Advertisment

ହ୍ୟାଟ୍ରିକ ବିଜୟ ସହ କ୍ୱାର୍ଟରରେ ପହଞ୍ଚିଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିକ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଆଜି ଓଡ଼ିଶା ତା’ର ତୃତୀୟ ମୁକାବିଲାରେ ଆୟୋଜକ ଦିଲ୍ଲୀକୁ ଭେଟିଥିଲା। ଏହି ମ୍ୟାଚରେ ଓଡ଼ିଶା ୭ ୱିକେଟରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଉକ୍ତ ମ୍ୟାଚରେ ଦିଲ୍ଲୀ ଦୃଷ୍ଟିବାଧିତ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ […]

ହ୍ୟାଟ୍ରିକ ବିଜୟ ସହ କ୍ୱାର୍ଟରରେ ପହଞ୍ଚିଲା ଓଡ଼ିଶା

nagesh-trophy

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିକ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଆଜି ଓଡ଼ିଶା ତା’ର ତୃତୀୟ ମୁକାବିଲାରେ ଆୟୋଜକ ଦିଲ୍ଲୀକୁ ଭେଟିଥିଲା। ଏହି ମ୍ୟାଚରେ ଓଡ଼ିଶା ୭ ୱିକେଟରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିନେଇଛି।

Advertisment

ଉକ୍ତ ମ୍ୟାଚରେ ଦିଲ୍ଲୀ ଦୃଷ୍ଟିବାଧିତ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ଦଳ ପକ୍ଷରୁ ବିପିନ କୁମାର ୫୯ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସିଙ୍ଗରାଇ ମାଝୀ ଗୋଟିଏ ୱିକେଟ୍ ହାସଲ କରିଥିଲେ।

୧୫୧ ରନର ବିଜୟ ଲକ୍ଷ୍ୟକୁ ଓଡ଼ିଶା ଦୃଷ୍ଟିବାଧିତ ଟିମ୍ ମାତ୍ର ୧୫.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରାୟ ୬୦, ଲାଲ୍ ପ୍ରସାଦ ସୋରେନ୍ ୪୫ ଓ ଜାଫର୍ ଇକବାଲ୍ ୧୬ ରନ୍ କରିଥିଲେ। ବର୍ଥ ଡେ’ ବୟ ଲିଙ୍ଗରାଜ ରାଉତରାୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତକାଲି ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ଉତ୍ତର ପ୍ରଦେଶକୁ ଭେଟିବ।

Advertisment

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଥମ ମ୍ୟାଚରେ ତାମିଲନାଡୁକୁ ଏବଂ ଦ୍ୱିତୀୟ ମ୍ୟାଚରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe