Advertisment

ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିସିସିଆଇ ଦ୍ୱାରା ପରିଚାଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତିଙ୍କ ଶତକ ଓ ଜୟନ୍ତ ବେହେରାଙ୍କ ଜବରଦସ୍ତ ବୋଲିଂ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଆନ୍ଧ୍ର ପ୍ରଦେଶକୁ ୬୩ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ୪ ପଏଣ୍ଟ ପାଇଛି। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ […]

author-image
Ranjit Kumar Jena
ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା

subhransu-and-jayant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିସିସିଆଇ ଦ୍ୱାରା ପରିଚାଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତିଙ୍କ ଶତକ ଓ ଜୟନ୍ତ ବେହେରାଙ୍କ ଜବରଦସ୍ତ ବୋଲିଂ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଆନ୍ଧ୍ର ପ୍ରଦେଶକୁ ୬୩ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ୪ ପଏଣ୍ଟ ପାଇଛି।

Advertisment

ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଗ୍ରୁପ୍-ଏ’ର ଏହି ମ୍ୟାଚରେ ଆନ୍ଧ୍ର ପ୍ରଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସର୍ବାଧିକ ୧୧୬ (୧୨୦ ବଲ୍, ୮ ଚୌକା, ୨ ଛକା) ରନ୍ କରିଥିଲେ। ସେହିପରି ସନ୍ଦୀପ ପଟ୍ଟନାୟକ ୫୭ (୮୬ ବଲ୍, ୬ ଚୌକା), ଗୋବିନ୍ଦ ପୋଦ୍ଦାର ୪୬ (୫୫ ବଲ୍, ୪ ଚୌକା) ଓ ରାଜେଶ ଧୂପର ଅପରାଜିତ ୨୮ (୧୭ ବଲ୍, ୫ ଚୌକା) ରନ୍ କରିଥିଲେ। ଆନ୍ଧ୍ର ପ୍ରଦେଶ ପକ୍ଷରୁ ହରିଶଙ୍କର ରେଡ୍ଡୀ ୨ଟି, ଚୀରୁପଲ୍ଲୀ ଷ୍ଟିଫେନ୍ ଓ ମନିଷ ଗୋଲାମାରୁ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୭୯ ରନର ଲକ୍ଷ୍ୟର ପିଛା କରୁଥିବା ଆନ୍ଧ୍ର ପ୍ରଦେଶ ୪୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ରିକି ଭୁଇ ସର୍ବାଧିକ ୭୪ (୧୦୨ ବଲ୍, ୯ ଚୌକା), ମନିଷ ଗୋଲାମାରୁ ୪୮, ହରିଶଙ୍କର ରେଡ୍ଡୀ ୨୦, କେଭି ଶଶୀକାନ୍ତ ୧୫, ପିନିଣ୍ଟି ତପସ୍ୱୀ ୧୬ ଓ କ୍ୟାପଟେନ୍ ଶ୍ରୀକର ଭରତ ୧୪ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଜୟନ୍ତ ବେହେରା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨ଟି, ରାଜେଶ ମହାନ୍ତି, ସୁନୀଲ ରାଉଳ, ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment