Advertisment

ଚଳିତ ରଣଜୀ ଋତୁରେ ଓଡ଼ିଶାର ପ୍ରଥମ ବିଜୟ, ବାରବାଟୀରେ ମହାରାଷ୍ଟ୍ରକୁ ହରାଇଲା

ଲଗାତର ଇନିଂସ ପରାଜୟ ପରେ ଶେଷରେ ଘରୋଇ ମାଟିରେ ବିଜୟ ସ୍ୱାଦ ଚାଖିଛି ଓଡ଼ିଶା। ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି।

govinda poddar

govinda poddar

Advertisment

ଲଗାତର ଇନିଂସ ପରାଜୟ ପରେ ଶେଷରେ ଘରୋଇ ମାଟିରେ ବିଜୟ ସ୍ୱାଦ ଚାଖିଛି ଓଡ଼ିଶା। ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି।

Advertisment

ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮ ରନର ଲିଡ୍‌ ପାଇଥିବା ତୃତୀୟ ଦିନରେ ଏଥିରେ ଆଉ ୧୨୯ ରନ ଯୋଡ଼ି ମହାରାଷ୍ଟ୍ରକୁ ମାତ ଦେଇଛି। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଅଧିନାୟକ ଗୋବିନ୍ଦ ପୋଦ୍ଦାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି। ସେ ଦୁଇଟି ଇନିଂସରେ ୬ଟି ୱିକେଟ ନେଇଥିବା ବେଳେ ଟାର୍ଗେଟକୁ ପିଛା କରିବା ବେଳେ ଏକାକୀ ୪୮ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଛନ୍ତି।

ମହାରାଷ୍ଟ୍ର ତା’ର ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରିଥିଲା। ଓଡ଼ିଶା ପାଇଁ ସୁମିତ ଶର୍ମା ୪ଟି, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୩ଟି, ତାରିଣୀ ସା ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେଇଥିଲେ।

Advertisment

ଏହାର ଜବାବରେ ଓଡ଼ିଶା ପାଇଁ ପ୍ରଥମ ଇନିଂସରେ ସ୍ୱସ୍ତିକ ସାମଲ ୧୧୮ ରନ କରିଥିଲେ। ଏହା ପ୍ରଥମ ଶ୍ରେଣୀରେ ତାଙ୍କର ପ୍ରଥମ ଶତକ ଥିଲା। ଏହା ସତ୍ତ୍ୱେ ଓଡ଼ିଶା ବ୍ୟାଟରମାନେ ପ୍ରଥମ ଇନିଂସରେ କେବଳ ୨୦୦ ରନ କରିପାରିଥିଲେ। ଓଡ଼ିଶାକୁ ପ୍ରଥମ ଇନିଂସରେ ୩୮ ରନର ଲିଡ ମିଳିଥିଲା।

ଦ୍ୱିତୀୟ ଇନିଂସରେ ମହାରାଷ୍ଟ୍ର ବ୍ୟାଟରଙ୍କୁ ପୁଣି ଓଡ଼ିଶାର ବୋଲାମାନେ ସ୍ପିନ ଜାଲରେ ଫସାଇଥିଲେ। ସୁମିତ ଶର୍ମା ୫ ୱିକେଟ ନେଇଥିବା ବେଳେ ପୋଦ୍ଦାର ପୁଣି ୩ ୱିକେଟ ଦଖଲ କରିଥିଲେ। ତାରିଣୀ ସାଙ୍କ ଖାତାକୁ ୨ଟି ୱିକେଟ ଯାଇଥିଲା। ଓଡ଼ିଶାର ଘାତକ ବୋଲିଂ ଯୋଗୁ ମହାରାଷ୍ଟ୍ର ତା’ର ଦ୍ୱିତୀୟ ଇନିଂସରେ କେବଳ ୧୬୬ ରନ କରିପାରିଥିଲା। ଏଥିଯୋଗୁ ଓଡ଼ିଶାକୁ ମ୍ୟାଚ୍‌ ଜିତିବା ପାଇଁ ୧୨୯ ରନର ଟାର୍ଗେଟ ମିଳିଥିଲା।

ଏହାକୁ ପିଛା କରୁଥିବା ଓଡ଼ିଶାର ବ୍ୟାଟିଂ ଲାଇନଅପ ଟଳମଳ ହୋଇଥିଲା। ପ୍ରଥମ ଇନିଂସରେ ଶତକ ମାରିଥିବା ସ୍ୱସ୍ତିକ ୯ ରନ ଓ ଅନ୍ୟତମ ଓପନର ଶାନ୍ତନୁ ମିଶ୍ର କେବଳ ୧୦ ରନ କରି ଆଉଟ ହୋଇଥିଲେ। ତେବେ ସନ୍ଦୀପ ପଟ୍ଟନାୟକ ଓ ପୋଦ୍ଦାର ସ୍ଥିତି ସମ୍ଭାଳିଥିଲେ। ସନ୍ଦୀପ ୩୬ ଓ ପୋଦ୍ଦାର ୪୮ ରନ କରି ଓଡ଼ିଶାକୁ ବିଜୟ ଆଡ଼କୁ ନେଇ ଯାଇଥିଲେ।

କିନ୍ତୁ ଦଳକୁ ବିଜୟ ପାଇଁ ୫ ରନ ଦରକାର ଥିବା ବେଳେ ପୋଦ୍ଦାର ଆଉଟ ହୋଇଯାଇଥିଲେ। ଏହାପରେ ଆଶିର୍ବାଦ ସ୍ୱାଇଁ ଓ ସୂର୍ଯ୍ୟକାନ୍ତ ପ୍ରଧାନ(୧) ଆଉଟ ହୋଇଥିଲେ। ତେବେ ଆଶିର୍ବାଦ ଆଉଟ ହେବା ପୂର୍ବରୁ ପୋଦ୍ଦାରଙ୍କ ସହ ମିଛି ଛୋଟିଆ ଭାଗିଦାରୀ କରିଥିଲେ। ସେ ୧୮ ରନ କରିଛନ୍ତି।

୧୨୫ ରନରେ ଓଡ଼ିଶା ୭ଷ୍ଠ ୱିକେଟ ହରାଇଥିଲା। ତେବେ ରାଜେଶ ଧୂପର ୧ ଓ ସୁମିତ ଶର୍ମା(୫ ବଲରେ ୫ ରନ) ଶେଷରେ ଚୌକା ମାରି ଦଳକୁ ଜିତାଇଥିଲେ।

ମହାରାଷ୍ଟ୍ର ବିପକ୍ଷ ବିଜୟ ପୂର୍ବରୁ ଓଡ଼ିଶା ଟିମ ମୁମ୍ବାଇ ଓ ବରୋଦା ଠାରୁ ଇନିଂସ ପରାଜୟବରଣ କରିଥିଲା। ସେହିପରି ଜମ୍ମୁ-କଶ୍ମୀର ସହ ମ୍ୟାଚ୍‌କୁ ଡ୍ର ରଖିଥିଲେ। ତେବେ ପ୍ରଥମ ଇନିଂସ ଲିଡ ଯୋଗୁ ଉକ୍ତ ମ୍ୟାଚ୍‌ରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଥିଲା।

Ranji Trophy Govinda Poddar Odisha Ranji Team Odisha Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe