Advertisment

ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ୮ ତାରିଖରୁ ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୨୧ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଓସିଏ ସିନିୟର ଟିମ୍ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ୍ ଆଜି ଦଳ ଘୋଷଣା କରିଛନ୍ତି। ଟିମର ନେତୃତ୍ୱ ଭାର ଶୁଭ୍ରାଂଶୁ ସେନାପତିଙ୍କୁ ପ୍ରଦାନ କରାଯାଇଛି। ସେହିପରି ଦୀର୍ଘଦିନ ପରେ ଟିମକୁ ଫେରିଛନ୍ତି ଅଭିଜ୍ଞ ଅଲରାଉଣ୍ଡର […]

ନିଲାମ ହେଲେ ଓଡ଼ିଆ ତାରକା ଶୁଭ୍ରାଂଶୁ, ଧୋନିଙ୍କ ଟିମ୍ ପାଇଁ ଖେଳିବେ

subhransu-senapati

Advertisment

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ୮ ତାରିଖରୁ ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୨୧ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଓସିଏ ସିନିୟର ଟିମ୍ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ୍ ଆଜି ଦଳ ଘୋଷଣା କରିଛନ୍ତି।

Advertisment

ଟିମର ନେତୃତ୍ୱ ଭାର ଶୁଭ୍ରାଂଶୁ ସେନାପତିଙ୍କୁ ପ୍ରଦାନ କରାଯାଇଛି। ସେହିପରି ଦୀର୍ଘଦିନ ପରେ ଟିମକୁ ଫେରିଛନ୍ତି ଅଭିଜ୍ଞ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ। ତାଙ୍କ ବ୍ୟତୀତ ଦଳରେ ରହିଛନ୍ତି ଅନେକ ଦକ୍ଷ ଓ ଅଭିଜ୍ଞ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଦଳରେ ଦୁଇଜଣ ୱିକେଟ୍ କିପର ଭାବେ ସୁଜିତ ଲେଙ୍କା ଓ ରାଜେଶ ଧୁପରଙ୍କୁ ସ୍ଥାନ ମିଳିଛି। ଏହାଛଡ଼ା ଉଭୟ ସ୍ପିନ ଓ ପେସ ବୋଲିଂ ଲାଇନ ଅପରେ ଟିମ୍ ବେଶ ମଜଭୁତ୍ ଲାଗୁଛି।

ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ ଗ୍ରୁପ୍-ଏ’ରେ ସ୍ଥାନ ପାଇଛି। ଏହି ଗ୍ରୁପର ସବୁ ଯାକ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଓଡ଼ିଶା ଟିମ୍ ଆସନ୍ତା ୮ ତାରିଖରେ ଆନ୍ଧ୍ରପ୍ରଦେଶ ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପରେ ଓଡ଼ିଶା ଟିମ୍ ୯ରେ ଗୁଜରାଟ, ୧୧ରେ ବିଦର୍ଭ, ୧୨ରେ ଜମ୍ମୁ-କଶ୍ମୀର ଏବଂ ୧୪ ତାରିଖରେ ହିମାଚଳ ପ୍ରଦେଶକୁ ଭେଟିବ। ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ତେବେ ବିଜୟ ହଜାରେ ଟ୍ରଫିରେ ଦଳ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛି।

Advertisment

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ଅନୁରାଗ ଷଢଙ୍ଗୀ, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର (ୱିକେଟ୍ କିପର), ସୁଜିତ୍ ଲେଙ୍କା (ୱିକେଟ୍ କିପର), ଶାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅଭିଷେକ ଯାଦବ, ସନ୍ଦୀପ ପଟ୍ଟନାୟକ, ଶୁଭଙ୍କର ବିଶ୍ୱାସ, ଦେବବ୍ରତ ପ୍ରଧାନ, ଆଶିଷ ରାୟ, ସୁନୀଲ ରାଉଳ, ଜୟନ୍ତ ବେହେରା, ପପୁ ରାୟ, ଶୁଭମ୍ ନାୟକ, ବିକାଶ ରାଉତ, ତାରିଣୀ ସ’, ପ୍ରୟାସ ସିଂ ଠାକୁର, ରାଜେଶ ମହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe