Advertisment

୩ୟ ଟେଷ୍ଟ ପାଇଁ ଟିମ ଘୋଷଣା କଲା ଇଂଲଣ୍ଡ, ଆଣ୍ଡରସନ ଆଉଟ୍‌

ପ୍ରଥମ ଦୁଇଟି ଟେଷ୍ଟରେ ନିଜର ଚମକ ଦେଖାଇ ପାରି ନଥିବା ଭେଟରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ମାର୍କ ଉଡ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

England

England

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଆସେସ୍‌ ସିରିଜ୍‌ରେ ୨-୦ରେ ପଛରେ ଥିବା ଘରୋଇ ଇଂଲଣ୍ଡ ଏବେ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗୁରୁବାର ଠାରୁ ଲିଡ୍ସରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ଆଜି ହିଁ ଘରୋଇ ଇଂଲିଶ ଟିମ୍‌ ତା’ର ଚୂଡ଼ାନ୍ତ ଏକାଦଶରେ ସାମିଲ ଥିବା ଖେଳାଳିଙ୍କ ନାଁ ଘୋଷଣା କରିଛି।

Advertisment

ପ୍ରଥମ ଦୁଇଟି ଟେଷ୍ଟରେ ନିଜର ଚମକ ଦେଖାଇ ପାରି ନଥିବା ଭେଟରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ମାର୍କ ଉଡ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ସେହିପରି ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ଆଉ ଦୁଇଟି ପରିବର୍ତ୍ତନ କରିଛି। ପ୍ରଥମ ଦୁଇ ଟେଷ୍ଟ ଖେଳି ନଥିବା ଅଭିଜ୍ଞ କ୍ରିସ ୱକ୍ସ ଟିମକୁ ଫେରିଛନ୍ତି। ଆହତ ସମସ୍ୟା ଯୋଗୁ ଲର୍ଡସ ଟେଷ୍ଟରୁ ବାଦ ପଡ଼ିଥିବା ମୋଇନ ଅଲୀ ଚୂଡ଼ାନ୍ତ ଏକାଦଶରେ ପୁଣି ସ୍ଥାନ ପାଇଛନ୍ତି।

Advertisment

ଲର୍ଡସରେ ଇଂଲଣ୍ଡ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରିବା ସହ ସର୍ବାଧିକ ୱିକେଟ ଦଖଲ କରିଥିବା ଜୋଶ ଟଙ୍ଗ ଦୁର୍ଭାଗ୍ୟବଶତଃ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ସେହିପରି ଦଳର ଉପ ଅଧିନାୟକ ଓଲି ପପ୍‌ ଦ୍ୱିତୀୟ ଟେଷ୍ଟ ବେଳେ ଆହତ ହୋଇଥିଲେ। ତାଙ୍କ କାନ୍ଧ ଖସି ଯାଇଥିବାରୁ ସେ ମଧ୍ୟ ତୃତୀୟ ଟେଷ୍ଟ ଖେଳି ପାରିବେ ନାହିଁ।

ୱକ୍ସ ଓ ମୋଇନ ଅଲୀଙ୍କ କମବ୍ୟାକ୍‌ ଇଂଲଣ୍ଡକୁ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅଧିକ ଶକ୍ତିଶାଳୀ କରିବ। ଏଜବାଷ୍ଟନ ଓ ଲର୍ଡସରେ ଅଷ୍ଟ୍ରେଲିଆ ନାଟକୀୟ ବିଜୟ ସହ ଆସେସ୍‌ ସିରିଜ୍‌ରେ ବର୍ତ୍ତମାନ ସୁଦ୍ଧା ୨-୦ରେ ଆଗୁଆ ରହିଛି। ତେଣୁ ଇଂଲଣ୍ଡକୁ ଯେମିତି ହେଲେ ତୃତୀୟ ଟେଷ୍ଟ ଜିତିବାକୁ ପଡ଼ିବ। ନଚେତ ଦଳ ଆସେସ ସିରଜ୍‌ ହରାଇବ।

ଯଦି ଅଷ୍ଟ୍ରେଲିଆ ଲିଡ୍ସରେ ଜିତିବ, ତା’ହେଲେ ପ୍ୟାଟ କମିନ୍ସ ୨୨ ବର୍ଷ ମଧ୍ୟରେ ପ୍ରଥମେ ଅଷ୍ଟ୍ରେଲୀୟ ଅଧିନାୟକ ଭାବେ ଇଂଲଣ୍ଡରେ ଆସେସ ଜିତିବାର ରେକର୍ଡ କରିବେ।

Cricket England Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe