Advertisment

ରାଜସ୍ଥାନକୁ ହରାଇ ସେମିରେ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିକ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ଦୃଷ୍ଟିବାଧିତ ଟିମ୍ ୪୭ ରନରେ ରାଜସ୍ଥାନକୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରି ନେଇଛି। ଆସନ୍ତାକାଲି ଖେଳାଯିବାକୁ ଥିବା ସେମି ଫାଇନାଲରେ ଓଡ଼ିଶାର ସାମ୍ନା କର୍ଣ୍ଣାଟକ ସହ ହେବ। ଆଜି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ […]

ରାଜସ୍ଥାନକୁ ହରାଇ ସେମିରେ ଓଡ଼ିଶା

odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିକ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ଦୃଷ୍ଟିବାଧିତ ଟିମ୍ ୪୭ ରନରେ ରାଜସ୍ଥାନକୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରି ନେଇଛି। ଆସନ୍ତାକାଲି ଖେଳାଯିବାକୁ ଥିବା ସେମି ଫାଇନାଲରେ ଓଡ଼ିଶାର ସାମ୍ନା କର୍ଣ୍ଣାଟକ ସହ ହେବ।

Advertisment

ଆଜି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୮ ରନ୍ କରିଥି। ଦଳ ପକ୍ଷରୁ ସୁଖରାମ ମାଝୀ ୪୪ ବଲରେ ସର୍ବାଧିକ ୬୪ ରନ୍, ନକୁଳ ବଡ଼ନାୟକ ୫୫ ବଲରେ ୬୨ ରନ୍ ଓ ଲାଲ୍ ପ୍ରସାଦ ୧୬ ବଲରେ ଦ୍ରୁତ ୨୬ ରନ୍ କରିଥିଲେ।

୧୯୯ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ନକୁଳ, ତପନ କୁମାର ଗୌଡ଼, ଦେବରାଜ ବେହେରା ଓ କାଳିଆ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନକୁଳଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି କ୍ୱାର୍ଟର୍ ଫାଇନାଲରେ ସ୍ଥାନ ହାସଲ କରିଥିଲା। ଦଳ ପ୍ରଥମ ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଝାଡ଼ଖଣ୍ଡକୁ ୧୦ ୱିକେଟରେ ଏବଂେ ତୃତୀୟ ମ୍ୟାଚରେ ଦିଲ୍ଲୀକୁ ୭ ୱିକେଟରେ ପରାସ୍ତ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe