Advertisment

କ୍ୱାର୍ଟରରେ ହାରିଲା ଓଡ଼ିଶା, ସେମି ଆଶା ଧୂଳିସାତ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମହିଳା ସିନିୟର ଦିନିକିଆ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଓଡ଼ିଶା ସିନିୟର ମହିଳା କ୍ରିକେଟ୍ ଟିମର ଯାତ୍ରା କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି। ଆଜି ଓଡ଼ିଶା ମହିଳା ଟିମ୍ କ୍ୱାର୍ଟର୍ ଫାଇନାଲରେ ଅପେକ୍ଷାକୃତ ରେଲୱେ ଠାରୁ ୧୪୯ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶାର ସେମିଫାଇନାଲ୍ ଆଶା ଶେଷ ହୋଇଛି। ଅନ୍ୟ ପକ୍ଷରେ ଲିଗ୍ ପର୍ଯ୍ୟାୟରେ ପରାଜୟର ମଧୁର ପ୍ରତିଶୋଧ ନେବା ସହ ରେଲୱେ ସେମିଫାଇନାଲ୍ ଟିକେଟ୍ କାଟିଛି। […]

କ୍ୱାର୍ଟରରେ ହାରିଲା ଓଡ଼ିଶା, ସେମି ଆଶା ଧୂଳିସାତ୍

women-team

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମହିଳା ସିନିୟର ଦିନିକିଆ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଓଡ଼ିଶା ସିନିୟର ମହିଳା କ୍ରିକେଟ୍ ଟିମର ଯାତ୍ରା କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି। ଆଜି ଓଡ଼ିଶା ମହିଳା ଟିମ୍ କ୍ୱାର୍ଟର୍ ଫାଇନାଲରେ ଅପେକ୍ଷାକୃତ ରେଲୱେ ଠାରୁ ୧୪୯ ରନରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଓଡ଼ିଶାର ସେମିଫାଇନାଲ୍ ଆଶା ଶେଷ ହୋଇଛି। ଅନ୍ୟ ପକ୍ଷରେ ଲିଗ୍ ପର୍ଯ୍ୟାୟରେ ପରାଜୟର ମଧୁର ପ୍ରତିଶୋଧ ନେବା ସହ ରେଲୱେ ସେମିଫାଇନାଲ୍ ଟିକେଟ୍ କାଟିଛି।

Advertisment

ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ନକଆଉଟ୍ ମୁକାବିଲାରେ ରେଲୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୧ ରନ୍ କରିଥିଲା। ଏସ୍ ମେଘନା ସର୍ବାଧିକ ୯୦ ରନ୍ କରିଥିବା ବେଳେ ନୁଝତ୍ ପରୱିନ୍ ୬୨, ସ୍ନେହ ରାଣା ୪୯ ରନର ଇନିଂସ୍ ଖେଳିଥିଲେ। ଓଡ଼ିଶା ପକ୍ଷରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩ଟି, ସୁଜାତା ମଲ୍ଲିକ ଓ ରୋସନାରା ପରୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୨୭୨ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର କୌଣସି ବ୍ୟାଟର୍ସ ରେଲୱେର ବୋଲିଂ ଆଟାକକୁ ସାମ୍ନା କରିପାରିନଥିଲେ। ଯେଉଁ କାରଣରୁ ଓଡ଼ିଶା ଟିମ୍ ପୂରା ୫୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ୪୪, ସରିତା ମେହେର ୧୮, ତନ୍ମୟୀ ବେହେରା ଅପରାଜିତ ୨୧ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୪ ରନ୍ କରିଥିଲେ। ରେଲୱେ ପକ୍ଷରୁ ମେଘନା ସିଂହ, ରାଜେଶ୍ୱରୀ ଓ ଡି. ରାଜେଶ୍ୱରୀ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ମହିଳା ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଆସିଛି। ଗ୍ରୁପ୍ ପର୍ଯ୍ୟାୟରେ ଦଳ ୫ରୁ ୪ଟି ମ୍ୟାଚ୍ ଜିତିଥିଲା। ତେବେ ଓଡ଼ିଶା ମହିଳା ଟିମ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ଉତ୍ତର ପ୍ରଦେଶକୁ ୧୩ ରନରେ ହରାଇ କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe