Advertisment

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ, ୫ ନୂଆ ମୁହଁ

କଟକ (ଓଡ଼ିଶା ରିପୋର୍ଟର): ଆଗାମୀ ରଣଜୀ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ ଦଳର ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ ୨୦ ଜଣିଆ ଓଡ଼ିଶା ଦଳର ଘୋଷଣା କରିଛନ୍ତି। ଦଳର କ୍ୟାପଟେନ୍ ଦାୟିତ୍ୱ ଶୁଭ୍ରାଂଶୁ ସେନାପତିଙ୍କ ହାତକୁ ଦିଆଯାଇଛି। ଟିମରେ ଅଭିଜ୍ଞ ସହ ଯୁବ ତାରକାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶା ଟିମରେ ୫ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ରାକେଶ ପଟ୍ଟନାୟକ, ଆଶିଷ ରାୟ, ଅଂଶୁମାନ ରଥ, ପ୍ରଶାନ୍ତ ରାଣା, ତରଣୀ […]

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ, ୫ ନୂଆ ମୁହଁ

subhransu-senapati-and-ansuman-rath

Advertisment

କଟକ (ଓଡ଼ିଶା ରିପୋର୍ଟର): ଆଗାମୀ ରଣଜୀ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ ଦଳର ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ ୨୦ ଜଣିଆ ଓଡ଼ିଶା ଦଳର ଘୋଷଣା କରିଛନ୍ତି। ଦଳର କ୍ୟାପଟେନ୍ ଦାୟିତ୍ୱ ଶୁଭ୍ରାଂଶୁ ସେନାପତିଙ୍କ ହାତକୁ ଦିଆଯାଇଛି। ଟିମରେ ଅଭିଜ୍ଞ ସହ ଯୁବ ତାରକାଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

Advertisment

ଓଡ଼ିଶା ଟିମରେ ୫ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ରାକେଶ ପଟ୍ଟନାୟକ, ଆଶିଷ ରାୟ, ଅଂଶୁମାନ ରଥ, ପ୍ରଶାନ୍ତ ରାଣା, ତରଣୀ ସା’। ଅଂଶୁମାନ ରଥଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଅଭିଜ୍ଞତା ରହିଛି। ସେ ସିଙ୍ଗାପୁର ଜାତୀୟ ଦଳ ପକ୍ଷରୁ ମ୍ୟାଚ୍ ଖେଳିସାରିଛନ୍ତି। ତା’ଛଡ଼ା ସେ ଓଡ଼ିଶା ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳିଛନ୍ତି। ତେଣୁ ଅଭିଜ୍ଞତା କାରଣରୁ ତାଙ୍କୁ ଦଳରେ ଚୟନ କରାଯାଇଛି।

ଏହାଛଡ଼ା ଦଳରେ ୪ ଜଣ ଓପ୍ନର, ୭ଜଣ ମିଡଲ୍ ଅର୍ଡର, ୨ ଜଣ ୱିକେଟ୍ କିପରଙ୍କୁ ସାମିଲ୍ କରାଯାଇଛି। ବ୍ୟାଟରଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡଙ୍ଗୀଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଚୟନ କରାଯାଇଛି। ସେହିପରି ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ଉପରେ ପୁଣିଥରେ ବୋଲିଂ ବିଭାଗ ଦାୟିତ୍ୱ ରହିବ। ତାଙ୍କ ବ୍ୟତୀତ ରାଜେଶ ମହାନ୍ତି, ସ୍ପିନର ଜୟନ୍ତ ବେହେରାଙ୍କୁ ମଧ୍ୟ ଟିମରେ ଚୟନ କରାଯାଇଛି। ତେବେ ଅଭିଜ୍ଞ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ବାଦ୍ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ରଣଜୀ ଟ୍ରଫି ଫେବ୍ରୁଆରୀ ୧୦ ତାରିଖରୁ ଆରମ୍ଭ ହେବ। ବିସିସିଆଇ ଏଥର ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ସଂଖ୍ୟା କମାଇ ଦେଇଛି। ହାତରେ ସମୟ ନଥିବାରୁ ଏବଂ ଆଗକୁ ଆଇପିଏଲ୍ ଥିବାରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମୋଟ ୩୮ଟି ଦଳକୁ ୯ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଓଡ଼ିଶା ଗ୍ରୁପ୍-ଡି’ରେ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ଭଳି ଦଳ ସହ ସ୍ଥାନ ପାଇଛି। ଗ୍ରୁପ୍-ଡି’ର ମ୍ୟାଚ୍ ଗୁଡ଼ିକ ଅହମଦାବାଦରେ ଖେଳାଯିବ। ତେବେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ରଣଜୀ ଟ୍ରଫି ମ୍ୟାଚ୍ ପୂର୍ବରୁ ଓଡ଼ିଶା ଆସନ୍ତା ୮ ଓ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ବରୋଦା ବିପକ୍ଷରେ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ।

ଓଡ଼ିଶା ରଣଜୀ ଦଳ: ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ଅନୁରାଗ ଷଡଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ୍ କୁମାର ଲେଙ୍କା (ୱିକେଟ୍ କିପର), ରାଜେଶ ଧୂପର (ୱିକେଟ୍ କିପର), ଜୟନ୍ତ ବେହେରା, ପପ୍ପୁ ରାୟ, ଶୁଭମ୍ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରାଣା, ଆଶିଷ ରାଏ, ତରଣୀ ସା’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe