Advertisment

୧ ରନରେ ହାରିଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଛି। ଏଲିଟ୍ ଗ୍ରୁପ୍-ଏ’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଜବାବରେ ଓଡ଼ିଶା ୬ ୱିକେଟ୍ ହରାଇ ୧୬୪ ରନ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧ ରନରେ ହାରିଲା ଓଡ଼ିଶା

subharansu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ଓଡ଼ିଶା ତା'ର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଛି। ଏଲିଟ୍ ଗ୍ରୁପ୍-ଏ'ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଜବାବରେ ଓଡ଼ିଶା ୬ ୱିକେଟ୍ ହରାଇ ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି। ଏଥିସହ ମାତ୍ର ୧ ରନ୍ ପାଇଁ ଓଡ଼ିଶା ବିଜୟରୁ ବଞ୍ଚିତ ହୋଇଛି।

Advertisment

୧୬୬ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ତା'ର ଦୁଇ ଓପ୍ନର ରାଜେଶ ଧୂପର (୧୨) ଓ ଅଂଶୁମାନ ରଥ (୪)ଙ୍କୁ ସଅଳ ହରାଇଥିଲା। ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ପୋଦ୍ଦାର ୨୯ (୨୨ ବଲ୍, ୧ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଅଭିଷେକ ଯାଦବ ଖାତା ଖୋଲିପାରିନଥିଲେ।

ଶୁଭ୍ରାଂଶୁଙ୍କ ସହ ଅଭିଷେକ ରାଉତ ୪୯ ରନ୍ ଯୋଡ଼ି ମ୍ୟାଚରେ ଓଡ଼ିଶାକୁ କମବ୍ୟାକ୍ କରାଇଥିଲେ। ଶୁଭ୍ରାଂଶୁ ଦମଦାର ଇନିଂସରେ ବ୍ରେକ୍ ଲଗାଇଥିଲେ ଟି. ନଟରାଜନ୍। ଶୁଭ୍ରାଂଶୁ ୪୭ ବଲରେ ୩ ଚୌକା ଓ ୩ ଛକା ସହ ୬୭ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଓଡ଼ିଶାକୁ ଶେଷ ୨ ଓଭରରେ ୨୩ ରନ୍ ଆବଶ୍ୟକ ହେଉଥିଲା। ହେଲେ ଦଳ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଭିଷେକ ଦ୍ରୁତ ୩୮ (୨୧ ବଲ୍, ୪ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ତାମିଲାନାଡୁର ନଟରାଜନ ୨ଟି ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ପାଇଁ ବାବା ଅପରାଜିତ ସର୍ବାଧିକ ୪୪ (୨୮ ବଲ୍, ୩ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ନାରାୟଣ ଜଗଦୀଶାନ ୩୭, ସାଇ ସୁଦର୍ଶନ ୨୮, ହରି ନିଶାନ୍ତ, ଏମ୍. ମହମ୍ମଦ ଦ୍ରୁତ ୨୭ (୧୨ ବଲ୍, ୧ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ୨ଟି, ଆଶିଷ ରାଏ, ଜୟନ୍ତ ବେହେରା ଓ ଅଭିଷେକ ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Cricket