Advertisment

ବର୍ଡର-ଗାଭାସ୍କର ଟ୍ରଫି ଓ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଘୋଷଣା ହେଲା ଦଳ: ଶାମି ପୁଣି ନିରାଶ

ଆହତ ସମସ୍ୟା ଦେଇ ଗତି କରୁଥିବା ଭେଟରାନ ସ୍ପିଡଷ୍ଟର ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ସେ ଫିଟ ଥିବା ଦାବି କରୁଥିଲେ ହେଁ ତାଙ୍କୁ ସ୍କ୍ୱାଡରେ ରଖାଯାଇ ନାହିଁ।

Mohammed Shami

Mohammed Shami

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଆଜି ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ନଭେମ୍ବର ୨୨ରୁ ପର୍ଥରେ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ।

Advertisment

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମରେ ଯଶପ୍ରୀତ ବୁମ୍ରା ଉପ ଅଧିନାୟକ ଭାବେ କାର୍ଯ୍ୟ କରିବେ। ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ଭେଟରାନ ସ୍ପିଡଷ୍ଟର ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ସେ ଫିଟ ଥିବା ଦାବି କରୁଥିଲେ ହେଁ ତାଙ୍କୁ ସ୍କ୍ୱାଡରେ ରଖାଯାଇ ନାହିଁ।

ପ୍ରଥମଥର ପାଇଁ ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସ୍କ୍ୱାଡରେ ସୁଯୋଗ ମିଳିଛି। ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମଧ୍ୟ ପ୍ରଥମଥର ଟେଷ୍ଟ ଟିମରେ ସୁଯୋଗ ପାଇଛନ୍ତି। ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚାଲିଥିବା ଅଭିମନ୍ୟୁ ଈଶ୍ୱରନ ଆଜି ଘୋଷଣା ହୋଇଥିବା ସ୍କ୍ୱାଡରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି।

Advertisment

ଦଳରେ ଋଷଭ ପନ୍ତଙ୍କ ସହ ଧ୍ରୁବ ଜୁରେଲ ୱିକେଟ କିପର ଭୂମିକାରେ ରହିବେ। ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ ଓ ବିରାଟ କୋହଲି ଟପ୍ ଅର୍ଡର ସମ୍ଭାଳିବେ। ମଧ୍ୟକ୍ରମ ବ୍ୟାଟର ଭାବେ କେଏଲ ରାହୁଲ ଓ ସର୍ଫରାଜ ଖାନଙ୍କୁ ଚୟନ କରାଯାଇଇଛି।

ବୁମ୍ରା ଓ ରାଣାଙ୍କ ବ୍ୟତୀତ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ମହମ୍ମଦ ସିରାଜ, ଆକାଶ ଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା ଅଛନ୍ତି। ରବି ଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ସ୍ପିନ ବୋଲର ଭାବେ ଦଳରେ ରହିଛନ୍ତି।

କୁଲଦୀପ ଯାଦବ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବିସିସିଆର ଏକ୍ସିଲେନ୍ସୀ କେନ୍ଦ୍ରକୁ ଯିବେ। ସେଠାରେ ତାଙ୍କର ଆହତ ସମସ୍ୟାର ଚିକିତ୍ସା ହେବ ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରେ ତାଙ୍କୁ ରଖାଯାଇ ନାହିଁ। ଅନ୍ୟତମ ବାମହାତୀ ସ୍ପିନର ଅକ୍ଷର ପଟେଲ ମଧ୍ୟ ସ୍କ୍ୱାଡରେ ନାହାନ୍ତି।

ରିଜର୍ଭ ଖେଳାଳି ଭାବେ ଦଳ ସହ ମୁକେଶ କୁମାର, ନବଦୀପ ସୈନି ଓ ଖଲୀଲ ଅହମଦ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ) ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଈଶ୍ୱରନ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବି ଅଶ୍ୱିନଳ ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ ଓ ୱାଶିଂଟନ ସୁନ୍ଦର।

ଅନ୍ୟପକ୍ଷରେ ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ ୪ଟିକିଆ ଟି-୨୦ ସିରିଜ ଖେଳିବ। ଏଥିପାଇଁ ମଧ୍ୟ ଆଜି ବିସିସିଆଇ ସ୍କ୍ୱାଡ ଘୋଷଣା କରିଛି। ଆହତ ସମସ୍ୟା ଯୋଗୁ ଶିବମ ଦୁବେ, ମୟଙ୍କ ଯାଦବ ଓ ରିୟାନ ପରାଗ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି। ଏମାନଙ୍କୁ ବାଦ ଦିଆଯାଇ ସ୍କ୍ୱାଡ ଘୋଷଣା ହୋଇଛି। ବର୍ଡର-ଗାଭାସ୍କର ଟ୍ରଫିରେ ଅକ୍ଷର ପଟେଲ ସୁଯୋଗ ପାଇ ନଥିଲେ ହେଁ ଟି-୨୦ ସ୍କ୍ୱାଡରେ ସେ ରହିଛନ୍ତି।

ଟି-୨୦ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାଖ, ଆଭେଶ ଖାନ ଓ ୟାଶ ଦୟାଲ।

Mohammed Shami Test Match Test Series
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe