Advertisment

କୁଚ୍ ବେହାର ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଇନ୍ଦୋର୍ ଠାରେ ଅନୁଷ୍ଠିତ ହେବ ବିସିସିଆଇ ଦ୍ୱାରା ପରିଚାଳିତ ୧୯ବର୍ଷରୁ କମ୍ କୁଚ ବେହାର ଟ୍ରଫି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ରାଜ୍ୟ ଦଳର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ଶ୍ରେଷ୍ଠ ସିଂହଙ୍କୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଟିମ୍ ଆସନ୍ତା ୨୧ତାରିଖରେ ଇନ୍ଦୋର ଗସ୍ତ କରିବ। ସେଠାରେ ଓଡ଼ିଶା ଜୁନିୟର ଟିମ୍ ପାଞ୍ଚ ଦିନ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବ। […]

କୁଚ୍ ବେହାର ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

cooch

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଇନ୍ଦୋର୍ ଠାରେ ଅନୁଷ୍ଠିତ ହେବ ବିସିସିଆଇ ଦ୍ୱାରା ପରିଚାଳିତ ୧୯ବର୍ଷରୁ କମ୍ କୁଚ ବେହାର ଟ୍ରଫି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ରାଜ୍ୟ ଦଳର ଘୋଷଣା କରାଯାଇଛି।

Advertisment

ଟିମର କ୍ୟାପଟେନ୍ ଭାବେ ଶ୍ରେଷ୍ଠ ସିଂହଙ୍କୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଟିମ୍ ଆସନ୍ତା ୨୧ତାରିଖରେ ଇନ୍ଦୋର ଗସ୍ତ କରିବ। ସେଠାରେ ଓଡ଼ିଶା ଜୁନିୟର ଟିମ୍ ପାଞ୍ଚ ଦିନ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବ। ଏହା ପରେ ୨୯ ତାରିଖରୁ ଓଡ଼ିଶା ତା'ର ଅଭିଯାନ ଆରମ୍ଭ କରିବ। ଓଡ଼ିଶା ପ୍ରଥମ ମ୍ୟାଚରେ ବିଦର୍ଭକୁ ଭେଟିବ। ଏହା ପରେ ଓଡ଼ିଶା ୬ତାରିଖରେ ଆସାମ, ୧୩ରେ ପଞ୍ଜାବ, ୨୦ରେ ଉତ୍ତର ପ୍ରଦେଶ ଓ ୨୭ରେ ଝାଡଖଣ୍ଡକୁ ଭେଟିବ।

ଓଡ଼ିଶା ଦଳ: ଶ୍ରେଷ୍ଠ ସିଂହ(କ୍ୟାପଟେନ୍), ସାରାଂଶ କୁମାର, ଆଶୀର୍ବାଦ ସ୍ୱାଇଁ (ଉଭୟେ ୱିକେଟକିପର), ଦିନେଶ ମାଝୀ, ଏମ୍‌ଡି ସୋହେଲ ଖାନ୍‌, ଅଂଶୁମାନ ସାହୁ, ସାଇଦୀପ ମହାପାତ୍ର, ସାଇ ଶୁଭମ, ସୂର୍ଯ୍ୟ ମହାପାତ୍ର, ସମ୍ବିତ ବରାଳ, ବିଶ୍ୱ ମୁଦୁଲି, ସୁଦର୍ଶନ ସ୍ୱାଇଁ, ଆଶୁତୋଷ ଛୁରିଆ, ନିରଞ୍ଜନ ଗୌଡ, ଆଦିତ୍ୟ ଜୟସିଂ, ରାକେଶ ସାହୁ, ଶୁଭମ ସିଂହ, ଗୌତମ ସୁନା, ସୁଶିଲ କୁମାର ବାରିକ, ରିତେଶ ପ୍ରିୟରଞ୍ଜନ, ଅଂଶୁମାନ ବେଜ୍‌, ସାହିଲ ପ୍ରସାଦ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe