଛନ୍ତି, “ ଆନ୍ଧ୍ର କ୍ରିକେଟ ଆସୋସିଏସନ ପାଇଁ ଏହା ଅତ୍ୟନ୍ତ ସୌଭାଗ୍ୟ ଓ ଖୁସିର ଦିନ। ଆନ୍ଧ୍ରର ଗୋଟିଏ ପିଲାକୁ ଟେଷ୍ଟ ଫର୍ମାଟ ଓ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟ ପାଇଁ ଚୟନ କରାଯିବା ଆମ ପାଇଁ ବହୁତ ଖୁସିର ବିଷୟ। ଏହାର ସମ୍ମାନାର୍ଥେ ଆନ୍ଧ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ନୀତୀଶ କୁମାର ରେଡ୍ଡୀଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଉଛି।”

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ନୀତୀଶ କୁମାର ରେଡ୍ଡୀ ପ୍ରଥମ ମ୍ୟାଚ୍‌ରୁ ହିଁ ସ୍ଥିର ପ୍ରଦର୍ଶନ କରି ଆସୁଥିଲେ। ୪ର୍ଥ ଟେଷ୍ଟରେ ତାଙ୍କ ଠାରୁ ଦଳ ଗୋଟିଏ ବଡ଼ ଇନିଂସ ଚାହୁଁଥିଲା। ସେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ନିଜେ ଅପରାଜିତ ୧୦୫ ରନର ଇନିଂସ ଖେଳିବା ସହ ୱାଶିଂଟନ ସୁନ୍ଦର (୫୦)ଙ୍କ ସହ ମିଶି ୮ମ ୱିକେଟ ପାଇଁ ୧୨୭ ରନ ଯୋଡ଼ିଛନ୍ତି।

ରେଡ୍ଡୀଙ୍କ ଶତକକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶଂସା କରିଛନ୍ତି। ଏହା ଭାରତୀୟ ଟେଷ୍ଟ ଇତିହାସର ଅନ୍ୟତମ ମହାନ ଶତକ ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି। ଏଥିସହ ସ୍କଟ ବୋଲାଣ୍ଡଙ୍କୁ ଚୌକା ମାରି ନୀତୀଶ କୁମାର ରେଡ୍ଡୀ ଶତକ ହାସଲ କରିବା କ୍ଷଣି ଗାଭାସ୍କର ଛିଡ଼ା ହୋଇ ତାଳି ବି ମାରିଥିଲେ।

Border-Gavaskar Trophy Boxing Day Test Nitish Kumar Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe