Advertisment

ବାଙ୍ଗାଲୋରରେ ଦମ୍ ଦେଖାଇଲେ ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋରରେ ଦମ୍ ଦେଖାଇଲେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଟିମ୍। କର୍ଣ୍ଣାଟକ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ଓଡ଼ିଶା ମହିଳା ଟିମ୍ ୨-୧ରେ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍ ହାରିବା ପରେ ଓଡ଼ିଶା ମହିଳା ଟିମ୍ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରି ସିରିଜ୍ କବଜା କରିଛି। ବର୍ଷା ଯୋଗୁ ଦ୍ୱିତୀୟ ମ୍ୟାଚ୍ ୧୦ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ବିନା ୱିକେଟ୍ ହରାଇ ୮୯ […]

ବାଙ୍ଗାଲୋରରେ ଦମ୍ ଦେଖାଇଲେ ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍

odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋରରେ ଦମ୍ ଦେଖାଇଲେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଟିମ୍। କର୍ଣ୍ଣାଟକ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ଓଡ଼ିଶା ମହିଳା ଟିମ୍ ୨-୧ରେ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍ ହାରିବା ପରେ ଓଡ଼ିଶା ମହିଳା ଟିମ୍ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରି ସିରିଜ୍ କବଜା କରିଛି।

Advertisment

ବର୍ଷା ଯୋଗୁ ଦ୍ୱିତୀୟ ମ୍ୟାଚ୍ ୧୦ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ବିନା ୱିକେଟ୍ ହରାଇ ୮୯ ରନ୍ କରିଥିଲା। ରଚନା ଜେନା ୩୬ ଓ ଝିଲି ବିରୁଆ ୩୦ ରନ୍ କରି ଅପରାଜିତ ଥିଲେ। ୯୦ ରନର ପିଛା କରୁଥିବା କର୍ଣ୍ଣାଟକ ୫ ୱିକେଟ୍ ହରାଇ ୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥସଶହ ଓଡ଼ିଶା ମହିଳା ଟିମ୍ ମ୍ୟାଚକୁ ୨୦ ରନରେ ଜିତି ନେଇଥିଲା। ଫିଲ୍ଡିଂ ଓ ବ୍ୟାଟିଂରେ କମାଲ୍ କରିଥିବା ଝିଲି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ତୃତୀୟ ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। ଏହି ମ୍ୟାଚ୍ ୮ ଓଭର ବିଶିଷ୍ଟ ହୋଇଥିଲା। ଯେଉଁଥିରେ ଓଡ଼ିଶା ମହିଳା ଟିମ୍ ୫ ୱିକେଟ୍ ହରାଇ ୭୪ ରନ୍ କରିଥିଲା। ଝିଲି ୨୧ ଓ ରଚନା ୧୪ ରାନ୍ କରିଥିଲା। ୭୫ ରନର ଟାର୍ଗେଟରୁ ପିଛା କରି କର୍ଣ୍ଣାଟକ ମାତ୍ର ୨ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ଆଉ ଏହି ରୋମାଞ୍ଚକର ବିଜୟ ସହ ଓଡ଼ିଶା ମହିଳା ଟିମ୍ ସିରିଜକୁ ୨-୧ରେ ଜିତି ନେଇଛି। ମ୍ୟାଚରେ ଦୁଇଟି ନିର୍ଣ୍ଣାୟକ ରନ୍ ଆଉଟ୍ ଓ ୨ଟି ୱିକେଟ୍ ନେଇଥିବା ପାର୍ବତୀ ଟୁଡୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ବି-୩ ବର୍ଗରେ ଝିଲି, ବି-୨ ବର୍ଗରେ ରଚନା ଜେନା ଏବଂପ ବି-୧ ବର୍ଗରେ ବର୍ଷା ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ୨୦୧୮ ପରଠାରୁ କୌଣସି ଟୁର୍ଣ୍ଣାମେଣ୍ଟ ହାରିନାହିଁ। ହାଇ-ଟେକ ଗ୍ରୁପର ଚେୟାରମ୍ୟାନ୍ ତିରୁପତି ପାଣିଗ୍ରାହୀ, ଭ୍ୟୁଜ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ସନ୍ନ୍ୟାସୀ କୁମାର ବେହେରା, ପ୍ରଜ୍ଞା ପରମିତା ବେହେରା, ବିରଞ୍ଚି ନାରାୟଣ ସାହୁ, ଅଶୋକ କୁମାର ସାହୁ, ଯୋଗେନ୍ଦ୍ର ଜାନି, ଅର୍ପିତା ମହାପାତ୍ର, ପ୍ରକାଶ ରଥ ଓ ସିଏଭିଆଇ ଓଡ଼ିଶାର ସଭାପତି ମହମ୍ମଦ ଜାଫର ଇକବାଲୋ ଏବଂ ଅନ୍ୟ ସଦସ୍ୟମାନେ ଓଡ଼ିଶା ଦଳର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe