Advertisment

ବଞ୍ଚାଇଦେଲେ ଶାନ୍ତନୁ, ୩ ପଏଣ୍ଟ ପାଇଲା ଓଡ଼ିଶା

ଅହମଦାବାଦ: ଓଡ଼ିଶାକୁ ନିଶ୍ଚିତ ପରାଜୟରୁ ରକ୍ଷା କଲେ ଯୁବ ବ୍ୟାଟର୍ ଶାନ୍ତନ୍ତୁ ମିଶ୍ର। ଶାନ୍ତନୁଙ୍କ ଦମଦାର୍ ଶତକ ଓ ରାଜେଶ ଧୂପରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା କ୍ରିକେଟ୍ ଟିମ୍ ଏଠାରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍-ଡି’ର ଗୋଆ ବିପକ୍ଷ ମ୍ୟାଚକୁ ଡ୍ର’ କରିଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଛି। ଗୋଆ ଦ୍ୱାରା ଧାର୍ଯ୍ୟ ୩୮୭ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପୂରା ୧୦୦ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଞ୍ଚାଇଦେଲେ ଶାନ୍ତନୁ, ୩ ପଏଣ୍ଟ ପାଇଲା ଓଡ଼ିଶା

rajesh-and-shantanu

ଅହମଦାବାଦ: ଓଡ଼ିଶାକୁ ନିଶ୍ଚିତ ପରାଜୟରୁ ରକ୍ଷା କଲେ ଯୁବ ବ୍ୟାଟର୍ ଶାନ୍ତନ୍ତୁ ମିଶ୍ର। ଶାନ୍ତନୁଙ୍କ ଦମଦାର୍ ଶତକ ଓ ରାଜେଶ ଧୂପରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା କ୍ରିକେଟ୍ ଟିମ୍ ଏଠାରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍-ଡି’ର ଗୋଆ ବିପକ୍ଷ ମ୍ୟାଚକୁ ଡ୍ର’ କରିଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଛି। ଗୋଆ ଦ୍ୱାରା ଧାର୍ଯ୍ୟ ୩୮୭ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପୂରା ୧୦୦ ଓଭର ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୩୫ ରନ୍ କରିଛି। ଦଳ ପକ୍ଷରୁ ଶାନ୍ତନୁ ୨୬୭ ବଲ୍ ଖେଳି ୧୧ ଚୌକା ସହ ଅପରାଜିତ ୧୦୩ ରନ୍ କରିଛନ୍ତି। ସେହିପରି ରାଜେଶ ଧୂପର୍ ୫୨ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।

Advertisment

ମ୍ୟାଚର ଶେଷ ଦିବସରେ ଓଡ଼ିଶାକୁ ବିଜୟ ପାଇଁ ୩୬୫ ରନ୍ ଏବଂ ଗୋଆକୁ ଜିତିବା ପାଇଁ ୧୦ ୱିକେଟ୍ ଦରକାର ଥିଲା। ଏଭଳି ସ୍ଥିତିରେ ମ୍ୟାଚ୍ ଗୋଆ ସପକ୍ଷରେ ଯିବ ବୋଲି ଲାଗୁଥିଲା। ହେଲେ ଓଡ଼ିଶା ଆଜି ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ପ୍ରଥମ ୱିକେଟ୍ ୫୨ ରନ୍ ଯୋଡ଼ିଥିଲା। ଅନୁରାଗ ୨୮ ରନ୍ କରିଥିବା ବେଳେ ଲକ୍ଷ୍ୟ ଗର୍ଗଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସନ୍ଦୀପ ପଟ୍ଟନାୟକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ଶାନ୍ତନୁଙ୍କ ସହ ମିଶି ୪୫ ରନର ଭାଗିଦାରୀ କରିଥିଲେ।

https://twitter.com/BCCIdomestic/status/1495355782468345857?s=20&t=ZZIm-Y_soSb_5w4tRBSSgg

Advertisment

ଦଳର ସ୍କୋର ୯୯ ରନରେ ଥିବା ବେଳେ ସନ୍ଦୀପ (୩୨)ଙ୍କୁ ଦର୍ଶନ ମିଶାଲ ଆଉଟ୍ କରିଥିଲେ। ଏହି ୱିକେଟ୍ ନେବା ପରେ ଗୋଆ ମ୍ୟାଚକୁ କମବ୍ୟାକ୍ କରି ବ୍ୟାକ୍ ଟୁ ବ୍ୟାକ୍ ସଫଳଳା ପାଇଥିଲା। କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ମାତ୍ର ୨ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଧାର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ୧୦୮ ରନରେ ୪ ୱିକେଟ୍ ହରାଇ ଓଡ଼ିଶା ସଂକଟରେ ପଡ଼ିଥିଲା ବେଳେ ଶାନ୍ତନୁଙ୍କୁ ଭରପୂର ସହଯୋଗ କରିଥିଲେ ରାଜେଶ ଧୂପର। ଦୁହେଁ ୫୫ ଓଭର ବ୍ୟାଟିଂ କରି ଓଡ଼ିଶାକୁ ପରାଜୟରୁ ରକ୍ଷା କରିଥିଲେ।

publive-image

ପ୍ରଥମ ଇନିଂସ୍ ଭଳି ରାଜେଶ ପୁଣିଥରେ ନିଜ ପ୍ରତିଭାର ପରିଚୟ ଦେଇ ଅର୍ଦ୍ଧଶତକ ମାରିଥିଲେ। ସେ ଶାନ୍ତନୁଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୧୧୯ ରନର ପାର୍ଟନରଶିପ୍ କରିଥିଲେ। ଓଡ଼ିଶାର ସ୍କୋର ୨୨୭ ରନରେ ଥିବା ବେଳେ ରାଜେଶଙ୍କୁ ଆଉଟ୍ କରିଥିଲେ ଅମିତ୍ ଯାଦବ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଭିଷେକ ରାଉତ ୫ ରନ୍ କରି ଆଉଟ୍ ହୋଇଥିଲେ। ପରେ ସେଟ୍ ବ୍ୟାଟର୍ ଶାନ୍ତନୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ଏହି ସମୟରେ ଗୋଆ ପାଇଁ ମ୍ୟାଚ୍ ଜିତିବା ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଦେବବ୍ରତ (୨) ଓ ବସନ୍ତ ମହାନ୍ତି (୦) ଅପରାଜିତ ରହି ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଗୋଆ ପକ୍ଷରୁ ଦର୍ଶନ ମିଶାଲ ଓ ଅମିତ୍ ଯାଦବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଗୋଆ ପ୍ରଥମ ଇନିଂସରେ ୧୮୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଓଡ଼ିଶା ୧୮୯ ରନ୍ କରି ପ୍ରଥମ ଇନିଂସରେ ୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଗୋଆ ଆକର୍ଷଣୀୟ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୩୯୪ ରନ୍ କରି ପାଳି ଘୋଷଣା କରିଥିଲ।