/odisha-reporter/media/post_attachments/uploadimage/library/16_9/16_9_0/IMAGE_1735389273.jpg)
Nitish Reddy
ଭାରତୀୟ ଟିମର ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମେଲବର୍ଣ୍ଣରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ନୀତୀଶ କୁମାରଙ୍କ ବ୍ୟାଟରୁ ଶତକ ବାହାରିଛି।
ସେ ୮ ନଂରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଭାରତର ସ୍ଥିତି ମଧ୍ୟ ଭଲ ନଥିଲା। ଭାରତ ୧୯୧/୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ୱାଶିଂଟନ ସୁନ୍ଦର(୫୦)ଙ୍କୁ ସାଥୀ କରି ନୀତୀଶ କୁମାର ଭାରତକୁ ସଙ୍କଟରୁ ଉଦ୍ଧାର କରିଛନ୍ତି।
ଏଥିସହ ଆଜି ଖେଳ ଶେଷ ହେବା ଯାଏ ସେ ୧୦୫ ରନ କରି ଅପରାଜିତ ଅଛନ୍ତି। ଆସନ୍ତାକାଲି ସେ ପୁଣି ମହମ୍ମଦ ସିରାଜଙ୍କୁ ସାଥୀ କରି ଭାରତର ସ୍କୋର ଯଥା ସମ୍ଭବ ଆଗକୁ ନେବାକୁ ଚେଷ୍ଟା କରିବେ।
Absolute stuff of dreams ❤️
His father is in tears 🥹❤️
Nitish Kumar Reddy what a sensational knock— 𝘿 (@DilipVK18) December 28, 2024
ତେବେ ମେଲବର୍ଣ୍ଣରେ ନୀତୀଶ କୁମାରଙ୍କ ମେଡେନ ସେଞ୍ଚୁରୀ ଆହୁରି ସ୍ୱତନ୍ତ୍ର ହୋଇଛି। କାରଣ ସେ ଶତକ ହାସଲ କରିବା ବେଳେ ତାଙ୍କ ବାପା ମୁତୟାଲା ରେଡ୍ଡୀ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ନୀତୀଶ କୁମାରଙ୍କ ପ୍ରତିଟି ଶଟକୁ ସେ ଉପଭୋଗ କରିବା ସହ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏପରି କି ପୁଅ ଶତକ ହାସଲ କରିବା ପରେ ତାଙ୍କ ଆଖିରୁ ଖୁସିରେ ଲୁହ ମଧ୍ୟ ଝରି ଯାଇଥିଲା।
ନୀତୀଶ କୁମାର କ୍ରିକେଟର ହେବା ପଛରେ ତାଙ୍କ ବାପା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ତାଙ୍କ ଆଗରେ ଶତକ ହାସଲ କରିବା ନୀତୀଶ କୁମାରଙ୍କୁ ଅଲଗା ପ୍ରକାରର ଖୁସି ଦେଇଛି।
ନୀତୀଶ କୁମାର ୯୪ ରନରେ ପହଞ୍ଚିବା କ୍ଷଣି ତାଙ୍କ ବାପା ହାତ ଯୋଡ଼ି ପ୍ରାର୍ଥନା କରିବା ଆରମ୍ଭ କରିଥିଲେ। ଏହି ସମୟରେ ୫୦ ରନରେ ଖେଳୁଥିବା ୱାଶିଂଟନ ସୁନ୍ଦର ଆଉଟ ହୋଇଯାଇଥିଲେ। ଭାରତକୁ ୮ମ ଝଟକା ଲାଗିଥିଲା। ଏହାପରେ ଯଶପ୍ରୀତ ବୁମ୍ରା ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ନୀତୀଶ କୁମାର ୯୯ ରନରେ ଥିବା ବେଳେ ଭାରତ ୯ମ ୱିକେଟ ହରାଇଥିଲା।
ବୁମ୍ରାଙ୍କୁ ପାଟ କମିନ୍ସ ଯେଉଁ ଓଭରରେ ଆଉଟ କଲେ ସେହି ଓଭରର ଆହୁରି ୩ଟି ବଲ ବାକି ରହିଥିଲା। ମହମ୍ମଦ ସିରାଜଙ୍କୁ ଏହା ସାମ୍ନା କରିବାର ଥିଲା। ଯଦି ସେ ଆଉଟ ହୋଇଯିବେ, ତା’ହେଲେ ନୀତୀଶ ଶତକରୁ ବଞ୍ଚିତ ହେବେ। ଏହାକୁ ନେଇ ସମସ୍ତଙ୍କ ଛାତି ଧଡ଼ଧଡ଼ ହେଉଥିବା ବେଳେ ମୁତୟାଲା ରେଡ୍ଡୀ ଆଖି ବନ୍ଦ କରି ହାତ ଯୋଡ଼ି କେବଳ ଈଶ୍ୱରଙ୍କୁ ଡାକି ଚାଲିଥିଲେ।
Moment of the Match
The way Nitish kumar Reddy father is praying for him ❤️ pic.twitter.com/58kytxWy7r
— The StatPadder (@The_statpadder) December 28, 2024
ସିରାଜ ବେଶ ଚମତ୍କାର ଢଙ୍ଗରେ ୩ଟି ଯାକ ବଲର ସାମ୍ନା କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ମଧ୍ୟ ସିରାଜଙ୍କ ଡିଫେନ୍ସକୁ ବେଶ ଉତ୍ସାହର ସହ ସ୍ୱାଗତ କରିଥିଲେ। ପରବର୍ତ୍ତୀ ଓଭରରେ ନୀତୀଶ କୁମାର ରେଡ୍ଡୀ ଚୌକା ମାରି ଶତକ ହାସଲ କରିବା କ୍ଷଣି ତାଙ୍କ ବାପା ସବୁଠାରୁ ଅଧିକ ଖୁସି ହୋଇଥିଲେ। ସେ ପୂରା ଚିତ୍କାର କରି ନାଚି ଉଠିଥିଲେ। ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ବେଳେ ତାଙ୍କ ଆଖି ମଧ୍ୟ ଜକେଇ ଆସିଥିଲା। ଏହାର ଭିଡିଓ ବି ସାମ୍ନାକୁ ଆସିଛି।
ରେଡ୍ଡୀଙ୍କୁ କ୍ରିକେଟର କରିବା ପାଇଁ ମୁତୟାଲା ସବୁ ପ୍ରକାରର ବଳିଦାନ ଦେଇଛନ୍ତି। ସେ ନିଜେ ଚାକିରି ଛାଡ଼ି ପୁଅକୁ ବଡ଼ ମଣିଷ କରିବାରେ ଲାଗି ପଡ଼ିଥିଲେ। ଚାକିରି ଛାଡ଼ି ଦେବାରୁ ପରିବାର ଲୋକ ଘୋର ଆର୍ଥିକ ସଙ୍କଟରେ ପଡ଼ିଥିଲେ। ଏଥିପାଇଁ ରାତି ରାତି ବସି ମୁତୟାଲା କାନ୍ଦୁଥିଲେ। ଏସବୁ ନିଜେ ନୀତୀଶ କୁମାର ରେଡ୍ଡୀ କହିଥିଲେ।
Father of Nitish Kumar Reddy in tears 🥹❤️ pic.twitter.com/NAxFLhEywn
— Johns. (@CricCrazyJohns) December 28, 2024
ସେ କରିଥିବା ପରିଶ୍ରମ ଯୋଗୁ ନୀତୀଶ କୁମାର ଭାରତ ପାଇଁ ଖେଳି ଶତକ ମାରିଥିବାରୁ ମୁତୟାଲା ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
