Advertisment

ଓଡ଼ିଶାର ୧୫ ଜଣିଆ ରଣ୍‌ଜୀ ଦଳ ଘୋଷଣା, ଶାନ୍ତନୁ ଅଧିନାୟକ

ଜାନୁଆରୀ ୫ ତାରିଖରୁ ଓଡ଼ିଶା ତା’ର ରଣଜୀ ଅଭିଯାନ ଆରମ୍ଭ କରିବ।

author-image
Jitendra Garnayak
Ranji Trophy

Ranji Trophy

୨୦୨୩-୨୪ ସିଜିନ୍ ରଣଜୀ ଟ୍ରଫି ପାଇଁ ଆଜି ୧୫ ଜଣିଆ ସିନିୟର ପୁରୁଷ ଦଳ ଘୋଷଣା କରିଛି ଓଡ଼ିଶା। ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଏହି ଦଳ ଘୋଷଣା କରାଯାଇଛି। ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ କରାଯାଇଛି।

Advertisment

ଟିମ୍‌ରେ ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂହ, ସୁମିତ ଶର୍ମା, ସୁନୀଲ କୁମାର ରାଉଳ, ଆଶୀର୍ବାଦ ସ୍ୱାଇଁ (ୱିକେଟ୍ କିପର), ରାଜେଶ ଧୂପର (ୱିକେଟ୍ କିପର), ଜୟନ୍ତ ବେହେରା, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ସ୍ଥାନ ପାଇଛନ୍ତି।

ଜାନୁଆରୀ ୫ ତାରିଖରୁ ଓଡ଼ିଶା ତା’ର ରଣଜୀ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ବରୋଦା ବିପକ୍ଷରେ ରହିଛି। ଏହି ବରୋଦାରେ ଖେଳା ଯିବ।

Advertisment

ଦ୍ୱିତୀୟ ମ୍ୟାଚ୍ ମଧ୍ୟ ପ୍ରଦେଶ ବିପକ୍ଷରେ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ। ଏହା ଗ୍ୱାଲିୟରରେ ଖେଳା ଯିବ। ସେହିପରି ତୃତୀୟ ମ୍ୟାଚ୍ ଜମ୍ମୁ ଓ କଶ୍ମୀର ବିପକ୍ଷରେ ଥିବା ବେଳେ ଜାନୁଆରୀ ୧୯ରୁ ଏହା କଟକର ଡ୍ରିମ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳା ଯିବ। ଜାନୁଆରୀ ୨୬ରୁ ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ତା’ର ଚତୁର୍ଥ ମ୍ୟାଚ୍ ଖେଳିବ।

ପଞ୍ଚମ ମ୍ୟାଚ୍‌ରେ ଦଳ ପଣ୍ଡିଚେରୀକୁ ଭେଟିବ। ଫେବ୍ରୁଆରୀ ୨ ତାରିଖରୁ ଏହି ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯିବ। ସେହିପରି ଷଷ୍ଠ ମ୍ୟାଚ୍‌ରେ ଦଳ ଉତ୍ତରାଖଣ୍ଡକୁ ଭେଟିବ। ଏହି ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୯ ତାରିଖରୁ ଆରମ୍ଭ ହେବ। ସେହିପରି ଓଡ଼ିଶା ଦଳ ତା’ର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

Odisha Cricket Ranji Trophy