Advertisment

ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି

ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ 2009ରୁ ବକେୟା ରହିଛି ବିଦ୍ୟୁତ୍ ବିଲ୍।

ଅଦ୍ୟତନ ହୋଇଛି
Stadium

Stadium

Advertisment

ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-20 ମ୍ୟାଚ୍। ହେଲେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ମ୍ୟାଚ୍ ଖେଳାଯିବାକୁ ଥିବା ଷ୍ଟାଡିୟମରେ ନାହିଁ ବିଦ୍ୟୁତ ସଂଯୋଗ। ଜେନେରେଟର ସଂଯୋଗରେ ଖେଳାଯିବ ପୂରା ମ୍ୟାଚ୍। 

Advertisment

ସୂଚନା ଅନୁସାରେ, ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ରହିଛି ଏହି ସମସ୍ୟା। 2009 ମସିହାରୁ ବକେୟା ଥିବା ବିଦ୍ୟୁତ୍ ବିଲ୍ କାରଣରୁ ଷ୍ଟାଡିୟମର କିଛି ଅଂଶରେ ବିଦ୍ୟୁତ୍ ସୁବିଧା ନାହିଁ। ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ ଉପରେ 3.16 କୋଟି ଟଙ୍କାର ବିଲ୍ ବକେୟା ରହିଛି। ଏହି କାରଣରୁ 5 ବର୍ଷ ହେବ ଷ୍ଟାଡିୟମରେ କରେଣ୍ଟ ନାହିଁ।

ଛତିଶଗଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଅନୁରୋଧ କ୍ରମେ ଏକ ଅସ୍ଥାୟୀ ସଂଯୋଗ ସ୍ଥାପନ କରାଯାଇଥିଲା, କିନ୍ତୁ ତାହା କେବଳ ଦର୍ଶକଙ୍କ ଗ୍ୟାଲେରୀ ଏବଂ ବକ୍ସକୁ ସଂଯୋଗ କରିଥିଲା। ଅନ୍ୟ ସବୁ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ କରିବାକୁ ହେଲେ ଜେରେନେଟର ବ୍ୟବହାର କରାଯାଏ। 

Advertisment

ରାୟପୁର ଗ୍ରାମୀଣ ସର୍କଲର ଦାୟିତ୍ୱରେ ଥିବା ଅଶୋକ ଖଣ୍ଡେଲୱାଲ କହିଛନ୍ତି ଯେ, ଷ୍ଟାଡିୟମର ଅସ୍ଥାୟୀ ସଂଯୋଗର କ୍ଷମତା ବୃଦ୍ଧି ପାଇଁ କ୍ରିକେଟ୍ ଆସୋସିଏସନ ସଭାପତି ଆବେଦନ କରିଛନ୍ତି। ବର୍ତ୍ତମାନ, ଅସ୍ଥାୟୀ ସଂଯୋଗର କ୍ଷମତା 200 KV ରହିଛି, ଏହାକୁ 1 ହଜାର KV କରିବାକୁ କରାଯାଇଥିବା ଆବେଦନକୁ ଅନୁମୋଦନ ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ।

2018ରେ ଏଠାରେ ଏକ ମ୍ୟାଚ୍ ଚାଲିଥିବା ସମୟରେ ବିଦ୍ୟୁତ୍ ସମସ୍ୟା କଥା ସାମ୍ନାକୁ ଆସିଥିଲା। ଏହାପରେ 2009 ମସିହାରୁ 3.16 କୋଟି ଟଙ୍କାର ବିଲ୍ ବକେୟା ପଡିବା କଥା ଜଣାପଡିଥିଲା। ସେବେଠାରୁ ଏହି ସମସ୍ୟାର ସମାଧାନ କରାଯାଇ ନାହିଁ। କ୍ରୀଡା ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଥିବା ବିବାଦ କାରଣରୁ ଏହି ସମସ୍ୟା ଉପୁଜିଛି।

ସେବେଠାରୁ ଷ୍ଟାଡିୟମରେ ତିନୋଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳା ସରିଲାଣି। ଆଜିର ମ୍ୟାଚରେ ସେପରି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସମସ୍ତଙ୍କ ଆଶା।

India Vs Australia IndVsAus T-20
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe