Advertisment

ଆଫଗାନିସ୍ତାନ ଜିତିଲେ, ଭାରତକୁ ଲାଗିବ ବଡ଼ ଝଟକା!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ରବିବାର ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପ୍ରତି ଭାରତୀୟ ଏହି ମ୍ୟାଚ୍ ଉପରେ ନଜର୍ ରଖିଛନ୍ତି। କାରଣ ଆଫଗାନିସ୍ତାନ ଯଦି ଏହି ମ୍ୟାଚ୍ ଜିତେ, ତାହେଲେ ଭାରତ ପାଇଁ ସେମିଫାଇନାଲ୍ ବାଟ ଫିଟିପାରିବ। ଭାରତୀୟ ଫ୍ୟାନ୍ ଏବେ ଆଫଗାନିସ୍ତାନକୁ ସମର୍ଥନ କରୁଛନ୍ତି। କିନ୍ତୁ ଆଫଗାନିସ୍ତାନ ଜିତିଲେ ବି ଭାରତ ପାଇଁ ସମସ୍ୟା ବଢ଼ିପାରେ। ଯଦି ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ, ତାହେଲେ ଭାରତକୁ କ୍ଷତି ହୋଇପାରେ। ଆଫଗାନିସ୍ତାନ […]

author-image
Ranjit Kumar Jena
ଆଫଗାନିସ୍ତାନ ଜିତିଲେ, ଭାରତକୁ ଲାଗିବ ବଡ଼ ଝଟକା!

india-vs-afghan

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ରବିବାର ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପ୍ରତି ଭାରତୀୟ ଏହି ମ୍ୟାଚ୍ ଉପରେ ନଜର୍ ରଖିଛନ୍ତି। କାରଣ ଆଫଗାନିସ୍ତାନ ଯଦି ଏହି ମ୍ୟାଚ୍ ଜିତେ, ତାହେଲେ ଭାରତ ପାଇଁ ସେମିଫାଇନାଲ୍ ବାଟ ଫିଟିପାରିବ। ଭାରତୀୟ ଫ୍ୟାନ୍ ଏବେ ଆଫଗାନିସ୍ତାନକୁ ସମର୍ଥନ କରୁଛନ୍ତି। କିନ୍ତୁ ଆଫଗାନିସ୍ତାନ ଜିତିଲେ ବି ଭାରତ ପାଇଁ ସମସ୍ୟା ବଢ଼ିପାରେ। ଯଦି ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ, ତାହେଲେ ଭାରତକୁ କ୍ଷତି ହୋଇପାରେ।

Advertisment

ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଫଳାଫଳ କ'ଣ କ'ଣ ହୋଇପାରେ, ଏହାକୁ ନେଇ ଆଇସିସି ତା'ର ୱେବସାଇଟରେ ସମସ୍ତ ଦିଗଗୁଡିକ ଉପରେ ଆଲୋଚନା କରିଛି। ଏବେ ନ୍ୟୁଜିଲ୍ୟାଣ୍ଡର ମୋଟ ୬ ପଏଣ୍ଟ ଅଛି। ଏଭଳି ସ୍ଥିତି ଯଦି ଆଫଗାନିସ୍ତାନକୁ ସେମାନେ ହରାଇ ଦିଅନ୍ତି, ତାହେଲେ କିୱି ଟିମ୍ ସିଧା ସେମିଫାଇନାଲରେ ପହଞ୍ଚି ଯିବ। ଆଉ ଏହା ପରେ ନ୍ୟୁଜିଲ୍ୟାଣ୍ଡକୁ କୌଣସି ନେଟ୍ ରନରେଟର ଆବଶ୍ୟକ ପଡ଼ିବ ନାହିଁ। ଏଭଳି ସ୍ଥିତିରେ ଭାରତ ପାଇଁ ନାମିବିଆ ବିପକ୍ଷ ମ୍ୟାଚର କୌଣସି ଗୁରୁତ୍ୱ ରହିବ ନାହିଁ।

ଆଫଗାନିସ୍ତାନ ଯଦି କୌଣସି ଚତ୍ମକାର କରେ ଏବଂ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ, ତାହେଲେ ଭାରତକୁ ଫାଇଦା ହୋଇପାରେ। ଏହା ପରେ ଭାରତ ଯଦି ନାମିବିଆକୁ ହରାଇ ଦେବ, ତାହେଲେ ଆଫଗାନିସ୍ତାନ, ଭାରତ ଓ ନ୍ୟୁଜିଲ୍ୟାଣ୍ଡର ୬ ଲେଖାଏ ପଏଣ୍ଟ ହୋଇଯିବ। ଏଭଳି ସ୍ଥିତିରେ ସେମିଫାଇନାଲ୍ ଟିକେଟ୍ ନେଟ୍ ରନରେଟ୍ ଆଧାରରେ ନିର୍ଦ୍ଧାରିତ ହେବ। ତେବେ ଏଥିରେ ଭାରତକୁ ଫାଇଦା ହେବ ଏବଂ ସେମିଫାଇନାଲରେ ପହଞ୍ଚିପାରିବ।

Advertisment

ଯଦି ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବ। ତାହେଲେ ଆଫଗାନିସ୍ତାନକୁ ନେଟ୍ ରନ୍ ରେଟରେ ବଡ଼ ଫାଇଦା ହେବ ଏବଂ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା ବଢ଼ିଯିବ। କାରଣ ଏବେବି ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ନେଟ୍ ରନରେଟରେ ସେଭଳି କୌଣସି ବଡ଼ ବ୍ୟବଧାନ ନାହିଁ। ଅନ୍ୟପକ୍ଷରେ ସୋମବାର ନାମିବିଆ ଯଦି ବିପର୍ଯ୍ୟୟ ଘଟାଇ ଭାରତକୁ ହରାଇଦିଏ, ତାହେଲେ ଆଫଗାନିସ୍ତାନର ସେମିଫାଇନାଲ୍ ଟିକେଟ୍ ପକ୍କା ହୋଇଯିବ।

ଭାରତୀୟ ଟିମ୍ ବେଶ୍ ମଜଭୁତ୍। ନାମିବିଆ ନୂଆ ଟିମ୍, କିନ୍ତୁ ଭଲ ଫର୍ମରେ ଅଛି। ଯଦି ଟି-୨୦ ମ୍ୟାଚରେ ଏଭଳି ବିପର୍ଯ୍ୟୟ ଘଟେ, ତାହେଲେ ଆଫଗାନିସ୍ତାନର ଟିମ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରି ଇତିହାସ ରଚିପାରେ। ତେବେ ଏଭଳି ହେବା ପାଇଁ ଟି-୨୦ ବିଶ୍ୱକପରେ ଲଗାତର ଦୁଇ ଦିନରେ ଦୁଇଟି ବଡ଼ ବିପର୍ଯ୍ୟୟ ଦରକାର। କିନ୍ତୁ ପ୍ରାକ୍ଟିକାଲ ଭାବେ ଏଭଳି ହେବାର ସମ୍ଭାବନା ବହୁତ କମ୍।

ICCT20 World Cup 2021