Advertisment

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌

ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
Barbati

Barbati

Advertisment

ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍‌। ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍‌ ଖେଳିବେ ଭାରତ ଓ ଇଂଲଣ୍ଡ।

Advertisment

ଆସନ୍ତା ବର୍ଷ ଫେବୃଆରୀ ୯ ତାରିଖରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ଦିନିକିଆ କ୍ରିକେଟ ଫେରିବାକୁ ଯାଉଛି। ଶେଷଥର ପାଇଁ ୨୦୧୯ ମସିହା ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଭାରତ ଉକ୍ତ ମ୍ୟାଚ୍‌କୁ ୪ ୱିକେଟରେ ଜିତି ନେଇଥିଲା। ଏବେ ପୁଣି ଭାରତୀୟ ଟିମ ଇଂଲଣ୍ଡର ମୁକାବିଲା ବାରବାଟୀରେ କରିବାକୁ ଯାଉଛି। 

Advertisment

ଏହାପୂର୍ବରୁ ମଧ୍ୟ ଭାରତୀୟ ଟିମ ବାରବାଟୀରେ ୨୦୧୭ରେ ଇଂଲଣ୍ଡକୁ ହରାଇଥିଲା। ଉକ୍ତ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଓ ଯୁବରାଜ ସିଂହ ଶତକ ହାସଲ କରିଥିଲେ। ଭାରତୀୟ ଟିମ ବାରବାଟୀରେ ୧୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଛି। 

ଏହାବାଦ ଭାରତ ଶେଷଥର ପାଇଁ ବାରବାଟୀରେ ଟି-୨୦ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା। ୨୦୨୨ ମସିହା ଜୁନ ୧୨ ତାରିଖରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତୀୟ ଟିମ ୪ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। 

ବିସିସିଆଇ ଆଜି ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍‌ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି। ଏହି ଘାରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଆସିବେ।

ଏହି ସିଜିନ ବାଂଲାଦେଶ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜଜରୁ ଆରମ୍ଭ ହେବ। ଏହାପରେ ବାଂଲାଦେଶ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ।

ବାଂଲାଦେଶ ସିରିଜ ପରେ ଭାରତ ଗସ୍ତରେ ଆସିବ ନ୍ୟୁଜିଲ୍ୟାଣ୍ଡ। ଦୁଇ ଦେଶ ମଧ୍ୟରେ ୩ଟିକିଆ ଟେଷ୍ଟ ସିରିଜ ଅକ୍ଟୋବର ୧୬ରୁ ଆରମ୍ଭ ହେବ। ଏହା ନଭେମ୍ବର ମାସର ପ୍ରଥମ ସପ୍ତାହ ଯାଏ ଚାଲିବ। ଏହାପରେ ଭାରତୀୟ ଟିମ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଯିବ।

ଭାରତୀୟ ଟିମ ଆସନ୍ତା ବର୍ଷ ଘରୋଇ ସିଜିନ ଇଂଲଣ୍ଡ ବିପକ୍ଷ ସିରିଜରୁ ଆରମ୍ଭ କରିବ। ଏହି ଗସ୍ତ ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ପ୍ରଥମେ ଟି-୨୦ ସିରିଜ ପରେ ଦିନିକିଆ ମ୍ୟାଚ୍‌ଗୁଡ଼ିକ ଆୟୋଜନ ହେବ।

ବାଂଲାଦେଶର ବିପକ୍ଷ ସିରିଜ

ପ୍ରଥମ ଟେଷ୍ଟ: ସେପ୍ଟେମ୍ବର ୧୯ରୁ ୨୩- ଚେନ୍ନାଇ

ଦ୍ୱିତୀୟ ଟେଷ୍ଟ: ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧- କାନପୁର

ପ୍ରଥମ ଟି-୨୦: ଅକ୍ଟୋବର ୬ ତାରିଖ – ଧର୍ମଶାଲା

ଦ୍ୱିତୀୟ ଟି-୨୦ : ଅକ୍ଟୋବର ୯ ତାରିଖ- ଦିଲ୍ଲୀ

ତୃତୀୟ ଟି-୨୦: ଅକ୍ଟୋବର ୧୨ ତାରିଖ- ହାଇଦ୍ରାବାଦ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ

ପ୍ରଥମ ଟେଷ୍ଟ: ଅକ୍ଟୋବର ୧୬ରୁ ୨୦ ତାରିଖ – ବେଙ୍ଗାଲୁରୁ

ଦ୍ୱିତୀୟ ଟେଷ୍ଟ: ଅକ୍ଟୋବର ୨୪ରୁ ୨୮ ତାରିଖ- ପୁଣେ

ତୃତୀୟ ଟେଷ୍ଟ: ନଭେମ୍ବର ୧ରୁ ୫ ତାରିଖ- ମୁମ୍ବାଇ

ଇଂଲଣ୍ଡ ବିପକ୍ଷ ସିରିଜ

ପ୍ରଥମ ଟି-୨୦: ଜାନୁଆରୀ ୨୨ ତାରିଖ – ଚେନ୍ନାଇ

ଦ୍ୱିତୀୟ ଟି-୨୦: ଜାନୁଆରୀ ୨୫ ତାରିଖ- କୋଲକାତା

ତୃତୀୟ ଟି-୨୦: ଜାନୁଆରୀ ୨୮ ତାରିଖ- ରାଜକୋଟ

୪ର୍ଥ ଟି-୨୦: ଜାନୁଆରୀ ୩୧ ତାରିଖ- ପୁଣେ

୫ମ ଟି-୨୦: ଫେବୃଆରୀ ୨ ତାରିଖ- ମୁମ୍ବାଇ

ପ୍ରଥମ ଦିନିକିଆ: ଫେବୃଆରୀ ୬ ତାରିଖ- ନାଗପୁର

ଦ୍ୱିତୀୟ ଦିନିକିଆ: ଫେବୃଆରୀ ୯ ତାରିଖ – କଟକ

ତୃତୀୟ ଦିନିକିଆ: ଫେବୃଆରୀ ୧୨ ତାରିଖ - ଅହମଦାବାଦ

Cuttack Barabati Stadium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe