Advertisment

ଓଡ଼ିଶାର ଲଗାତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ଓଡ଼ିଶା ତା’ର ଦ୍ୱିତୀୟ ମୁକାବିଲାରେ ଶକ୍ତିଶାଳୀ ଗୁଜରାଟକୁ ୩ ୱିକେଟରେ ପରାସ୍ତ କରିଛି। କାଥାନ ପଟେଲଙ୍କ ଶତକ ବଳରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଜବାବରେ ଅଭିଷେକ ରାଉତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଓଡ଼ିଶା ୩ ବଲ୍ ବାକି ଥାଇ ୭ ୱିକେଟରେ ମ୍ୟାଚକୁ […]

ଓଡ଼ିଶାର ଲଗାତର ଦ୍ୱିତୀୟ ବିଜୟ

abhisek-rout

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ଓଡ଼ିଶା ତା’ର ଦ୍ୱିତୀୟ ମୁକାବିଲାରେ ଶକ୍ତିଶାଳୀ ଗୁଜରାଟକୁ ୩ ୱିକେଟରେ ପରାସ୍ତ କରିଛି। କାଥାନ ପଟେଲଙ୍କ ଶତକ ବଳରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଜବାବରେ ଅଭିଷେକ ରାଉତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଓଡ଼ିଶା ୩ ବଲ୍ ବାକି ଥାଇ ୭ ୱିକେଟରେ ମ୍ୟାଚକୁ ଜିତି ନେଇଛି। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ ପାଇଛି। ବୁଧବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଆନ୍ଧ୍ର ପ୍ରଦେଶକୁ ୬୩ ରନରେ ହରାଇଥିଲା।

Advertisment

୨୨୪ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୬ ରନରେ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଅନୁରାଗ ଷଡଙ୍ଗୀ (୧୨), ସନ୍ଦୀପ ପଟ୍ଟନାୟକ (୧୯) ଓ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୧) ନିରାଶ କରିଥିଲେ। ତେବେ ଦୁଇ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର (୩୫) ଓ ବିପ୍ଳବ ସାମନ୍ତରାୟ (୩୨) ଚତୁର୍ଥ ୱିକେଟ୍ ପାଇଁ ୫୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ତେବେ ଦୁହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୱିକେଟ୍ କିପର ରାଜେଶ ଧୂପର (୧୫) ନିରାଶ କରିଥିଲେ ହେଁ ଅଭିଷେକ ରାଉତଙ୍କ ସହ ମିଶି ୪୮ ରନର ପାର୍ଟନରଶିପ୍ କରିଥିଲେ।

ଏହା ପରେ ଅଭିଷେକ ଓ ଦେବବ୍ରତ ପ୍ରଧାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ି ଓଡ଼ିଶାକୁ ଜିତାଇଥିଲେ। ଦେବବ୍ରତ ୩୧ ବଲରେ ୫ ଚୌକା ସହ ୩୪ ରନ୍ କରି ଆଉଟ୍ ହୋଇଥିଲେ। ଅଭିଷେକ ୫୦ ବଲରେ ୫ ଚୌକା ଓ ୧ ଛକା ସହ ଦ୍ରୁତ ୬୦ ରନ୍ କରି ଅପରାଜିତ ଥିଲେ। ଗୁଜରାଟ ପକ୍ଷରୁ ସିଦ୍ଧାର୍ଥ ଦେଶାଇ ୩ଟି ୱିକେଟ୍ ନେଇଥିଲେ।

Advertisment

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ପକ୍ଷରୁ କାଥାନ ପଟେଲଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରିନଥିଲେ। ସେ ସର୍ବାଧିକ ୧୩୦ (୧୬୬ ବଲ୍, ୧୫ ଚୌକା, ୩ ଛକା) ରନ୍ କରିଥିବା ବେଳେ ହେମଙ୍ଗ ପଟେଲ୍ ୨୫, ଚିନ୍ତନ ଗାଜା ୧୫ ରନ୍ କରିଥିଲେ। ଓଡ଼ିଶାର ରାଜେଶ ମହାନ୍ତି, ଦେବବ୍ରତ, ସୁନୀଲ ରାଉଳ ଓ ଜୟନ୍ତ ବେହେରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe