ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ମଝିରେ କେବଳ ଗୋଟିଏ ଦିନ ବାକି ରହିଛି। ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ପର୍ଥରେ ମୁହାଁମୁହିଁ ହେବେ।
ପ୍ରଥମ ଟେଷ୍ଟରେ ଭାରତରର ନେତୃତ୍ୱ ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ ନାହିଁ। ତାଙ୍କ ବଦଳରେ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିବେ। ସେହିପରି ଆହତ କାରଣରୁ ଶୁଭମନ ଗିଲ ମଧ୍ୟ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି।
ଏବେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପର୍ଥ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବ ନାହିଁ। ଭାରତ ଏକମାତ୍ର ସ୍ପିନର ରବିଚନ୍ଦ୍ର ଅଶ୍ୱିନଙ୍କ ସହ ପଡ଼ିଆକୁ ଓହ୍ଲାଇବ। ଦ୍ରୁତ ବୋଲରଙ୍କୁ ପିଚ୍ ସୁହାଇବାର ସମ୍ଭାବନା ଥିବାରୁ ଟିମ ମ୍ୟାନେଜମେଣ୍ଟ ଏପରି ନିଷ୍ପତ୍ତି ନେଇଛି।
ଦଳ ୩ ଦ୍ରୁତ ବୋଲର ଓ ଦ୍ରୁତି ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ପ୍ରଥମ ଟେଷ୍ଟ ଖେଳିବ। ନୀତୀଶ କୁମାର ରେଡ୍ଡୀ ଏଯାଏ ଟେଷ୍ଟରେ ଡେବ୍ୟୁ କରି ନାହାନ୍ତି। ତେଣୁ ପ୍ରଥମ ଟେଷ୍ଟରେ ସେ ଭାରତ ପାଇଁ ଡେବ୍ୟୁ କରିବେ।
ଜାଡେଜାଙ୍କ ବଦଳରେ ଅଶ୍ୱିନଙ୍କୁ ସୁଯୋଗ ଦେବା ପଛରେ ଯଥେଷ୍ଟ କାରଣ ରହିଛି। କାରଣ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ ଉସମାନ ଖାୱାଜା, ଟ୍ରାଭିସ ହେଡ ଓ ଆଲେକ୍ସ କେରୀଙ୍କ ଭଳି ବାମହାତୀ ବ୍ୟାଟର ରହିଛନ୍ତି। ତେଣୁ ଅଶ୍ୱିନ ଏମାନଙ୍କ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇପାରନ୍ତି।
ଅଶ୍ୱିନଙ୍କ ବ୍ୟତୀତ ସ୍କ୍ୱାଡରେ ଜାଡେଜା ଓ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।