Advertisment

ରୋହିତ ଶର୍ମାଙ୍କ ସମ୍ପର୍କରେ ବଡ଼ କଥା କହିଲେ ୱାସିମ ଆକ୍ରମ

ବିଶ୍ୱକପରେ କ୍ରମାଗତ ୯ ବିଜୟ ହାସଲ କରିବାର ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ଏହାପୂର୍ବରୁ ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନ୍ସିରେ ଭାରତ ବିଶ୍ୱକପରେ କ୍ରମାଗତ ୮ ବିଜୟ ହାସଲ କରିଥିଲା। କିନ୍ତୁ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ କ୍ରମାଗତ ୯ ବିଜୟ ହାସଲ କରି ନୂଆ ରେକର୍ଡ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rohit Sharma

Rohit Sharma

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସମ୍ପର୍କରେ ବଡ଼ କଥା କହିଛନ୍ତି କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମ। ବିଶ୍ୱକପର ରାଉଣ୍ଡ ରବିନ ଫର୍ମାଟରେ ଭାରତ ୯ ମ୍ୟାଚ୍‌ରୁ ୯ ବିଜୟ ସହ ସେମି ଫାଇନାଲ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିଛି।

Advertisment

ବିଶ୍ୱକପରେ କ୍ରମାଗତ ୯ ବିଜୟ ହାସଲ କରିବାର ରେକର୍ଡ ରୋହିତ ନିଜ ନାଁରେ ମଧ୍ୟ କରିଛନ୍ତି। ଏହାପୂର୍ବରୁ ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନ୍ସିରେ ଭାରତ ବିଶ୍ୱକପରେ କ୍ରମାଗତ ୮ ବିଜୟ ହାସଲ କରିଥିଲା। କିନ୍ତୁ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ କ୍ରମାଗତ ୯ ବିଜୟ ହାସଲ କରି ନୂଆ ରେକର୍ଡ କରିଛି।

ଭାରତ ରବିବାର ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ରେ ଡଚ୍‌ ଟିମକୁ ୧୬୦ ରନ ହରାଇଥିଲା। ଏହାପରେ ୯ ମ୍ୟାଚ୍‌ରୁ ୯ ବିଜୟର ରେକର୍ଡ ନିଜ ନାଁରେ କରିଥିଲେ। ଭାରତର ରେକର୍ଡ ବିଜୟକୁ ଦେଶର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭାରତର ବିଜୟକୁ ବିଶ୍ଲେଷଣ କରାଯାଇଛି।

Advertisment

ପାକିସ୍ତାନର ସ୍ପୋର୍ଟସ ଚ୍ୟାନେଲ ଏସ୍ପୋର୍ଟସରେ ୱାସିମ ଆକ୍ରମ, ସୋଏବ ମାଲିକ ଓ ମିଶବା ଉଲ ହକ ଭାରତୀୟ ଟିମକୁ ପ୍ରଶଂସା କରିଛନ୍ତି। ପାକିସ୍ତାନ କ୍ରିକେଟର ଟିମର ୩ ପୂର୍ବତନ ଅଧିନାୟକ ଭାରତର କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶଂସାରେ ପୋତି ପକାଇଛନ୍ତି।

ଭାରତ ଅବିଶ୍ୱସନୀୟ ବ୍ୟାଟିଂ ସମ୍ପର୍କରେ ମତ ରଖି ୱାସିମ ଆକ୍ରମ କହିଛନ୍ତି, “ହଁ, ୫୦ ଓଭରରେ ୪୧୦/୪ ନିଶ୍ଚିତ ଗୋଟିଏ ବଡ଼ ସ୍କୋର। ରୋହିତ ଶର୍ମା ୬୧ ଓ ଶୁବମନ ଗିଲ ୩୨ ବଲରେ ୫୧ ରନ କରିଛନ୍ତି। ଉଭୟ ପ୍ରଥମ ୧୦ ଓଭରରେ ୯୧ ରନ ଯୋଡ଼ିଥିଲେ। ସେହି ସମୟରେ ହିଁ ମ୍ୟାଚ ଶେଷ ହୋଇଯାଇଥିଲା।

