Advertisment

ପାକିସ୍ତାନର ଦୁଇ ଓପନରଙ୍କ ପରେ ପ୍ୟାଭିଲିୟନ ଫେରିଲେ ରିଜୱାନ

ପାକିସ୍ତାନକୁ ଆଜିର ମ୍ୟାଚ୍‌ରେ ଘାଣ୍ଟିଛନ୍ତି ଚାଇନା ମ୍ୟାନ ନୁର ଅହମ୍ମଦ। ନୁର ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେଳେ ପାକିସ୍ତାନକୁ ଡବଲ ଝଟକା ଦେଇଛନ୍ତି।

author-image
Hemant Lenka
Noor

Noor

ବିଶ୍ୱକପରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ ଚାଲିଛି। ଟସ୍‌ ଜିତି ଚେନ୍ନାଇରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନକୁ ଝଟକା ପରେ ଝଟକା ଲାଗିଛି। ପ୍ରଥମେ ଦୁଇ ଓପନରଙ୍କୁ ହରାଇଥିବା ପାକିସ୍ତାନ ୨୫ତମ ଓଭର୍‌ରେ ଇନଫର୍ମ ମହମ୍ମଦ ରିଜୱାନଙ୍କୁ ହରାଇଛି।

Advertisment

ପାକିସ୍ତାନକୁ ଆଜିର ମ୍ୟାଚ୍‌ରେ ଘାଣ୍ଟିଛନ୍ତି ଚାଇନା ମ୍ୟାନ ନୁର ଅହମ୍ମଦ। ନୁର ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେଳେ ପାକିସ୍ତାନକୁ ଡବଲ ଝଟକା ଦେଇଛନ୍ତି। ସେ ପ୍ରଥମେ ଅବଦୁଲ୍ଲା ଶଫିକଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ଓଭର୍‌ରେ ରିଜୱାନ ତାଙ୍କ ବଲରେ ଆଉଟ ହୋଇଛନ୍ତି। ସେହିପରି ଇମାମଙ୍କ ୱିକେଟ ଅଜମତୁଲ୍ଲା ଓମରଜାଇ ନେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନକୁ ପ୍ରଥମ ଝଟକା ୫୬ ରନରେ ଲାଗିଥିଲା। ବ୍ୟକ୍ତିଗତ ୧୭ ରନ କରିଥିବା ଇମାମଙ୍କୁ ଓମରଜାଇ ବେଶ ଚମତ୍କାର ଢଙ୍ଗରେ ନବୀନ ଉଲ ହକଙ୍କ ହାତରେ ଆଉଟ କରିଥିଲେ। ଏହାପରେ ଫର୍ମ ପାଇଁ ସଂଘର୍ଷ କରୁଥିବା ବାବର ଆଜମ ଓ ଅବଦୁଲ୍ଲା ସ୍ଥିତି ସମ୍ଭାଳିଥିଲେ।

Advertisment

ବିଶ୍ୱକପରେ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରିଥିବା ବାବର କିନ୍ତୁ ଆଜି ଠିକଠାକ ବ୍ୟାଟିଂ କରିଛନ୍ତି। ଶଫିକଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଆଗକୁ ମଧ୍ୟ ନେଇଥିଲେ। ଶଫିକ ମଧ୍ୟ ବିଶ୍ୱକପରେ ପୁଣି ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୧୦ ରନ ଥିବା ବେଳେ ପାକିସ୍ତାନକୁ ଦ୍ୱିତୀୟ ଝଟକା ଲାଗିଥିଲା।

ନୁର ୫୮ ରନ କରିଥିବା ଶଫିକଙ୍କୁ ଏଲବିଡବ୍ଲ୍ୟୁ କରି ଦେଇଥିଲେ। ଏହାପରେ କ୍ରିଜକୁ ଆସିଥିଲେ ରିଜୱାନ। ସମସ୍ତେ ଆଶା କରିଥିଲେ ଯେ ବାବରଙ୍କ ସହ ମିଶି ସେ ପୁଣି ଗୋଟିଏ ବଡ଼ ଇନିଂସ ଖେଳିବେ। କିନ୍ତୁ ନୁର ଏହା କରାଇ ଦେଇ ନଥିଲେ।

ସେ ନୁରଙ୍କୁ ଗୋଟିଏ ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ସୁଇପ ଶଟ ମାରିବାକୁ ଯାଇ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ୧୨୦ ରନରେ ପାକିସ୍ତାନକୁ ରିଜୱାନଙ୍କ ରୂପରେ ସବୁଠାରୁ ବଡ଼ ଝଟକା ଲାଗିଥିଲା।

ଏବେ ବାବରଙ୍କ ସହ ମିଶି ସୌଦ ସକୀଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC