Advertisment

ଏପ୍ରିଲ ନୁହେଁ, ଏହି ତାରିଖରୁ ଖେଳାଯିବ ଆଇପିଏଲ ୨୦୨୪!

୨୦୨୩ର ରନର୍ସ ଅପ ଗୁଜରାଟ ଟାଇଟନ୍ସ ପାଖରେ ସବୁଠାରୁ ଅଧିକ ୩୮.୧୫ କୋଟି ଟଙ୍କା ରହିଛି। ତେଣୁ ବଡ଼ ଖେଳାଳିଙ୍କୁ ଗୁଜରାଟ କିଣିବା ମୁଡରେ ରହିଛି।

IPL

IPL

Advertisment

୨୦୨୪ ଆଇପିଏଲ ପାଇଁ ଆସନ୍ତାକାଲି ମିନି ଅକ୍ସନ ହେବ। ୧୦ ପ୍ରାଞ୍ଚାଇଜ ୨୬୨ କୋଟି ଟଙ୍କା ଖର୍ଚ୍ଚ କରିବେ। ୩୩୩ ଜଣ ଖେଳାଳି ଅକ୍ସନ ତାଲିକାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୭୭ ରନ କିଣା ହୋଇପାରିବେ। ଏହି ୭୭ ଜଣଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଖେଳାଳି ରହିପାରିବେ।

Advertisment

୨୦୨୩ର ରନର୍ସ ଅପ ଗୁଜରାଟ ଟାଇଟନ୍ସ ପାଖରେ ସବୁଠାରୁ ଅଧିକ ୩୮.୧୫ କୋଟି ଟଙ୍କା ରହିଛି। ତେଣୁ ବଡ଼ ଖେଳାଳିଙ୍କୁ ଗୁଜରାଟ କିଣିବା ମୁଡରେ ରହିଛି।

ତେବେ ଅକ୍ସନର ଦିନକ ପୂର୍ବରୁ ଏକାଧିକ ଗଣମାଧ୍ୟମରେ ଆଇପିଏଲ ୨୦୨୪ କେବେ ଠାରୁ ଆରମ୍ଭ ହେବ, ତା’ର ତାରିଖ ପ୍ରକାଶ ପାଇଛି। ପ୍ରତିବର୍ଷ ସାଧାରଣତଃ ଏପ୍ରିଲ ମାସରେ ଆଇପିଏଲ ଖେଳାଯାଏ। କିନ୍ତୁ ୨୦୨୪ ମାର୍ଚ୍ଚ ୨୨ରୁ ଏଥର ଆଇପିଏଲ ଆରମ୍ଭ ହୋଇପାରେ। ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ’ ଶେଷ ଯାଏ ଆଇପିଏଲ ଚାଲିବ।

Advertisment

ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିବା ପରେ ହିଁ ଆଇପିଏଲ ୨୦୨୪ର ଚୂଡ଼ାନ୍ତ ତାରିଖ ସାର୍ବଜନୀନ କରାଯିବ ବୋଲି ଜଣାପଡ଼ିଛି।

କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜୋଶ ହେଜେଲଉଡ ମେ’ ମାସର ପ୍ରଥମ ସପ୍ତାହରୁ ଆଇପିଏଲ ପାଇଁ ଉପଲବ୍ଧ ହେବେ। କାରଣ ତାଙ୍କ ପତ୍ନୀ ପ୍ରଥମ ସନ୍ତାନକୁ ଖୁବଶୀଘ୍ର ଜନ୍ମ ଦେବାକୁ ଯାଉଛନ୍ତି। ତେଣୁ ବାପା ହେବା ପରେ ହିଁ ହେଜେଲଉଡ ଆଇପିଏଲ ଖେଳିବାକୁ ଉପଲବ୍ଧ ହେବେ। ୨୦୨୩ ଆଇପିଏଲରେ ସେ ଆରସିବି ପକ୍ଷରୁ ଖେଳୁଥିଲେ। କିନ୍ତୁ ଅକ୍ସନ ପୂର୍ବରୁ ତାଙ୍କୁ ପ୍ରାଞ୍ଚାଇଜ ରିଲିଜ କରି ଦେଇଛି। ସେ ଅକ୍ସନରେ ସାମିଲ ହେବାକୁ ଯାଉଛନ୍ତି।

ଅଷ୍ଟ୍ରେଲିଆର ଅନେକ ଖେଳାଳି ଆଇପିଏଲ ଖେଳିବାକୁ ଏଥର ଆଗ୍ରହ ଦେଖାଇଛନ୍ତି। ଏମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ରହିଛନ୍ତି। ସବୁବେଳେ ଆଇପିଏଲ ଠାରୁ ଦୂରରେ ରହୁଥିବା ଷ୍ଟାର୍କ ଏଥର ଅକ୍ସନ ପାଇଁ ନିଜ ନାଁ ପଞ୍ଜୀକରଣ କରିଛନ୍ତି। ‌ଆସନ୍ତାକାଲି ତାଙ୍କୁ କିଣିବା ପାଇଁ ସବୁ ଦଳ ଆଗ୍ରହ ଦେଖାଇବେ।

ତେବେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେଙ୍କ ମତ ହେଉଛି ଯେ ଷ୍ଟାର୍କ ୨୦ କୋଟିର ବେଞ୍ଚ ମାର୍କ ଭାଙ୍ଗି ପାରିବେ ନାହିଁ। ଷ୍ଟାର୍କଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଓ ହର୍ଷଲ ପଟେଲ ମଧ୍ୟ ୧୦ କୋଟି ଟଙ୍କା ପରେ ବିକ୍ରି ହେବାର ସମ୍ଭାବନା ରହିଛି।

IPL IPL Dubai IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe