Advertisment

ପ୍ଲେଅଫରେ ପହଞ୍ଚିବା ପାଇଁ ଚେନ୍ନାଇକୁ ଦରକାର ୧୭୨ ରନ୍

ଆବୁ ଧାବି: ଦିନେଶ କାର୍ତ୍ତିକ ଓ ନୀତୀଶ ରାଣାଙ୍କ ଦ୍ରୁତ ରନ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୧ ରନ୍ କରିଛି। ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଚେନ୍ନାଇକୁ ପ୍ଲେଅଫ୍ ଯିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ। କେକେଆର୍ ପାଇଁ ରାହୁଲ୍ ତ୍ରିପାଠୀ ସର୍ବାଧିକ ୪୫ ରନ୍ କରିଥିବା ବେଳେ ନୀତୀଶ ଓ କାର୍ତ୍ତିକ ଦ୍ରୁତ ରନ୍ କରି […]

author-image
Ranjit Kumar Jena
ପ୍ଲେଅଫରେ ପହଞ୍ଚିବା ପାଇଁ ଚେନ୍ନାଇକୁ ଦରକାର ୧୭୨ ରନ୍

dinesh-kartik

ଆବୁ ଧାବି: ଦିନେଶ କାର୍ତ୍ତିକ ଓ ନୀତୀଶ ରାଣାଙ୍କ ଦ୍ରୁତ ରନ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୧ ରନ୍ କରିଛି। ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଚେନ୍ନାଇକୁ ପ୍ଲେଅଫ୍ ଯିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ। କେକେଆର୍ ପାଇଁ ରାହୁଲ୍ ତ୍ରିପାଠୀ ସର୍ବାଧିକ ୪୫ ରନ୍ କରିଥିବା ବେଳେ ନୀତୀଶ ଓ କାର୍ତ୍ତିକ ଦ୍ରୁତ ରନ୍ କରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଛନ୍ତି।

Advertisment

ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପ୍ନର ଶୁବମନ୍ ଗିଲ୍ ୯ ରନ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବା ଭେଙ୍କଟେଶ ଆୟର୍ (୧୮) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। କ୍ୟାପଟେନ୍ ଇଆନ୍ ମୋର୍ଗାନ (୮)ଙ୍କର ଖରାପ ଫର୍ମ ଜାରି ରହିଛି। ଅଷ୍ଟ୍ରେଲୀୟ ପେସର୍ ଜୋଶ ହେଜଲଉଡଙ୍କ ବଲରେ ସେ ଫାଫ୍ ଡୁପ୍ଲେସିସଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ରାହୁଲ୍ ତ୍ରିପାଠୀ ପୁଣିଥରେ ନିଜ ବ୍ୟାଟର ଜଲୱା ଦେଖାଇଥିଲେ। ସେ ୩୩ ବଲର ସାମ୍ନା କରି ୪୫ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଓ ୧ ଛକା ସାମିଲ୍ ଅଛି। ରାହୁଲଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନ୍ ବୋଲ୍ଡ କରିଥିଲେ। ରାହୁଲଙ୍କ ଆଉଟ୍ ପରେ ନୀତୀଶ ଓ ଆନ୍ଦ୍ରେ ରସେଲ୍ ସ୍ଥିତି ସମ୍ଭାଳିଥିଲେ।

Advertisment

ରସେଲ ୧୫ ବଲରେ ୨୦ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୧ ବଲରେ ଦ୍ରୁତ ୨୬ ରନ୍ (୩ ଚୌକା, ୧ ଛକା) କରିଥିଲେ। ନୀତୀଶ ଶେଷ ଯାଏ ଅପରାଜିତ ରହି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ନୀତୀଶ ୩୭ (୨୭ ବଲ୍, ୩ ଚୌକା, ୧ ଛକା) ରନ୍ କରିଛନ୍ତି। ଚେନ୍ନାଇ ପକ୍ଷରୁ ହେଜଲଉଡ୍ ଓ ଠାକୁର ୨ଟି ଲେଖାଏ ଓ ଜାଡେଜା ଗୋଟିଏ ୱିକେଟ୍ ନେଇଛନ୍ତି।

IPL 2021