ମୋର କହିବାର ଅର୍ଥ ସେମାନେ ପୁଣି ଯେମିତି ଖେଳିଛନ୍ତି, ତା’ହା ମ୍ୟାଚ୍‌ ଜିତିବା ଏକପ୍ରକାରର ନିଶ୍ଚିତ କରିଥିଲା। ରୋହିତ ଶର୍ମା ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ କରିଛନ୍ତି। ମୋତେ ଲାଗୁନି ରୋହିତଙ୍କ ଭଳି ଖେଳାଳି ବିଶ୍ୱ କ୍ରିକେଟରେ କେହି ଅଛନ୍ତି।

ଆମେ ସବୁବେଳେ ବିରାଟ କୋହଲି, ଜୋ ରୁଟ, କେନ ୱିଲିୟମସନ ଓ ବାବର ଆଜମଙ୍କ ସମ୍ପର୍କରେ କଥା ହେଉଛୁ। କିନ୍ତୁ ଏମାନଙ୍କ ଠାରୁ ରୋହିତ ଭିନ୍ନ। କାରଣ ସେ ବ୍ୟାଟିଂକୁ ଅତି ସହଜ କରି ଦିଅନ୍ତି। ଯେକୌଣସି ପରିସ୍ଥିତି ଓ ଯେକୌଣସି ବୋଲିଂକୁ ସେ ବହୁତ ସହଜରେ ଶଟ ମାରନ୍ତି। ଏହା ହିଁ ତାଙ୍କ ବିଶେଷତ୍ୱ।”

ସୋଏବ ମଲିକ ଏହି ସମୟରେ କହିଛନ୍ତି, “ରୋହିତ ଶର୍ମା ଏମିତି ଜଣେ ବ୍ୟାଟର ଯିଏ ପ୍ରତିପକ୍ଷ ଟିମ ପାଖରେ ୫ ବୋଲର ଥିବା ବେଳେ ସେ ସମସ୍ତଙ୍କୁ ପ୍ରହାର କରନ୍ତି। ଆଉ ୱାସିମ ଭାଇ ଯେଉଁ ସବୁ ବ୍ୟାଟରଙ୍କ ନାଁ ନେଇଛନ୍ତି, ସେମାନେ ୩ ଜଣଙ୍କୁ ଶଟ ମାରନ୍ତି। ସେମାନେ ସମସ୍ତ ୫ ବୋଲରଙ୍କୁ ମାରନ୍ତି ନାହିଁ। ସେମାନେ ୬ଷ୍ଠ ଓ ୭ମ ବୋଲରଙ୍କୁ କଡ଼ା ପ୍ରହାର କରିବାକୁ ପସନ୍ଦ କରନ୍ତି।”

ୱାସିମ ଆକ୍ରମ ପୁଣି କହିଛନ୍ତି, “ପଞ୍ଜାବୀରେ ଯେଉଁ କହନ୍ତି ନା ଆସିବା ମାତ୍ରେ ରୋହିତ ଟେମ୍ପୋ ହିଁ ଚେଞ୍ଜ କରି ଦେଇଥାଆନ୍ତି। ସେ ବିରୋଧୀ ଟିମର ବୋଲର ଓ ଖେଳାଳିଙ୍କୁ ବ୍ୟାକଫୁଟକୁ ଠେଲି ଦେବାରେ ମାହିର।” କେବଳ ଆକ୍ରମ ଓ ମଲିକ ନୁହନ୍ତି ମିଶବା ମଧ୍ୟ ରୋହିତ ଏବଂ ଟିମ ଇଣ୍ଡିଆର ପ୍ରଶଂସା କରିଛନ୍ତି।

Indian Cricket Team Rohit Sharma