Virat
ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବାବର ଆଜମ ଟି-୨୦ ଫର୍ମାଟରେ ତାଙ୍କ ପସନ୍ଦର ବିଶ୍ୱ ଏକାଦଶ ବାଛିଛନ୍ତି। ହେଲେ ସେ ଚୟନ କରି ଥିବା ବିଶ୍ୱ ଟି-୨୦ ଏକାଦଶରେ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ନ ରହିବା ସମସ୍ତଙ୍କୁ ଚକିତ କରିଛି। ବିଶ୍ୱ ଟି-୨୦ରେ ବିରାଟ ଓ ବୁମ୍ରା ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ। ତଥାପି ବାବର ଉଭୟଙ୍କୁ ନିଜ ପସନ୍ଦର ଟି-୨୦ରେ ରଖି ନାହାନ୍ତି।
ବୁମ୍ରା ନିଃସନ୍ଦେହ ଭାବେ କ୍ରିକେଟର ୩ଟି ଯାକ ଫର୍ମାଟର ମହାନ ବୋଲର। ବିରାଟ ମଧ୍ୟ ନିଜ ବ୍ୟାଟିଂ ବଳରେ ବିଶ୍ୱ କ୍ରିକେଟରେ ନିଜର ଦବାଦବା ଦେଖାଇଛନ୍ତି। ବାବରଙ୍କୁ ଗୋଟିଏ ଦେଶର ସର୍ବାଧିକ ଦୁଇ ଜଣ ଖେଳାଳିଙ୍କୁ ବାଛିବାକୁ ବିକଳ୍ପ ରହିଥିଲା। ତେଣୁ ସେ ଭାରତରୁ କେବଳ ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ତାଙ୍କ ବିଶ୍ୱ ଟି-୨୦ ଏକାଦଶରେ ରଖିଛନ୍ତି।
ଜାଲିମ ଟିଭି ପକ୍ଷରୁ ଆୟୋଜିତ ପୋଡକାଷ୍ଟରେ ବାବର ସାମିଲ ହୋଇଥିଲେ। ପିଏସଏଲରେ ପେଶାୱର ଜାଲମିର ଅଧିନାୟକ ମଧ୍ୟ ବାବର। ପୋଡକାଷ୍ଟରେ ତାଙ୍କୁ ନିଜ ପସନ୍ଦର ବିଶ୍ୱ ଟି-୨୦ ଏକାଦଶ ବାଛିବାକୁ କୁହାଯାଇଥିଲା। ଏହାପରେ ସେ ବିଶ୍ୱ ଟି-୨୦ ଟିମରେ କାହାକୁ ରଖିବେ, ସେମାନଙ୍କ ନାଁ ନେଇଛନ୍ତି।
ବାବରଙ୍କ ବିଶ୍ୱ ଟି-୨୦ ଏକାଦଶ
ରୋହିତ ଶର୍ମା(ଭାରତ), ମହମ୍ମଦ ରିଜୱାନ(ପାକିସ୍ତାନ), ଫଖର ଜମାନ(ପାକିସ୍ତାନ) ସୂର୍ଯ୍ୟ କୁମାର ଯାଦବ(ଭାରତ), ଜୋଶ ବଟଲର(ଇଂଲଣ୍ଡ), ଡାଭିଡ ମିଲର(ଦକ୍ଷିଣ ଆଫ୍ରିକା), ମାର୍କୋ ୟାନସେନ(ଦକ୍ଷିଣ ଆଫ୍ରିକା), ରାଶିଦ ଖାନ(ଆଫଗାନିସ୍ତାନ), ପାଟ କମିନ୍ସ(ଅଷ୍ଟ୍ରେଲିଆ), ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ) ଓ ମାର୍କ ଉଡ(ଇଂଲଣ୍ଡ)।
ନିକଟରେ ବାବରଙ୍କୁ ଇଂଲଣ୍ଡ ବ୍ୟାଟର ସାମ ବିଲିଙ୍ଗ୍ସ ଟ୍ରୋଲ କରିଥିଲେ। ପିଏସଏଲ ଖେଳୁଥିବା ଦୁଇ କ୍ରିକେଟ ହାସଲ କରିଥିବା ଦୁଇ ପରସ୍ପର ବିରୋଧୀ ରେକର୍ଡକୁ ବିଲିଙ୍ଗ୍ସ ଶେୟାର କରରିଥିଲେ। ପିଏସଏଲ ୨୦୨୫ରେ ବିଲିଙ୍ଗ୍ସ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି।
ସେ ୧୯ ବଲରେ ଅର୍ଦ୍ଧଶତକ ମାରିଥିଲେ। ସେହିପରି ବାବର ୨୦୨୫ ପିଏସଏଲରେ ସବୁ ଠାରୁ ଧିମା ଅର୍ଦ୍ଧଶତକ ହାସଲ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୪୭ ବଲରେ ୫୦ ରନ ପୂରଣ କରିଥିଲେ।
ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ଭଳି ପିଏସ୍ଏଲ ମଧ୍ୟ ପ୍ରାୟ ସପ୍ତାହ ଯାଏ ବନ୍ଦ ରହିଥିଲା। ଆଜି ଠାରୁ ଭାରତରେ ଆଇପିଏଲ ଆରମ୍ଭ ହେଉଥିବା ବେଳେ ପାକିସ୍ତାନରେ ମଧ୍ୟ ପିଏସ୍ଏଲ ଷ୍ଟାର୍ଟ ହେଉଛି। ଆଇପିଏଲର ଫାଇନାଲ ଜୁନ ୩ରେ ଖେଳାଯିବ। କିନ୍ତୁ ପିଏସଏଲ ଫାଇନାଲ ମେ’ ୨୫ରେ ଅନୁଷ୍ଠିତ ହେବ ବୋଲି ପିସିବି ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Virat_1747480537.jpg)