Advertisment

ଓଡ଼ିଶାର ବିଜୟଧାରା ଭାଙ୍ଗିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟଧାରରେ ଲାଗିଛି ବ୍ରେକ୍। ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲରେ ଟପରେ ଥିବା ଓଡ଼ିଶା ଆଜି ତା’ର ଚତୁର୍ଥ ମ୍ୟାଚରେ ଜମ୍ମୁ-କଶ୍ମୀର ନିକଟରୁ ୯୫ ରନରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ଓଡ଼ିଶା ଟିମ୍ ଏଲିଟ୍ ଗ୍ରୁପ୍-ଏ’ର ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ରହିଛି। ରବିବାର ଠାଣେର ଦାଦୋଜୀ କୋଣ୍ଡେଭ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଜମ୍ମୁ-କଶ୍ମୀର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ […]

ଓଡ଼ିଶାର ବିଜୟଧାରା ଭାଙ୍ଗିଲା

batter

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟଧାରରେ ଲାଗିଛି ବ୍ରେକ୍। ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲରେ ଟପରେ ଥିବା ଓଡ଼ିଶା ଆଜି ତା’ର ଚତୁର୍ଥ ମ୍ୟାଚରେ ଜମ୍ମୁ-କଶ୍ମୀର ନିକଟରୁ ୯୫ ରନରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ଓଡ଼ିଶା ଟିମ୍ ଏଲିଟ୍ ଗ୍ରୁପ୍-ଏ’ର ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ରହିଛି।

Advertisment

ରବିବାର ଠାଣେର ଦାଦୋଜୀ କୋଣ୍ଡେଭ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଜମ୍ମୁ-କଶ୍ମୀର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଦଳ ପକ୍ଷରୁ ହେନାନ୍ ନାଜିର୍ ସର୍ବାଧିକ ୭୯ (୯୪ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଭମ ଖଜୁରିଆ ୩୮, ପରଭେଜ୍ ରସୁଲ୍ ୩୦, କ୍ୟାପଟେନ୍ ଶୁଭମ୍ ପୁନ୍ଦିର ୨୮, ଆବିଦ୍ ମୁସ୍ତାକ୍ ୨୫, କାମରାନ୍ ଇମକାଲ୍ ୧୭ ଓ ଆକିବ୍ ନବି ଅପରାଜିତ ୧୮ ରନ୍ କରିଥିଲେ। ଓଧିଶା ପକ୍ଷରୁ ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ ଓ ଶାନ୍ତନୁ ମିଶ୍ର ୨ଟି ଲେଖାଏ ୱିକେଟ୍ ନେଇଥିଲେ।ୟ

୨୭୯ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ୪୫ ଓଭରରେ ୧୮୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୪୦, ଗୋବିନ୍ଦ ପୋଦ୍ଦାର ୩୭, ଶାନ୍ତନୁ ମିଶ୍ର ୨୮, ବିପ୍ଳବ ୨୧ ଓ ଦେବବ୍ରତ ୧୮ ରନ୍ କରିଥିଲେ। ଜମ୍ମୁ-କଶ୍ମୀର ପକ୍ଷରୁ ଆବିଦ୍ ମୁସ୍ତାକ ୩୮ ରନ୍ ଦେଇ ୫ଟି ଓ ମୁଜତାବା ୟୁସୁଫ୍ ୨ଟି ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଆନ୍ଧ୍ର ପ୍ରଦେଶକୁ ୬୩ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଗୁଜରାଟକୁ ୩ ୱିକେଟରେ ଏବଂ ତୃତୀୟ ମୁକାବିଲରେ ବିଦର୍ଭକୁ ୬ ୱିକେଟରେ ପରାସ୍ତ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe