Advertisment

ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Payal

Payal

Advertisment

କଥାରେ ଅଛି ଇଛାଶକ୍ତି ଆଗରେ ସବୁ କିଛି ହାର ମାନେ। ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଫିକା ପଡ଼ିଯାଏ। ଏହାକୁ ପ୍ରମାଣ କରିଦେଖାଇଛନ୍ତି ଓଡ଼ିଶାର ଦିବ୍ୟାଙ୍ଗ ଝିଅ ପାୟଲ। ବଲାଙ୍ଗିର ଜିଲ୍ଲା ସହିତ ଦାଦନ ଦୁଃଖ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ଏହି ଦାଦନ ଦୁଃଖର କାହାଣୀର ସଫଳ ନାୟିକା ସାଜିଛନ୍ତି ପାୟଲ।

Advertisment

ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଦିନେ ପାୟଲକୁ ନେଇ ତାଙ୍କ ପରିବାର ଚିନ୍ତାରେ ଥିଲେ। କାରଣ ବାପାମା ଦାଦନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ସେ ୨ ହାତ ଓ ୨ ଗୋଡ଼ ହରାଇଥିଲେ। ହାତଗୋଡ଼ ନଥିବା ଛୁଆର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ ପରିବାର। କିନ୍ତୁ ତାଙ୍କ ପାଇଁ ସେତେବେଳେ ଦେବଦୂତ ସାଜିଥିଲେ ତତକାଳୀନ ବଲାଙ୍ଗୀର ଜିଲ୍ଳାପାଳ ଚଂଚଳ ରାଣା। ଆଉ ଏବେ ପାୟଲ କେବଳ ବଲାଙ୍ଗିର କି ଓଡ଼ିଶାର ନୁହେଁ ବରଂ ଦେଶର ଗୋଲ୍ଡଗାର୍ଲ ପାଲଟି ଯାଇଛନ୍ତି। କଟା ଗୋଡ଼ରେ ତୀର ଚଳାଇ ଚାମ୍ପିୟନ ହୋଇଛନ୍ତି। ଜାତୀୟ ପାରା ତୀରନ୍ଦାଜ ଟାଇଟଲ ହାସଲ କରି ଏବେ ସାରା ଦେଶରେ ପାୟଲର ଚର୍ଚ୍ଚାରେ ରହିଛନ୍ତି।

Advertisment

୨୦୧୫ ମସିହାରେ ବିଦ୍ୟୁତ ଆଘାତରେ ପାୟାଲ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ସେତେବେଳେ ଏହି ଖବର ବେଶ ଚର୍ଚ୍ଚାକୁ ଆସିଥିଲା। ବିଦ୍ୟୁତ ଆଘାତ ପରେ ଅପରେସନ ଯୋଗୁ ସେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିଲେ। ନୀରିହ ମୁହଁରେ ହସି ହସି ସେତେବେଳେ ସେ କହୁଥିଲେ ଯେ ଏବେ ଆଉ ଭଲ ଲାଗୁନାହିଁ। କାରଣ ଖେଳିବାକୁ ଇଛା ହେଉଛି, କିନ୍ତୁ ଖେଳି ପାରୁନି। ବାସ୍ ୨୦୧୫ ମସିହାରେ କଇଁ କଇଁ କଥା କହୁଥିବା ପାୟଲ ଏବେ କରିସ୍ମା ଦେଖାଇଛନ୍ତି।

ନିଜର କଠିନ ପରିଶ୍ରମ ବଳରେ ସେ ଦେଶର ସମସ୍ତ ପ୍ରତିଭାନ ପାରା ଆଥଲେଟଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜସ୍ଥାନ ଜୟପୁରରେ ଚାଲିଥିବା ଷଷ୍ଠ ଜାତୀୟ ପାରା ତୀରନ୍ଦାଜି କମ୍ପାଉଣ୍ଡ ଓପନ ୱୋମେନ ରାଉଣ୍ଡ-୧ କ୍ୟାଟାଗୋରୀରେ ଦୁଇଟି ସ୍ୱର୍ଣ୍ଣ ଜିତିଛନ୍ତି ପାୟଲ ନାଗ।

ସବୁଠାରୁ ବଡ଼କଥା ହେଉଛି ଅର୍ଜୁନ ଆୱାର୍ଡୀ ତଥା ଅଲମ୍ପିୟାନ ଶୀତଳ ଦେବୀଙ୍କୁ ସେ ହରାଇ ଏପରି ସଫଳତା ପାଇଛନ୍ତି। ଶୀତଲ ଦେବୀଙ୍କ ହାତ ନାହିଁ। ସେ ଗୋଡ଼ରେ ତୀର ମାରନ୍ତି। ଶୀତଲଙ୍କ ଭିଡିଓ ଦେଖି ତୀରନ୍ଦାଜ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପାୟଲ। ଏବେ ସେ ଶୀତଲଙ୍କୁ ମାତ୍ ଦେଇ ଚାମ୍ପିୟନ ହୋଇଛନ୍ତି।

