Advertisment

ଭୁଲ୍ କୋଭିଡ୍ ରିପୋର୍ଟର ଶିକାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ପେସର୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ କୋଭିଡ୍-୧୯ର ଭୁଲ ରିପୋର୍ଟର ଶିକାର ହୋଇଛନ୍ତି। ପ୍ରଥମେ ପଜିଟିଭ୍ ଆସିଥିଲା, କିନ୍ତୁ ଏବେ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ପରେ ଶୁକ୍ରବାର ସେ ଟିମକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ପେସ୍ ବୋଲର ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ସାତ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏହାରି ଭିତରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିବା ଖବର ମିଳିଥିଲା। ଯାହା ପରେ ତାଙ୍କୁ ପୁଣିଥରେ କ୍ୱାରେଣ୍ଟାଇନକୁ […]

ଅଦ୍ୟତନ ହୋଇଛି
ଭୁଲ୍ କୋଭିଡ୍ ରିପୋର୍ଟର ଶିକାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ପେସର୍

Anrich-Nortje

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ କୋଭିଡ୍-୧୯ର ଭୁଲ ରିପୋର୍ଟର ଶିକାର ହୋଇଛନ୍ତି। ପ୍ରଥମେ ପଜିଟିଭ୍ ଆସିଥିଲା, କିନ୍ତୁ ଏବେ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ପରେ ଶୁକ୍ରବାର ସେ ଟିମକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ପେସ୍ ବୋଲର ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ସାତ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏହାରି ଭିତରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିବା ଖବର ମିଳିଥିଲା। ଯାହା ପରେ ତାଙ୍କୁ ପୁଣିଥରେ କ୍ୱାରେଣ୍ଟାଇନକୁ ଯିବାକୁ ପଡ଼ିଥିଲା। ଏବେ ତିନୋଟି ନେଗେଟିଭ୍ ରିପୋର୍ଟ ଆସିବା ପରେ ସେ ଟିମର ବାୟୋ ବବଲରେ ସାମିଲ୍ ହୋଇଛନ୍ତି।

Advertisment

ଏ ନେଇ ଫ୍ରାଞ୍ଚାଇଜି ଟ୍ୱିଟ୍ କରି କହିଛି, ଆମର ସାଉଥ୍ ଆଫ୍ରିକା ପେସ୍ ସୁପରଷ୍ଟାର୍ ଏବେ କ୍ୱାରେଣ୍ଟାଇନ ପିରିୟଡରୁ ବାହାରକୁ ଆସିଛନ୍ତି। କୋଭିଡ୍-୧୯ର ଭୁଲ୍ ରିପୋର୍ଟ ପରେ ନୋର୍ଜେଙ୍କର ଲଗାତର ତିନୋଟି ଟେଷ୍ଟ ନେଭେଟିଭ୍ ଆସିଛି। ଏବେ ସେ ଟିମର ବାୟୋ ବବଲରେ ସାମିଲ୍ ହୋଇଛନ୍ତି।

ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ନୋର୍ଜେଙ୍କର ପଜିଟିଭ୍ ଖବର ଆସିଥିଲା। ଏହାକୁ ନେଇ ଦିଲ୍ଲୀ ଟିମ୍ ଚିନ୍ତାରେ ପଡ଼ିଯାଇଥିଲା, କାରଣ ଟିମର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର ପୂର୍ବରୁ ହିଁ ଆଇପିଏଲରୁ ବାଦ୍ ପଡ଼ିସାରିଛନ୍ତି। ଏପରିକି କ୍ୟାପଟେନଙ୍କ ପରେ ଟିମ୍‌ର ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

Advertisment

https://twitter.com/DelhiCapitals/status/1382974623331983367?s=20

ନୋର୍ଜେ ଦିଲ୍ଲୀ ଟିମର ପ୍ରମୁଖ ସଦସ୍ୟ। ଗତ ସଂସ୍କରଣରେ ଦିଲ୍ଲୀ ଟିମକୁ ଫାଇନାଲରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ଏଥର ଆଇପିଏଲରେ ଭାଗ ନେବା ପାଇଁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ଅଧାରୁ ଛାଡ଼ି ଚାଲିଆସିଥିଲେ।

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ତା’ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଥିଲା। ଉକ୍ତ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ କରିଥିଲା। ଜବାବରେ ରାଜସ୍ଥାନ ଦୁଇଟି ବଲ୍ ଥାଇ ମ୍ୟାଚ୍ ଜିତି ନେଇଥିଲେ। ଏହି ମ୍ୟାଚରେ ନୋର୍ଜେ ଖେଳିନଥିଲେ। ଏବେ ତାଙ୍କର କମବ୍ୟାକ୍ ଦିଲ୍ଲୀକୁ ନିଶ୍ଚିତ ମଜଭୁତ୍ କରିବ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe