‘ପାକିସ୍ତାନ କ୍ରିକେଟ୍‌ର ହତ୍ୟା କରିଛି ନ୍ୟୁଜିଲ୍ୟାଣ୍ଡ’

ଇସଲାମାବାଦ: ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଠିକ୍ ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହା ପୂରା ପାକିସ୍ତାନ ଓ ସାରା ଦୁନିଆର ଫ୍ୟାନଙ୍କୁ ଚକିତ କରିଦେଇଛି। ରାୱଲପିଣ୍ଡିରେ ହେବାକୁଥିବା ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୂରା ଗସ୍ତ ବାତିଲ କରିଦେଇଛି। ଆଉ ଏହାର ଅସଲ କାରଣ ହେଉଛି ସୁରକ୍ଷା ବ୍ୟବସ୍ଥା। ନ୍ୟୁଜିଲ୍ୟାଣ୍ଡ ସରକାର ତୁରନ୍ତ ତା’ର କ୍ରିକେଟ୍ ଟିମକୁ ପାକିସ୍ତାନରୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ […]

SHOIAB-AKHTER

SHOIAB-AKHTER

Ranjit Kumar Jena
  • Published: Friday, 17 September 2021
  • Updated: 17 September 2021, 10:05 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଠିକ୍ ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହା ପୂରା ପାକିସ୍ତାନ ଓ ସାରା ଦୁନିଆର ଫ୍ୟାନଙ୍କୁ ଚକିତ କରିଦେଇଛି। ରାୱଲପିଣ୍ଡିରେ ହେବାକୁଥିବା ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୂରା ଗସ୍ତ ବାତିଲ କରିଦେଇଛି। ଆଉ ଏହାର ଅସଲ କାରଣ ହେଉଛି ସୁରକ୍ଷା ବ୍ୟବସ୍ଥା। ନ୍ୟୁଜିଲ୍ୟାଣ୍ଡ ସରକାର ତୁରନ୍ତ ତା’ର କ୍ରିକେଟ୍ ଟିମକୁ ପାକିସ୍ତାନରୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ପୂରା ଗସ୍ତ ବାତିଲ କରିବାକୁ ପଡ଼ିଛି।

ନ୍ୟୁଜିଲ୍ୟାଣ୍ଡର ଏହି ନିଷ୍ପତ୍ତିରେ ଭୀଷଣ ରାଗି ଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ପରିଚିତ ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଉପରେ ବର୍ଷି କହିଛନ୍ତି ଯେ ସେମାନେ ପାକିସ୍ତାନ କ୍ରିକେଟର ହତ୍ୟା କରିଛନ୍ତି। ସେହିପରି ପିସିବିର ନୂଆ ଚେୟାରମ୍ୟାନ୍ ରମୀଜ ରାଜା ଚେତାବନୀ ଦେଇ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡକୁ ଆଇସିସିର ଅଦାଲତରେ ଆଗ କଥା ଶୁଣିବାକୁ ପଡ଼ିବ।

https://twitter.com/shoaib100mph/status/1438820381075324932?s=20

ଅଖତର ଟ୍ୱିଟ୍ କରି ଲେଖିଛନ୍ତି, ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ କ୍ରିକେଟର୍ ହତ୍ୟା କରିଛି। ଅଖତର ଆହୁରି ଲେଖିଛନ୍ତି, ନ୍ୟୁଜିଲ୍ୟାଣ୍ଡକୁ କିଛି କଥା ମନେ ରଖିବାକୁ ପଡ଼ିବ। କ୍ରାଇଷ୍ଟଚର୍ଚ୍ଚରେ ହୋଇଥିବା ଆକ୍ରମଣରେ ପାକିସ୍ତାନର ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଶଂସକଙ୍କ ଦ୍ୱାରା ଖରାପ ବ୍ୟବହାର ସତ୍ତ୍ୱେ ପାକିସ୍ତାନ କୋଭିଡ୍-୧୯ର କଠିନ ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଏହା ଏକ ପ୍ରକାର ପରୋକ୍ଷ ବିପଦ ଥିଲା ଏବଂ ଏହା ଉପରେ ଆଲୋଚନା କରାଯାଇ ପାରିଥାନ୍ତା।

https://twitter.com/shoaib100mph/status/1438832554417737731?s=20

ଅଖତର ଆହୁରି କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷଙ୍କ ସହ କଥା ହୋଇ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏହା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ଦଳ ଖେଳିବାକୁ ମନା କରିଦେଲା। ପାକିସ୍ତାନ ନିକଟରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଜିମ୍ବାୱେ ଓ ପିଏସଏଲର ସଫଳ ଆୟୋଜନ କରିଛି।

https://twitter.com/iramizraja/status/1438829120364978183?s=20

ଏଥି ସହ ପିସିବିର ନୂତନ ଚେୟାରମ୍ୟାନ୍ ରମୀଜ ରାଜା ନ୍ୟୁଜିଲ୍ୟାଣ୍ଡ ବୋର୍ଡରେ ବର୍ଷିଛନ୍ତି। ସେ କହିଛନ୍ତି ଯେ କିୱି ବୋର୍ଡ ଏକପାଖିଆ ନିଷ୍ପତ୍ତି ନେଇଛି। ଏହା ଅତ୍ୟନ୍ତ ନୈରାଶ୍ୟଜନକ ନିଷ୍ପତ୍ତି। ପ୍ରଶଂସକ ଏବଂ ଖେଳାଳିଙ୍କ ପାଇଁ ମୁଁ ବହୁତ ଦୁଃଖିତ। ସୁରକ୍ଷା ବିପଦକୁ ନେଇ ନ୍ୟୁଜିଲ୍ୟାଣ୍ଡ ବୋର୍ଡର ଏକପାଖିଆ ନିଷ୍ପତ୍ତି ଅତ୍ୟନ୍ତ ନିରାଶାଜନକ। ନ୍ୟୁଜିଲ୍ୟାଣ୍ଡ କେଉଁ ଦୁନିଆରେ ବାସ କରୁଛି? ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଆଇସିସିରେ ଆମ କଥା ଶୁଣିବ।

ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଏବେ ଇଂଲଣ୍ଡ ସିରିଜ୍ ମଧ୍ୟ ବିପଦରେ ପଡ଼ିଯାଇଛି। ଇଂଲଣ୍ଡ ଟିମ୍ ଅକ୍ଟୋବରେ ପାକିସ୍ତାନ ଗସ୍ତରେ ଟି-୨୦ ସିରିଜ୍ ଖେଳିବ। କିନ୍ତୁ ଇସିବି ଏବେ ଏକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଭବିଷ୍ୟତ ନିଷ୍ପତ୍ତି ନେବେ। ଅଷ୍ଟ୍ରେଲିଆ ମଧ୍ୟ ଆସନ୍ତାବର୍ଷ ପାକିସ୍ତାନ ଗସ୍ତ କରିବ। ଏହାବ୍ୟତୀତ ଅଷ୍ଟ୍ରେଲିଆ ଟିମ୍ ପାକିସ୍ତାନରେ ୨ ଟେଷ୍ଟ, ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ଟିମ୍ ୧୯୯୮ ପରେ ପାକିସ୍ତାନ ଗସ୍ତ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos