Advertisment

ରାଜେଶଙ୍କୁ ୫ ୱିକେଟ: ଓଡ଼ିଶାର ବଡ଼ ବିଜୟ

ପ୍ରଥମ ଇନିଂସରେ ୩୮ ରନରେ ପଛୁଆ ଥିବା ଓଡ଼ିଶା ତା’ର ରଣନୀତି ବଦଳାଇଥିଲା। ନିୟମିତ ଓପନର ଅନୁରାଗ ଷଡ଼ଙ୍ଗୀଙ୍କ ବଦଳରେ ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକ ଇନିଂସ ଆରମ୍ଭ କରିଥିଲେ।

OCA

OCA

Advertisment

ପ୍ରଥମ ଇନିଂସରେ ପଛୁଆ ରହିଥିବା ଓଡ଼ିଶା ଶେଷରେ ହିମାଚଳ ପ୍ରଦେଶ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ୩୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ସତ୍ତ୍ୱେ ହିମାଚଳ ପ୍ରଦେଶ ୨୩୮ ରନରେ ଓଡ଼ିଶା ଠାରୁ ପରାସ୍ତ ହୋଇଛି।

Advertisment

ଦ୍ୱିତୀୟ ଇନିଂସରେ ପ୍ରଥମେ ସନ୍ଦୀପ ପଟ୍ଟନାୟକ ବ୍ୟାଟିଂରେ କମାଲ କରି ୧୫୦ କରିଥିଲେ। ଏହାପରେ ବୋଲିଂରେ ରାଜେଶ ମହାନ୍ତିଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ ୫ ୱିକେଟ ନେବାରୁ ହିମାଚଳ ପ୍ରଦେଶ ତା’ର ଦ୍ୱିତୀୟ ଇନିଂସରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଛି। ଏଥିସହ ଓଡ଼ିଶା ୨୩୮ ରନର ବୃହତ ବିଜୟ ହାସଲ କରିଛି।

କଟକ ଡ୍ରିମ୍ସ ପଡ଼ିଆରେ ଖେଳା ଯାଉଥିବା ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଘରୋଇ ପିଚ୍‌ରେ ବ୍ୟାଟରଙ୍କ ଫ୍ଲପ ଶୋ’ ଦେଖିବାକୁ ମିଳିଥିଲା। ପୂରା ଟିମ ପ୍ରଥମ ଇନିଂସରେ ମାତ୍ର ୧୩୮ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ହିମାଚଳ ପ୍ରଦେଶ ୧୭୬ ରନ କରିଥିଲା।

Advertisment

ଏହି ଇନିଂସରେ ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ୩ଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ଦେବବ୍ରତ ପ୍ରଧାନ ଓ ସୁନୀଲ ରାଉତ ଦୁଇଟି ଲେଖାଏ ସଫଳତା ପାଇଥିଲେ।

ପ୍ରଥମ ଇନିଂସରେ ୩୮ ରନରେ ପଛୁଆ ଥିବା ଓଡ଼ିଶା ତା’ର ରଣନୀତି ବଦଳାଇଥିଲା। ନିୟମିତ ଓପନର ଅନୁରାଗ ଷଡ଼ଙ୍ଗୀଙ୍କ ବଦଳରେ ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକ ଇନିଂସ ଆରମ୍ଭ କରିଥିଲେ। ଶାନ୍ତନୁ ୧୭ ରନରେ ଆଉଟ ହୋଇଥିଲେ ହେଁ ସନ୍ଦୀପ ଦମଦାର ଇନିଂସ ଖେଳିଥିଲେ। ଷ୍ଟାର ବ୍ୟାଟର ଶୁଭ୍ରାଂଶୁ ସେନାପତି କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ।

ଗୋବିନ୍ଦ ପୋଦ୍ଦାର ୪୧, ବିପ୍ଳବ ସାମନ୍ତରାୟ ୪୬, ଆର୍ଶୀବାଦ ସ୍ୱାଇଁ ୧୮, ଦେବବ୍ରତ ପ୍ରଧାନ ୯, ହର୍ଷିତ ରାଥୋଡ ୨୫ ଓ ୬ ନଂରେ ବ୍ୟାଟିଂ କରୁଥିବା ଅନୁରାଗ ଅପରାଜିତ ୭୦ ରନର ଇନିଂସ ଖେଳିଥିଲେ। ଓଡ଼ିଶା ତା’ର ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ୪୨୫ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲା।

ଫଳରେ ହମାଚଳ ପ୍ରଦେଶକୁ ୩୮୮ ରନର ଟାର୍ଗେଟ ମିଳିଥିଲା। ଲାଗୁଥିଲା ମ୍ୟାଚ୍‌ ଡ୍ର ହୋଇଯିବ। କିନ୍ତୁ ରାଜେଶ ମହାନ୍ତିଙ୍କ ଘାତକ ବୋଲିଂ ଆଗରେ ହିମାଚଳ ପ୍ରଦେଶର ବ୍ୟାଟରମାନେ କିଛି ବି କରି ପାରି ନଥିଲେ। ପ୍ରଶାନ୍ତ ଚୋପ୍ରା(୫୭)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ଓଡ଼ିଶା ବୋଲରଙ୍କୁ ସାମ୍ନା କରି ପାରି ନଥିଲେ। ରାଜେଶ ୫ ୱିକେଟ ନେଇଥିବା ବେଳେ ବିପ୍ଳବ ସାମନ୍ତରାୟ ୨ଟି, ଦେବବ୍ରତ, ସୁନୀଲ ଓ ହର୍ଷିତ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଓଡ଼ିଶା ବୋଲରଙ୍କ କମାଲ ଯୋଗୁ ହିମାଚଳ ପ୍ରଦେଶ ତା’ର ଦ୍ୱିତୀୟ ଇନିଂସରେ ମାତ୍ର ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା। ରାଜେଶ ମହାନ୍ତି ଶେଷ ବ୍ୟାଟର ଭାବେ ବୈଭବ ଅରୋରାଙ୍କୁ ଆଉଟ କରି ଓଡ଼ିଶାକୁ ୨୩୮ ରନର ବିଜୟ ଭେଟି ଦେଇଛନ୍ତି।

ଚଳିତ ରଣଜୀ ସିଜନରେ ଏହା ଓଡ଼ିଶାର ପ୍ରଥମ ବିଜୟ। ଏହାପୂର୍ବରୁ ଦଳ ଜମ୍ମୁ-କଶ୍ମୀର ଓ ମଧ୍ୟପ୍ରଦେଶ ଠାରୁ ଦଳ ପରାସ୍ତ ହୋଇଥିଲା।

Odisha Cricket Ranji Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe