Advertisment

ସେମିରେ ହାରିଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ବୁଧବାର ଓଡ଼ିଶା ସେମିଫାଇନାଲରେ କର୍ଣ୍ଣାଟକ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶା ଫାଇନାଲରୁ ବଞ୍ଚିତ ହୋଇଛି। ଦିଲ୍ଲୀର ସାକେତ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ଓଡ଼ିଶା ଏକ ସମୟରେ ୧୦.୪ ଓଭରରେ […]

ଅଦ୍ୟତନ ହୋଇଛି
ସେମିରେ ହାରିଲା ଓଡ଼ିଶା

odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନଗେଶ ଟ୍ରଫି ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ବୁଧବାର ଓଡ଼ିଶା ସେମିଫାଇନାଲରେ କର୍ଣ୍ଣାଟକ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶା ଫାଇନାଲରୁ ବଞ୍ଚିତ ହୋଇଛି।

Advertisment

ଦିଲ୍ଲୀର ସାକେତ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ଓଡ଼ିଶା ଏକ ସମୟରେ ୧୦.୪ ଓଭରରେ ୧୦୦ ରନ୍ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। ହେଲେ ଇନଫର୍ମ ସୁଖରାମ ମାଝୀଙ୍କ ରନଆଉଟ୍ ପରେ ଓଡ଼ିଶାର ରନ୍ ରେଟ୍ ଖସି ଯାଇଥିଲା। ସୁଖରାମ ସର୍ବାଧିକ ୪୫, କ୍ୟାପଟେନ୍ ଜାଫର ଇକବାଲ୍ ୩୮ ଓ ପଙ୍କଜ ଭୁଏ ୪୨ ରନ୍ କରିଥିଲେ।

ଜବାବରେ କର୍ଣ୍ଣାଟକ ୧୬.୫ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। କର୍ଣ୍ଣାଟକ ପକ୍ଷରୁ ପ୍ରକାଶ ଜୟରମେୟା ଅପରାଜିତ ୧୦୦ ରନ୍ କରିଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆସନ୍ତାକାଲି କର୍ଣ୍ଣାଟକ ଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ଭେଟିବେ।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି କ୍ୱାର୍ଟର୍ ଫାଇନାଲରେ ସ୍ଥାନ ହାସଲ କରିଥିଲା। ଦଳ ପ୍ରଥମ ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଝାଡ଼ଖଣ୍ଡକୁ ୧୦ ୱିକେଟରେ ଏବଂ ତୃତୀୟ ମ୍ୟାଚରେ ଦିଲ୍ଲୀକୁ ୭ ୱିକେଟରେ ପରାସ୍ତ କରିଥିଲା। ସେହିପରି କ୍ୱାର୍ଟରରେ ଓଡ଼ିଶା ରାଜସ୍ଥାନକୁ ହରାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe