୭୩ ବର୍ଷର ଇତିହାସରେ ପ୍ରଥମ ଘଟଣା: କେଉଁ ସବୁ ରେକର୍ଡ କଲେ ପାକିସ୍ତାନର ନୋମାନ ଅଲୀ?

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନୋମାନ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

Noman

ନୋମାନ ଅଲୀ

Hemant Lenka
  • Published: Saturday, 25 January 2025
  • Updated: 25 January 2025, 04:17 PM IST

News Highlights

  • ନୋମାନଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ ୩୮ ରନରେ ୭ଟି ୱିକେଟ ହରାଇଥିଲା
  • ନୋମାନ ଇନିଂସର ୧୨ତମ ଓଭରରେ ହ୍ୟାଟ୍ରିକ ନେଇଛନ୍ତି
  • ୧୯୫୨ରୁ ପାକିସ୍ତାନ ଟେଷ୍ଟ କ୍ରିକେଟ ଖେଳି ଚାଲିଛି
  • ଇଣ୍ଡିଜ ଟିମ ମଧ୍ୟ ପ୍ରଥମ ଇନିଂସରେ ୧୬୩ ରନରେ ଅଲଆଉଟ ହୋଇଯାଇଛି
  • ନୋମାନ ଅଲୀ ପାକିସ୍ତାନର ୫ମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି

Sports

Latest News

ପାକିସ୍ତାନର ସ୍ପିନର ନୋମାନ ଅଲୀ ନିଜ ନାଁକୁ ଇତିହାସ ପୃଷ୍ଟାରେ ଲିପିବଦ୍ଧ କରିଛନ୍ତି। ସେ ପାକିସ୍ତାନର ପ୍ରଥମ ସ୍ପିନ ବୋଲର ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି। ପାକିସ୍ତାନ ୧୯୫୨ରୁ ଟେଷ୍ଟ କ୍ରିକେଟ ଖେଳି ଆସୁଥିଲେ ହେଁ ଆଜି ଯାଏ ଦେଶର କୌଣସି ସ୍ପିନର ଜାତୀୟ ଦଳ ପାଇଁ ହ୍ୟାଟ୍ରିକ ନେଇ ନଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନୋମାନ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ ଟିମର ଜଷ୍ଟିନ ଗ୍ରେଭେସ, ତେଭିନ ଇମଲାଚ ଓ କେଭିନ ସିନକ୍ଲୈରଙ୍କୁ କ୍ରମାଗତ ୩ଟି ବଲରେ ଆଉଟ କରି ଇତିହାସ ସୃଷ୍ଟି କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନୋମାନଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ ୩୮ ରନରେ ୭ଟି ୱିକେଟ ହରାଇଥିଲା। ସେହିପରି ନୋମାନ ଇନିଂସର ୧୨ତମ ଓଭରରେ ହ୍ୟାଟ୍ରିକ ନେଇ ଇତିହାସ ରଚିବାକୁ ସକ୍ଷମ ହୋଇଛନ୍ତି। ଇଣ୍ଡିଜ ଟିମ ମଧ୍ୟ ପ୍ରଥମ ଇନିଂସରେ ୧୬୩ ରନରେ ଅଲଆଉଟ ହୋଇଯାଇଛି। 

Also Read

୧୯୫୨ରୁ ପାକିସ୍ତାନ ଟେଷ୍ଟ କ୍ରିକେଟ ଖେଳି ଚାଲିଛି। ସାକିଲନ ମୁସ୍ତାକ, ଦାସିନ କାନେରିଆ ଓ ଅବଦୁଲ କାଦିଙ୍କ ଭଳି ଷ୍ଟାର ସ୍ପିନର ପାକିସ୍ତାନ ପାଇଁ ଖେଳିଛନ୍ତି। ହେଲେ ୩୮ ବର୍ଷୀୟ ନୋମାନଙ୍କ ଭଳି କେବେ ବି କୌଣସି ସ୍ପିନର ପାକିସ୍ତାନ ପାଇଁ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇ ପାରି ନଥିଲେ।

Noman Aliନୋମାନ ଅଲୀ

ପାକିସ୍ତାନର ୫ମ ବୋଲର ଭାବେ ନେଲେ ହ୍ୟାଟ୍ରିକ

ନୋମାନ ଅଲୀ ପାକିସ୍ତାନର ୫ମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି। ଦେଶ ପାଇଁ ୱାସିମ ଆକ୍ରମ ଶ୍ରୀଲଙ୍କା ବିପକ୍ଷ ୧୯୯୯ ମସିହା ଟେଷ୍ଟ ସିରିଜରେ କ୍ରମାଗତ ୨ଟି ଟେଷ୍ଟରେ ହ୍ୟାଟ୍ରିକ ନେଇଥିଲେ। ୨୦୦୦ ମସିହାରେ ଅବଦୁଲ ରଜାକ ଓ ୨୦୦୨ରେ ମହମ୍ମଦ ସାମି ସେହି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ହ୍ୟାଟ୍ରିକ ହାସଲ କରିଥିଲେ। ପାକିସ୍ତାନ ପାଇଁ ଶେଷଥର ପାଇଁ ୨୦୨୦ରେ ଦ୍ରୁତ ବୋଲର ନସିମ ଶାହ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ନେବାକୁ ସକ୍ଷମ ହୋଇଥିଲେ। ଏହାର ୫ ବର୍ଷ ପରେ ନୋମାନ ହ୍ୟାଟ୍ରିକ ନେଇଛନ୍ତି।

Nomanନୋମାନ ଅଲୀ

ଲଞ୍ଚ ପୂର୍ବରୁ ୬ ୱିକେଟ

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଲଞ୍ଚ ପୂର୍ବରୁ ନୋମାନ ଏକାକୀ ୬ଟି ୱିକେଟ ନେଇଛନ୍ତି। ପୁରୁଷ ଟେଷ୍ଟରେ ସେ ବିଶ୍ୱର ୬ଷ୍ଠ ବୋଲର ଭାବେ ମ୍ୟାଚ୍‌ର ପ୍ରଥମ ଅଧିବେଶନରେ ୬ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ସ୍ପିନର ଭାବେ କୌଣସି ଟେଷ୍ଟର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ୬ଟି ସଫଳତା ପାଇଛନ୍ତି। ନୋମାନଙ୍କ ପୂର୍ବରୁ ପାକିସ୍ତାନ ପାଇଁ ଅବ୍ରାର ଅହମଦ ଇଂଲଣ୍ତ ବିପକ୍ଷ ୨୦୨୨ରେ ଲଞ୍ଚ ପୂର୍ବରୁ ୫ଟି ୱିକେଟ ନେଇଥିଲେ। ତାଙ୍କ ରେକର୍ଡକୁ ମଧ୍ୟ ନୋମାନ ଭାଙ୍ଗି ଦେଇଛନ୍ତି।

Rangana Herathରଙ୍ଗନା ହେରାଥ (ଫାଇଲ ଫଟୋ)

ଦ୍ୱିତୀୟ ବୟସ୍କ ଭାବେ ହ୍ୟାଟ୍ରିକ

ନୋମାନଙ୍କ ବୟସ ଏବେ ୩୮ ବର୍ଷ ୧୧୦ ଦିନ। ସେ ବିଶ୍ୱର ଦ୍ୱିତୀୟ ବୟସ୍କ କ୍ରିକେଟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି। ଏହି ତାଲିକାର ୧ନଂ ସ୍ଥାନରେ ଶ୍ରୀଲଙ୍କାର ରଙ୍ଗନା ହେରାଥ ରହିଛନ୍ତି। ସେ ୩୮ ବର୍ଷ ୧୩୮ ଦିନ ବୟସରେ ହ୍ୟାଟ୍ରିକ ନେଇଥିଲେ। ୨୦୧୬ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ହେରାଥଙ୍କ ଏପରି ସଫଳତା ମିଳିଥିଲା। ଏହି ଦୁଇ ଜଣଙ୍କ ବ୍ୟତୀତ ଇଂଲଣ୍ଡର ଟମ ଗୋଡାରଡ ୧୯୩୮ରେ ୩୮ ବର୍ଷ ୮୬ ଦିନରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।

Nomanୱିକେଟ ଦଖଲ ପରେ ନୋମାନ

କ୍ରମାଗତ ୫ ଟେଷ୍ଟରେ ୫ରୁ ଅଧିକ ୱିକେଟ

ନୋମାନ ଅଲୀ କ୍ରମାଗତ ୫ଟି ଟେଷ୍ଟରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ତାଙ୍କ ଉପରେ ଏସ୍‌ ବାର୍ନେସ, ଚାର୍ଲି ଟର୍ଣ୍ଣର ଓ ଆଲେକ ବେଡସେର ରହିଛନ୍ତି। ଏହି ୩ ଖେଳାଳି କ୍ରମାଗତ ୬ଥର ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ପାକିସ୍ତାନର ୟାସିର ଶାହ ମଧ୍ୟ କ୍ରମାଗତ ୫ଟି ଟେଷ୍ଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି।

ଆଉ କିଛି ତଥ୍ୟ

* ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ତା’ର ପ୍ରଥମ ଇନିଂସରେ ୧୬୩ ରନରେ ଅଲଆଉଟ ହୋଇଯାଇଛି। ତେବେ ଦଳର ୪୧.୭୨ ପ୍ରତିଶତ ରନ ୧୦ମ ୱିକେଟ ଭାଗିଦାରୀରୁ ଆସିଛି। ଏହା ପୁରୁଷ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପାଇଁ ଦ୍ୱିତୀୟ ସର୍ବାଧିକ। ୨୦୧୯ରେ କେମା ରୋଚ ଓ ମିଗୁଲ କମିନ୍ସ ଭାରତ ବିପକ୍ଷ ଟେଷ୍ଟରେ ୧୦ମ ୱିକେଟ ପାଇଁ ୫୦ ରନ ଯୋଡ଼ିଥିଲେ। ଇଣ୍ଡିଜ ଟିମ ୧୦୦ ରନରେ ଅଲଆଉଟ ହୋଇଯାଇଥିଲେ। ଅର୍ଥାତ ୧୦ମ ୱିକେଟର ଭାଗିଦାରୀ ମୋଟ ରନରେ ୫୦% ରହିଥିଲା।

* ନୋମାନ ଅଲୀଙ୍କୁ ମିଶାଇ ଟେଷ୍ଟ କ୍ରିକେଟରେ ଲଞ୍ଚ ପୂର୍ବରୁ ହ୍ୟାଟ୍ରିକ ନେଇଥିବା ବିଶ୍ୱ ବୋଲରଙ୍କ ସଂଖ୍ୟା ୬। ପୂର୍ବରୁ ଏପରି କୀର୍ତ୍ତିମାନ କେବଳ ୫ ଜଣ ଦ୍ରୁତ ବୋଲର କରିଥିଲେ। ଏମାନଙ୍କ ମଧ୍ୟରେ ଭାରତର ଇରଫାନ ପଠାନ ରହିଛନ୍ତି। ସେ ୨୦୧୬ରେ ପାକିସ୍ତାନ ବିପକ୍ଷ କରାଚିତରେ ହ୍ୟାଟ୍ରିକ ନେଇଥିଲେ।

* ପାକିସ୍ତାନ ୱେଷ୍ଟଇଣ୍ଡିଜର ପ୍ରଥମ ୭ ୱିକେଟ ନେବାକୁ କେବଳ ୬୯ଟି ବଲର ଆବଶ୍ୟକ କରିଥିଲା। ଏହା ୧୯୯୯ ପରେ ଟେଷ୍ଟ କ୍ରିକେଟରେ ତୃତୀୟ ସର୍ବନିମ୍ନ। ଅଷ୍ଟ୍ରେଲିଆ ୨୦୧୫ରେ ଇଂଲଣ୍ଡ ବିପକ୍ଷ ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ୫୬ ବଲରେ ୭ଟି ଓ ୨୦୧୧ରେ କେପ ଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୪ ବଲରେ ପ୍ରଥମ ୭ ୱିକେଟ ହରାଇଥିଲା।

* ୱେଷ୍ଟଇଣ୍ଡିଜ ୩୮ ରନରେ ପ୍ରଥମ ୭ ୱିକେଟ ହରାଇଥିଲା। ପାକିସ୍ତାନ ବିପକ୍ଷରେ ଇଣ୍ଡିଜ ଟିମ ଦ୍ୱିତୀୟ ଥର ପାଇଁ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ୧୯୮୬ରେ ଇଣ୍ଡିଜ ଟିମ ୩୬ ରନରେ ୭ ୱିକେଟ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story