ବାପା ମା’ ଦାଦନ ଦୁଃଖରେ ପଡ଼ିଥିବା ବେଳେ ପାୟଲ ପାର୍ବତୀଗିରି ବାଳନିକେତନ ରୁହନ୍ତି। ପାୟଲ ଏବେ ଜାତୀୟ ସ୍ତରରେ ଚମକିବାରୁ ଆଶ୍ରମର ସଂପାଦିକା ସଂସ୍କୃତି ପଟ୍ଟନାୟକ ଓ ଓ ଜିଲ୍ଳା ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ବେଶ ଖୁସି ବ୍ୟକ୍ତ କରିଛନ୍ତି।

ଚାମ୍ପିୟନ ଝିଅର କାହାଣୀ କୌଣସି ସିନେମାଠାରୁ କମ ନୁହେଁ। ଦାଦନ ଦୁଃଖର ଅପବାଦ ମୁଣ୍ଡାଇଥିବା ବଲାଙ୍ଗିର ଜିଲ୍ଳା ପାଇଁ ପାୟଲ ଆଣିଛନ୍ତି ସମ୍ମାନର ସନ୍ତକ। ଆଜି ଠୁ ଠିକ ଦଶ ବର୍ଷ ତଳେ ବାପା, ମା ଓ ପଡ଼ୋଶୀ ରାୟପୁରରେ ଦାଦନ ଖଟୁଥିଲେ। ସେତେବେଳେ ପାୟଲଙ୍କୁ ପ୍ରାୟ ୬ ବର୍ଷ ବୟସ ହୋଇଥିଲା।

ଏହି କଅଁଳ ବୟସରେ ପାୟଲ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ମୃତ୍ୟୁ ସହ ସଂଗ୍ରାମ କରିବାକୁ ପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶରେ ତାଙ୍କର ୨ ହାତ ଓ ୨ ଗୋଡ଼ କଟାଯାଇଥିଲା। ବାସ୍ ଭିନ୍ନକ୍ଷମ ଭତ୍ତା ପାଇ ଘରେ ପଡ଼ିରହିଥିଲେ ପାୟଲ। ହେଲେ ୨୦୨୨ ମସିହାରେ ହଠାତ୍‌ ପାୟଲଙ୍କ ଜୀବନର ମୋଡ଼ ବଦିଲିଥିଲା।

ବଲାଙ୍ଗିର ଜିଲ୍ଳାର ତତକାଳୀନ ଜିଲ୍ଲାପାଳ ଚଂଚଳ ରାଣା ଦିବ୍ୟାଙ୍ଗ ପାୟଲଙ୍କ ପାଇଁ ସହଯୋଗର ହାତ ବଢ଼ାଇଥିଲେ। ପ୍ରଥମେ ପାୟଲର ବାପାମାଙ୍କ ସହମତିରେ ତାଙ୍କୁ ବଲାଙ୍ଗିର ସହରରେ ଥିବା ପାର୍ବତୀଗିରି ଆଶ୍ରମକୁ ଅଣାଯାଇଥିଲା। ନିକଟସ୍ଥ ସ୍କୁଲରେ ନାଁ ଲେଖାଇ ପାୟାଲ ପାଠ ପଢିବା ଆରମ୍ଭ କରିଥିଲେ। ସୁନ୍ଦର ଚିତ୍ର ଅଙ୍କନ କରି ସମସ୍ତଙ୍କ ପ୍ରଶଂସା ସାଉଁଟି ଥିଲେ।

ପାୟଲର ଗୁଣ ଦେଖି ତତକାଳୀନ ଜିଲ୍ଳାପାଳ ରାଣା ତାଙ୍କୁ ଦିବ୍ୟାଙ୍ଗ ତୀରନ୍ଦାଜ ଶୀତଲ ଦେବୀଙ୍କ ଭିଡିଓ ଦେଖାଇଥିଲେ। ବାସ୍ ଏହି ଭିଡିଓ ଦେଖି ତୀରନ୍ଦାଜ ହେବାକୁ ପଣ କରିଥିଲେ ପାୟଲ। ଏଥିପାଇଁ ଜିଲ୍ଲାପାଳ ସମସ୍ତ ପ୍ରକାରର ସହଯୋଗ କରିଥିଲେ।

ଏବେ ପାୟଲ ୧୬ ବର୍ଷ ବୟସର ହୋଇଗଲେଣି। ସେ ଟିକିରାପଡ଼ା କଲେଜରେ +୨ର ଛାତ୍ରୀ। ୧୬ ବର୍ଷ ବୟସରେ ପାୟଲ ନିଜର ଆଦର୍ଶ ଶୀତଲ ଦେବୀଙ୍କୁ ମାତ ଦେଇ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ପାୟଲଙ୍କ ସଫଳତା ପରେ ବଲାଙ୍ଗିର ଜିଲ୍ଳା ଦାଦନ ପ୍ରବଣ ମୁରିବାହାଲ ବ୍ଲକ ଜମୁନାବାହାଲ ଗାଁରେ ରହୁଥିବା ବାପାମା ବେଶ ଖୁସି ବ୍ୟକ୍ତି କରିଛନ୍ତି।

Odisha Balangir Payal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe