Advertisment

କ୍ରମାଗତ ତୃତୀୟ ମ୍ୟାଚରେ ବି ହାରିଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚକୁ କଷ୍ଟେମଷ୍ଟେ ଜିତିବା ପରେ ଓଡ଼ିଶା ସିନିୟର ପୁରୁଷ ଟିମ୍ କ୍ରମାଗତ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ପଞ୍ଜାବ ନିକଟରୁ ୬୦ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶାର ନକଆଉଟ୍ ଆଶା ଧୂଳିସାତ୍ ହୋଇଯାଇଛି। ଆସନ୍ତାକାଲି ଓଡ଼ିଶା ତା’ର ପଞ୍ଚମ ତଥା ଶେଷ ମ୍ୟାଚରେ ପଣ୍ଡିଚେରୀକୁ ଭେଟିବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କ୍ରମାଗତ ତୃତୀୟ ମ୍ୟାଚରେ ବି ହାରିଲା ଓଡ଼ିଶା

Abhishek-Rout1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚକୁ କଷ୍ଟେମଷ୍ଟେ ଜିତିବା ପରେ ଓଡ଼ିଶା ସିନିୟର ପୁରୁଷ ଟିମ୍ କ୍ରମାଗତ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ପଞ୍ଜାବ ନିକଟରୁ ୬୦ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶାର ନକଆଉଟ୍ ଆଶା ଧୂଳିସାତ୍ ହୋଇଯାଇଛି। ଆସନ୍ତାକାଲି ଓଡ଼ିଶା ତା'ର ପଞ୍ଚମ ତଥା ଶେଷ ମ୍ୟାଚରେ ପଣ୍ଡିଚେରୀକୁ ଭେଟିବ।

Advertisment

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ-ଏ’ର ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। ଜବାବରେ ଓଡ଼ିଶା ଟିମ୍ ୭ ୱିକେଟରେ ୧୨୯ ରନ୍ କରିବାକୁ ସକ୍ଷମ ହୋଇଛି। ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ୭୪ ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ଅନ୍ୟପକ୍ଷରେ ପଞ୍ଜାବ ତୃତୀୟ ବିଜୟ ସହ ନକଆଉଟ୍ ଆଶା ବଳବତ୍ତର ରଖିଛି।

୧୯୦ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ୧୧.୧ ଓଭରରେ ୫୫ ରନ୍ ଭିତରେ ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଅଭିଷେକ ରାଉତ ଏକାକୀ ଟିମ୍ ପାଇଁ ଲଢ଼ିଥିଲେ ଏବଂ ପଞ୍ଜାବ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ। ସେ ୫୬ ବଲରେ ୯ ଚୌକା ସହ ୭୪ ରନର ଇନିଂସ୍ ଖେଳିଥିଲେ। ସେ ବିକାଶ ରାଉତ (୨୨)ଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୬୧ ରନର ଭାଗିଦାରୀ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର (୧୭), ଅଂଶୁମାନ ରଥ (୭), ଶୁଭ୍ରାଂଶୁ ସେନାପତି (୨), କ୍ୟାପଟେନ୍ ରାଜେଶ ଧୂପର (୦) ଓ ଅଭିଷେକ ଯାଦବ (୧) ନିରାଶ କରିଥିଲେ। ପଞ୍ଜାବର ସିଦ୍ଧାର୍ଥ କୌଲ ଓ ମୟଙ୍କ ମାର୍କଣ୍ଡେ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ରମଣଦୀପ ସିଂହ ଦ୍ରୁତ ରନ୍ କରିଥିଲେ। ସେ ମାତ୍ର ୨୩ ବଲରେ ୩ ଚୌକା ଓ ୫ ଛକା ସହ ୫୪ ରନର ଇନିଂସ୍ ଖେଳିଥିଲେ। ସେହିପରି ଗୁରକୀରତ ସିଂହ ମାନ ୪୮ (୩୯ ବଲ୍, ୨ ଚୌକା, ୩ ଛକା), ପ୍ରଭସିମରନ୍ ସିଂହ ୪୦ ଓ ଅଭିଷେକ ଶର୍ମା ଦ୍ରୁତ ୩୦ (୧୬ ବଲ୍, ୩ ଚୌକା, ୨ ଛକା) ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ୨ଟି, ଆଶିଷ ରାଏ ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।