Advertisment

୧୪୭ ବର୍ଷରେ ପ୍ରଥମ: ନୀତୀଶ କୁମାର ଓ ୱାଶିଂଟନ କଲେ ଏମିତି ରେକର୍ଡ

ନୀତୀଶ କୁମାର ଭାରତର ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ମାଟିରେ ମେଡେନ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ଓ ଋଷଭ ପନ୍ତଙ୍କ ନାଁ ରହିଛି।

Nitish Kumar Reddy, Washington Sundar

Nitish Kumar Reddy, Washington Sundar

Advertisment

ବକ୍ସଂ ଡେ ଟେଷ୍ଟରେ ଭାରତକୁ ଗୋଟିଏ ଦମଦାର ଇନିଂସର ଆବଶ୍ୟକ ରହିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୮ନଂରେ ବ୍ୟାଟିଂ କରି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ନୀତୀଶ କୁମାର ତୃତୀୟ ଦିନରେ ଅପରାଜିତ ୧୦୫ ରନ କରିଛନ୍ତି। ସେହିପରି ୱାଶିଂଟନ ସୁନ୍ଦରଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଛନ୍ତି। ସୁନ୍ଦର ବି ୫୦ ରନର ଇନିଂସ ଖେଳିଛନ୍ତି।

Advertisment

ନୀତୀଶ କୁମାର ଓ ସୁନ୍ଦରଙ୍କ ଶତକୀୟ ଭାଗିଦାରୀ ଯୋଗୁ ଭାରତୀୟ ଟିମ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ର ଦୃଢ଼ ଜବାବ ମଧ୍ୟ ଦେଇଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ନୀତୀଶ କୁମାର ୧୦୫ ରନ କରି ଅପରାଜିତ ରହିଛନ୍ତି। ଭାରତ ୯ ୱିକେଟ ହରାଇ ୩୫୮ ରନ କରିନେଇଛି।

ଏବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୧୧୬ ରନ ପଛରେ ରହିଛି। ଏକଦା ୨୨୧ ରନରେ ୭ ୱିକେଟ ହରାଇଥିବା ଭାରତକୁ ନୀତୀଶ କୁମାରଙ୍କ ସହ ୱାଶିଂଟନ ସୁନ୍ଦର(୫୦) ନିଶ୍ଚିତ ପରାଜୟରୁ କିଛି ମାତ୍ରାରେ ବାହାର କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଆଜି ନୀତୀଶ କୁମାର ୮ନଂରେ ଓ ସୁନ୍ଦର ୯ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ଦଳୀୟ ସ୍କୋର ୨୨୧/୭ ରହିଥିଲା। ଉଭୟ ୮ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ସିଧା ୩୪୮ ରନରେ ପହଞ୍ଚାଇ ଦେଇଥିଲେ। ନୀତୀଶ କୁମାର ୧୭୬ ବଲରେ ଅପରାଜିତ ୧୦୫ ରନ ଓ ସୁନ୍ଦର ୧୬୨ ବଲରେ ୫୦ ରନ ଇନିଂସ ଖେଳିଛନ୍ତି।

ଏହି ଇନିଂସ ପରେ ନୀତୀଶ କୁମାର ଓ ସୁନ୍ଦରଙ୍କ ନାଁରେ ଯୋଡ଼ି ହୋଇଯାଇଛି ଐତିହାସିକ ରେକର୍ଡ। ୧୪୭ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ୮ନଂ ଓ ୯ନଂରେ ବ୍ୟାଟିଂ କରିଥିବା ପ୍ରତିଟି ଖେଳାଳି ୧୫୦ରୁ ଅଧିକ ବଲ ସାମ୍ନା କରିଛନ୍ତି। ପୂର୍ବରୁ ଉଭୟ ୮ନଂ ଓ ୯ନଂରେ ବ୍ୟାଟିଂ କରିଥିବା ଖେଳାଳି କେବେ ହେଲେ ୧୫୦ରୁ ଅଧିକ ବଲ ଖେଳି ନଥିଲେ।

ଅନ୍ୟପକ୍ଷରେ ନିଜର ମେଡେନ ଶତକ ପରେ ନୀତୀଶ କୁମାର ଭାରତର ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ମାଟିରେ ମେଡେନ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ଓ ଋଷଭ ପନ୍ତଙ୍କ ନାଁ ରହିଛି।

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁକଲର ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟରେ ଶତକ ହାସଲ କରିବା ତାଲିକାର ୧ନଂରେ ରହିଛନ୍ତି। ସେ ୧୯୯୨ରେ ମେଡେନ ସେଞ୍ଚୁରୀ ହାସଲ କରିଥିଲେ। ଏହି ସମୟରେ ତାଙ୍କ ବୟସ ୧୮ ବର୍ଷ ଓ ୨୫୬ ଦିନ ରହିଥିଲା।

ତାଙ୍କ ପଛକୁ ଋଷଭ ପନ୍ତ ରହିଛନ୍ତି। ପନ୍ତ ୨୦୧୯ରେ ଶତକ ମାରିଥିଲେ। ଏହି ସମୟରେ ତାଙ୍କୁ ୨୧ ବର୍ଷ ୯୨ ଦିନ ହୋଇଥିଲା। ନୀତୀଶ କୁମାର ୨୧ ବର୍ଷ ଓ ୨୧୬ ଦିନରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

Border-Gavaskar Trophy Washington Sundar Boxing Day Test Nitish Kumar Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe