Advertisment

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ, ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଅନୀଲ ପରିଡ଼ା ପ୍ରଥମଥର ରଣଜୀ ଟିମରେ ସୁଯୋଗ ପାଇଛନ୍ତି। ଦଳର ଅଧିନାୟକ ଦାୟିତ୍ୱ ଗୋବିନ୍ଦ ପୋଦ୍ଦାରଙ୍କୁ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Govinda Poddar

Govinda Poddar

ରଣଜୀ ଟ୍ରଫି ୨୦୨୪-୨୫ ସିଜିନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଟିମ ଘୋଷଣା କରାଯାଇଛି। ଓଡ଼ିଶା କ୍ରିକେଟ ସଂଘ(ଓସିଏ) ପକ୍ଷରୁ ଘୋଷଣା କରାଯାଇଥିବା ସ୍କ୍ୱାଡରେ ୨ ଜଣ ନୂଆ ମୁହଁ ରହିଛନ୍ତି।

Advertisment

ଅନୀଲ ପରିଡ଼ା ପ୍ରଥମଥର ରଣଜୀ ଟିମରେ ସୁଯୋଗ ପାଇଛନ୍ତି। ଦଳର ଅଧିନାୟକ ଦାୟିତ୍ୱ ଗୋବିନ୍ଦ ପୋଦ୍ଦାରଙ୍କୁ ମିଳିଛି। ୱିକେଟ କିପର ଭାବେ ରାଜେଶ ଧୂପରଙ୍କ ସହ ଆଶୀର୍ବାଦ ସ୍ୱାଇଁ ସ୍କ୍ୱାଡରେ ରହିଛନ୍ତି। ଶୁଭ୍ରାଂଶୁ ସେନାପତି ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବାରୁ ତାଙ୍କ ଅନୁପସ୍ଥିତ କେତେ ଦୂର ଅନୁଭବ ହେଉଛି, ତାହା ମ୍ୟାଚ୍‌ ବେଳେ ଜଣାପଡ଼ିବ। 

ସ୍କ୍ୱାଡରେ ତାଙ୍କ ଅଭାବକୁ ପୂରଣ କରିବା ପାଇଁ ଅଭିଜ୍ଞ ବିପ୍ଳବ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ରହିଛନ୍ତି। ଯୁବ ତାରକା ରାଜେଶ ମହାନ୍ତି ମଧ୍ୟ ଗତ ସିଜିନ ଭଳି ଏଥର ଦଳରେ ରହିଛନ୍ତି। ଏହାବାଦ ହର୍ଷିତ ରାଥୋଡଙ୍କ ଉପରେ ମଧ୍ୟ ଓସିଏ ଭରସା ଦେଖାଇଛି।

Advertisment

ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ତ୍ରିପୁରା ବିପକ୍ଷରେ ଅଗ୍ରୱାଲାରେ ଖେଳିବ। ଏହି ମ୍ୟାଚ୍‌ ୧୧ ଅକ୍ଟୋବରରୁ ୧୪ ଅକ୍ଟୋବର ଯାଏ ଚାଲିବ। ସେହିପରି ଦ୍ୱିତୀୟ ମ୍ୟାଚରେ ଦଳ ଘରୋଇ ବାରବାଟୀ ଷ୍ଟାଡିୟମରେ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। ଅକ୍ଟୋବର ୧୮ରୁ ୨୧ ଯାଏ କଟକର ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ରଣଜୀ ସିଜିନର ଏହି ଦୁଇଟି ମ୍ୟାଚ୍‌ ପାଇଁ ୧୭ ଜଣିଆ ସ୍କ୍ୱାହ ଘୋଷଣା କରାଯାଇଛି।

ଏହାପରେ ଅକ୍ଟୋବର ୨୬ରୁ ୨୯ ଯାଏ ଦଳ ବରୋଦା ବିପକ୍ଷରେ, ନଭେମ୍ବର ୬ରୁ ୯ ତାରିଖ ମୁମ୍ବାଇ ବିପକ୍ଷରେ, ନଭେମ୍ବର ୧୩ରୁ ୧୬ ମହାରାଷ୍ଟ୍ର ବିପକ୍ଷରେ(କଟକ), ଜାନୁଆରୀ ୨୩ରୁ ୨୬ ମେଘାଳୟ ବିପକ୍ଷରେ ଓ ଶେଷ ମ୍ୟାଚ୍‌ରେ ଦଳ ସର୍ଭିସେସକୁ କଟକର ଡ୍ରିମ୍ସ ପଡ଼ିଆରେ ଭେଟିବ।

ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ

ଗୋବିନ୍ଦ ପୋଦ୍ଦାର(ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ସ୍ୱତ୍ତିକ ସାମଲ, ରାଜେଶ ଧୂପର(ୱିକେଟ କିପର), ଆଶୀର୍ବାଦ ସ୍ୱାଇଁ(ୱିକେଟ କିପର), ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ୍ତ ପ୍ରଧାନ, ତରଣୀ ସା, ହର୍ଷିତ ରାଥୋଡ ଓ ସୁମିତ ଶର୍ମା।

Oca Govinda Poddar Odisha Ranji Team