Advertisment

ନଗେଶ ଟ୍ରଫି: ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନଗେଶ ଟ୍ରଫି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ପରାସ୍ତ କରିଛି। ନୂଆଦିଲ୍ଲୀର ଦ୍ୱାରକା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ତାମିଲନାଡ଼ୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଓଡ଼ିଶାର ଦମଦାର ବୋଲିଂକୁ ସାମ୍ନା କରିନପାରି ତାମିଲନାଡ଼ୁ ୨୦ ଓଭରରେ […]

ନଗେଶ ଟ୍ରଫି: ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା

odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନଗେଶ ଟ୍ରଫି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ପରାସ୍ତ କରିଛି।

Advertisment

ନୂଆଦିଲ୍ଲୀର ଦ୍ୱାରକା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ତାମିଲନାଡ଼ୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଓଡ଼ିଶାର ଦମଦାର ବୋଲିଂକୁ ସାମ୍ନା କରିନପାରି ତାମିଲନାଡ଼ୁ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ତାମିଲନାଡୁର ଅରୁଣ କୁମାର ୫୧ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ପଙ୍କଜ ଭୁଏ ୧୮ ରନ୍ ଦେଇ ୩ଟି ଓ ତପନ କୁମାର ଗୌଡ ଗୋଟିଏ ୱିକେଟ୍ ନେଇଥିଲେ।

୧୨୯ ରନର ଲକ୍ଷ୍ୟକୁ ଓଡ଼ିଶା ଟିମ୍ ମାତ୍ର ୧୧.୧ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝୀ ୩୩ ବଲରେ ଅପରାଜିତ ୫୮ ଓ ଲାଲ୍ ପ୍ରସାଦ ସୋରେନ ୧୩ ବଲରେ ୨୯ ରନ୍ କରିଥିଲେ। ଦମଦାର ବୋଲିଂ ପ୍ରଦର୍ଶନ ଲାଗି ପଙ୍କଜ ଭୁଏ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତାକାଲି ଓଡ଼ିଶା ତା’ର ଦ୍ୱିତୀୟ ଲିଗ୍ ମ୍ୟାଚରେ ଝାଡଖଣ୍ଡକୁ ଭେଟିବ।

Advertisment

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ଟି ଟିମ୍ ଭାଗ ନେଉଥିବା ବେଳେ ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରୁ ୨ଟି ଲେଖାଏ ଟିମ୍ କ୍ୱାର୍ଟର୍ ଫାଇନାଲକୁ କ୍ୱାଲିଫାଏ କରିବେ। ଓଡ଼ିଶା ଟିମ୍ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓଡ଼ିଶା ବ୍ୟତୀତ ହରିୟାଣା, ଝାଡ଼ଖଣ୍ଡ, ତାମିଲନାଡୁ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe