Advertisment

ପ୍ରଥମ ମ୍ୟାଚରେ କଷ୍ଟେମଷ୍ଟେ ଜିତିଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ଘରୋଇ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସିନିୟର ପୁରୁଷ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଗୋଆକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ ହାସଲ କରିଛି। ଲକ୍ଷ୍ନୌରେ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୋଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ […]

ଅଦ୍ୟତନ ହୋଇଛି
ପ୍ରଥମ ମ୍ୟାଚରେ କଷ୍ଟେମଷ୍ଟେ ଜିତିଲା ଓଡ଼ିଶା

vikash-and-jayant

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ଘରୋଇ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସିନିୟର ପୁରୁଷ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ଗୋଆକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ ହାସଲ କରିଛି।

Advertisment

ଲକ୍ଷ୍ନୌରେ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୋଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଜବାବରେ ଓଡ଼ିଶା ୧୯.୫ ଓଭରରେ ୬ ୱିକେଟ୍ ହରାଇ ୧୦୭ ରନ୍ କରି ବିଜୟୀ ହୋଇଛି। ଯଦି ଗୋଆ ଛୋଟିଆ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, କିନ୍ତୁ ଏହାକୁ ପିଛା କରିବା ପାଇଁ ଓଡ଼ିଶାକୁ ନାକେଦମ୍ ହେବାକୁ ପଡ଼ିଥିଲା।

ଓଡ଼ିଶା ପକ୍ଷରୁ ଅଂଶୁମାନ ରଥ ସର୍ବାଧିକ ୨୯ ରନ୍ କରିଥିବା ବେଳେ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ୨୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଯାଦବ ୧୮, ଅଭିଷେକ ରାଉତ ୧୨, କ୍ୟାପଟେନ୍ ରାଜେଶ ଧୂପର ୮ ରନ୍ କରି ଆଉଟ୍ ହୋଇଥିଲେ। ବିକାଶ ରାଉତ ୬ ଓ ସର୍ବେଶ୍ୱର ମହାନ୍ତି ୩ ରନ୍ କରି ଅପରାଜିତ ଥିଲେ। ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ୨ଟି, ଅମିତ୍ ଯାଦବ, ଶ୍ରୀକାନ୍ତ ୱାଗ, ଶୁଭମ ରଞ୍ଜନେ ଓ ଅମୂଲ୍ୟ ପାଣ୍ଡ୍ରେକର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଗୋଆ ପକ୍ଷରୁ ଶୁଭମ୍ ରଞ୍ଜନେ ସର୍ବାଧିକ ୩୨ ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ରନ୍ କରିନଥିଲେ। ଓଡ଼ିଶାର ବିକାଶ ରାଉତ ଓ ଜୟନ୍ତ ବେହେରା ୩ଟି ଲେଖାଏ ୱିକେଟ୍ ପାଇଥିବା ବେଳେ ଆଶିଷ ରାଏ ୨ଟି ୱିକେଟ୍ ନେଇଥିଲେ।

ସେହିପରି ଆଜି ଖେଳାଯାଇଥିବା ଅନ୍ୟ ମ୍ୟାଚ୍ ଗୁଡ଼ିକରେ କର୍ଣ୍ଣାଟକ ୯ ରନରେ ମୁମ୍ବାଇକୁ, ଗୁଜରାଟ ୯ ୱିକେଟରେ କେରଳକୁ, ହରିୟାଣା ୮ ୱିକେଟରେ ହିମାଚଳ ପ୍ରଦେଶକୁ, ସର୍ଭିସେସ୍ ୨ ୱିକେଟରେ ବରୋଦାକୁ, ବିହାର ୩୫ ରନରେ ରେଲୱେକୁ, ଦିଲ୍ଲୀ ୩୫ ରନରେ ଉତ୍ତରାଖଣ୍ଡକୁ, ହାଇଦ୍ରାବାଦ ୨ ୱିକେଟରେ ସୌରାଷ୍ଟ୍ରକୁ, ମଧ୍ୟପ୍ରଦେଶ ୬ ୱିକେଟରେ ଆସାମକୁ, ରାଜସ୍ଥାନ ୬ ୱିକେଟରେ ଝାଡ଼ଖଣ୍ଡକୁ, ତାମିଲନାଡୁ ୧୨ ରନରେ ମହାରାଷ୍ଟ୍ରକୁ ଏବଂ ବେଙ୍ଗଲ ୭ ୱିକେଟରେ ଛତିଶଗଡ଼କୁ ପରାସ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe