Advertisment

ନୀତୀଶ କୁମାରଙ୍କ ୬୪, ହାଇଦ୍ରାବାଦକୁ ୧୮୨ରେ ରୋକିଲା ପଞ୍ଜାବ

ନୀତୀଶଙ୍କ ବ୍ୟତୀତ ଅବଦୁଲ ସାମଦ ୧୨ ବଲରେ ୨୫ ଓ ଟ୍ରାଭିସ ହେଡ୍‌ ୧୫ ବଲରେ ୨୧ ରନର ଇନିଂସ ଖେଳିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
SRH

SRH

ଯୁବ ତାରକା ନୀତୀଶ କୁମାର ରେଡ୍ଡୀଙ୍କ ୩୭ ବଲରେ ବିସ୍ଫୋରଣ ୬୪ ରନ ସତ୍ତ୍ୱେ ସନ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୮୨ ରନ କରିଛି। ମୋହାଲିର ମୁଲ୍ଲାନପୁରରେ ଖେଳା ଯାଉଥିବା ଏହି ମ୍ୟାଚକୁ ଜିତିବା ପାଇଁ ଘରୋଇ ପଞ୍ଜାବ କିଙ୍ଗସକୁ ୧୮୩ ରନର ଟାର୍ଗେଟ ମିଳିଛି। ନୀତୀଶଙ୍କ ବ୍ୟତୀତ ଅବଦୁଲ ସାମଦ ୧୨ ବଲରେ ୨୫ ଓ ଟ୍ରାଭିସ ହେଡ୍‌ ୧୫ ବଲରେ ୨୧ ରନର ଇନିଂସ ଖେଳିଛନ୍ତି। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୪ ୱିକେଟ ନେଇଛନ୍ତି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ପାଇଁ ହେଡ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଅଭିଷେକ ଶର୍ମା ୧୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏଡେନ ମାର୍କରମ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ହେଡ ଓ ମାର୍କରମଙ୍କୁ ଅର୍ଶଦୀପ ଓ ଅଭିଷେକ ଶର୍ମା ଇଂଲିଶ ଖେଳାଳି ସାମ କୁରାନଙ୍କ ଶିକାର ବନିଥିଲେ।

୩୯ ରନରେ ୩ ୱିକେଟ ହରାଇଥିବା ହାଇଦ୍ରାବାଦକୁ ନୀତୀଶ କୁମାର ଓ ହେଡ୍‌ଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ରାହୁଲ ତ୍ରିପାଠୀ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାହୁଲ କେବଳ ୧୧ ରନ କରି ପାରି ଥିଲେ।

Advertisment

ବିସ୍ଫୋରକ ହେନରିଚ କ୍ଲାସେନ ଆଜି ୯ ରନ କରିଛନ୍ତି। ଉଭୟଙ୍କୁ ହର୍ଷଲ ପଟେଲ ଆଉଟ କରି ହାଇଦ୍ରାବାଦର ରନ ସଂଗ୍ରହୟହାରରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ନୀତୀଶ କୁମାର ଓ ସାମଦ ନିଜର ଜଲୱା ଦେଖାଇଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନୀତୀଶ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୫୦ ଥିବା ବେଳେ ପ୍ରଥମେ ସାମଦ(୨୫) ଅର୍ଶଦୀପଙ୍କ ବଲରେ ଆଉ ହୋଇଥିଲେ। ଆଉ ୧ ରନ ପରେ ନୀତୀଶ (୬୪)ଙ୍କୁ ଆଉଟ କରି ସେହି ଅର୍ଶଦୀପ ହାଇଦ୍ରାବାଦକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ତେବେ ଆଉଟ ହେବା ପୂର୍ବ ସେ ୩୭ ବଲରେ ୫ ଛକା ଓ ୪ଟି ଚୌକା ବଳରେ ୬୪ ରନ କରିଥିଲେ।

ଅଧିନାୟକ ପ୍ୟାଟ କମିନ୍ସ କେବଳ ୩ ରନ କରିଛନ୍ତି। ଭୁବନେଶ୍ୱର କୁମାର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। ଶେହବାଜ ଅହମଦ ୭ ବଲରେ ଅପରାଜିତ ୧୪ ଓ ଶେଷ ବଲରେ ଜୟଦେବ ଉନାଦକତ ୬ ମାରିବାରୁ ହାଇଦ୍ରାବାଦ ୯ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଛି।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ୪ ଓଭରରେ ୨୯ ରନ ଦେଇ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ କୁରାନ ଓ ହର୍ଷଲଙ୍କୁ ୨ଟି ଲେଖାଏ ସଫଳତା ମିଳିଛି। କାଗିସୋ ରବାଡା ଗୋଟିଏ ୱିକେଟ ପାଇଛନ୍ତି।

IPL 2024 Punjab Kings SRH