Advertisment

ଦମ୍ ଦେଖାଇଲେ ମହିଳା, ମୁମ୍ବାଇକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଧୁରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଓଡ଼ିଶା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶକ୍ତିଶାଳୀ ମୁମ୍ବାଇକୁ ୬୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ୪ ପଏଣ୍ଟ ହାସଲ କରିଛି। ପୁନେର ଡେକାନ୍ ଜିମଖାନା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାଧୁରୀ ଓ ସୁଶ୍ରୀଙ୍କ ଅର୍ଦ୍ଧଶତକ ବଳରେ […]

author-image
Ranjit Kumar Jena
ଦମ୍ ଦେଖାଇଲେ ମହିଳା, ମୁମ୍ବାଇକୁ ହରାଇଲା ଓଡ଼ିଶା

sushree-and-madhuri

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଧୁରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଓଡ଼ିଶା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶକ୍ତିଶାଳୀ ମୁମ୍ବାଇକୁ ୬୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ୪ ପଏଣ୍ଟ ହାସଲ କରିଛି।

Advertisment

ପୁନେର ଡେକାନ୍ ଜିମଖାନା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାଧୁରୀ ଓ ସୁଶ୍ରୀଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ମାଧୁରୀ ୧୧୫ ବଲରେ ୭ ଚୌକା ସହ ୮୧ ଓ ସୁଶ୍ରୀ ୭୬ ବଲରେ ୧୩ ଚୌକା ସହ ୭୨ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଜଲ୍ ଜେନା ୨୪, ସରିତା ମେହେର୍ ୨୫, ପ୍ରଜ୍ଞା ମହାନ୍ତି ୩୩ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଏସ୍ ଠାକର୍, ପି. ନାଏକ, ବୃଶାଲୀ ଭଗତ ଓ ଏଚ୍ କାଜି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୫୨ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ମହିଳା ଟିମ୍ ୪୦.୪ ଓଭରରେ ୧୮୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ମୁମ୍ବାଇର ବୃଶାଲୀ ଭଗତ ୪୬, କାଜି ୪୫, ଆରଏସ୍ ଚୌଧୁରୀ ୩୧, ସିମରନ୍ ଶେଖ୍ ୧୨, ମଞ୍ଜିରୀ ଗୱଡେ ୧୦ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ମଧୁସ୍ମିତା ବେହେରା ଓ ରୋସନାରା ପରୱିନ୍ ୨ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ। ସେହିପରି ସୁଜାତା ମଲ୍ଲିକ୍, ତରନ୍ନା ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment