Advertisment

ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରିକେଟ୍ ଟିମ୍ ବିଜୟଧାରା ଅବ୍ୟାହତ ରଖିଛି। ଓଡ଼ିଶା ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଝାଡ଼ଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ଉକ୍ତ ମୁକାବିଲାରେ ଝାଡ଼ଖଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଝାଡ଼ଖଣ୍ଡ ପକ୍ଷରୁ ସଞ୍ଜୀବ ସର୍ବାଧିକ ୩୬ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରା ୨ଟି ୱିକେଟ୍ ନେଇଥିଲେ। […]

ଅଦ୍ୟତନ ହୋଇଛି
ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

odisha-team

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରିକେଟ୍ ଟିମ୍ ବିଜୟଧାରା ଅବ୍ୟାହତ ରଖିଛି। ଓଡ଼ିଶା ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଝାଡ଼ଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ଉକ୍ତ ମୁକାବିଲାରେ ଝାଡ଼ଖଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା।

Advertisment

ଝାଡ଼ଖଣ୍ଡ ପକ୍ଷରୁ ସଞ୍ଜୀବ ସର୍ବାଧିକ ୩୬ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରା ୨ଟି ୱିକେଟ୍ ନେଇଥିଲେ। ୧୪୦ ରନର ଲକ୍ଷ୍ୟକୁ ଓଡ଼ିଶା ଟିମ୍ ୧୪.୩ ଓଭରରେ ବିନା ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶାର ଦୁଇ ଓପ୍ନର ସୁଖରାମ ମାଝୀ ଓ ନକୁଳ ବଡ଼ନାୟକ ଅପରାଜିତ ରହି ଓଡ଼ିଶାକୁ ଜିତାଇଥିଲେ। ସୁଖରାମ ୬୩ ଓ ନକୁଳ ୫୬ ରନ୍ କରି ଅପରାଜିତ ଥିଲେ। ସୁଖରାମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଗତକାଲି ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ପରାସ୍ତ କରିଛି। ତାମିଲନାଡ଼ୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଜବାବରେ ଓଡ଼ିଶା ଟିମ୍ ମାତ୍ର ୧୧.୧ ଓଭରରେ ୩ ୱିକେଟ୍ ହରାଇ ୧୨୯ ରନ୍ କରି ବିଜୟୀ ହୋଇଥିଲା। ଆସନ୍ତାକାଲି ଓଡ଼ିଶା ତା’ର ତୃତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe