Advertisment

ଆଇପିଏଲରେ ଏଥର ଶୁଣିବାକୁ ମିଳିବନି ଓଡ଼ିଆ କମେଣ୍ଟ୍ରୀ

୨୦୨୩ ଆଇପିଏଲରେ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇଥିଲେ କ୍ରିକେଟ ପ୍ୟାନ୍ସ।

ଅଦ୍ୟତନ ହୋଇଛି
IPL

IPL

Advertisment

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲର ୨୦୨୪ ସଂସ୍କରଣ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ। ହେଲେ ଏଥର ଆଇପିଏଲରେ ଶୁଣିବାକୁ ମିଳିବ ନାହିଁ ଓଡ଼ିଆ କମେଣ୍ଟ୍ରୀ। ସେହିପରି ଓଡ଼ିଆ ଗ୍ରାଫିକ୍ସ ମଧ୍ୟ ଦେଖିବାକୁ ମିଳିବ ନାହିଁ। କାରଣ ଓଡ଼ିଆ ଭାଷାକୁ କମେଣ୍ଟ୍ରୀ ତାଲିକାରୁ ବାଦ ଦିଆଯାଇଛି।

Advertisment

ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲେ ମଧ୍ୟ ହିନ୍ଦୀ ଓ ଇଂଲିଶ ସମେତ ତେଲୁଗୁ, ତାମିଲ, କନ୍ନଡ, ମରାଠୀ, ଭୋଜପୁରୀ ଓ ଗୁଜରାଟୀ ଭଳି ୮ଟି ଭାଷାରେ ଆଇପିଏଲର ମଜା ଉଠାପାରିବେ ଦର୍ଶକ। ଜିଓ ସିନେମାରେ ଥିବା ଭାଷା ବିକଳ୍ପକୁ ଯାଇ ନିଜ ପସନ୍ଦ ଅନୁସାରେ ଲୋକମାନେ ଆଇପିଏଲ ଦେଖିପାରିବେ। 

ଓଡ଼ିଆ ଭାଷା ବାଦ ପଡ଼ିବାରୁ ରାଜ୍ୟବାସୀଙ୍କୁ ଏହା ନିରାଶ କରିଛି। ୨୦୨୩ ଆଇପିଏଲରେ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇଥିଲେ କ୍ରିକେଟ ପ୍ୟାନ୍ସ। ଆଇପିଏଲର ମ୍ୟାଚ ପୂର୍ବରୁ ଓଡ଼ିଆରେ ‘କ୍ରିକେଟ ଲାଇଭ୍’ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ପ୍ରଥମଥର ଲାଗି ଓଡ଼ିଆ ଭାଷାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମର ଆଙ୍କର ଭାବେ କଟକର ଝିଅ ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ କିଛି ଓଡ଼ିଆ କ୍ରିକେଟର ଓ ଖେଳ ସହ ସମ୍ପୃକ୍ତ ବ୍ୟକ୍ତି ଯୋଗଦେଉଥିଲେ। ମ୍ୟାଚ୍‌ ବେଳେ ଦେବାଶିଷ ମହାନ୍ତି, ବିପ୍ଳବ ସାମନ୍ତରାୟ, ଓ ରଶ୍ମି ରଞ୍ଜନ ପରିଡ଼ାଙ୍କ ଭଳି ଅଭିଜ୍ଞ କ୍ରିକେଟରମାନେ କମେଣ୍ଟ୍ରୀ କରୁଥିଲେ। ଏମାନଙ୍କ ବ୍ୟତୀତ ଗୌରବ ପଣ୍ଡା ମଧ୍ୟ କମେଣ୍ଟ୍ରୀ କରୁଥିଲେ। ସବୁ କିଛି ଓଡ଼ିଆରେ ହେଉଥିଲା।

କିନ୍ତୁ ନିମ୍ନମାନ ଗ୍ରାଫିକ୍ସ ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କିଛି ଲୋକଙ୍କ ଅହେତୁକ ଅବହେଳା ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ପ୍ରସାରଣ ସେତେଟା ଲୋକପ୍ରିୟତା ହାସଲ କରି ପାରି ନଥିଲା। ସଂସ୍ଥାକୁ ବ୍ୟବସାୟିକ କ୍ଷତି ହୋଇଥିଲା। ଏହି କାରଣ ପାଇଁ ୨୦୨୪ ଆଇପିଏଲରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିବା କୁହାଯାଉଛି।

IPL IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe