Advertisment

ଭାରତୀୟ କ୍ରିକେଟର ଚୟକର୍ତ୍ତା ହେଲେ ଶିବସୁନ୍ଦର ଦାସ, ଅଧ୍ୟକ୍ଷ ପଦ ପୁଣି ପାଇଲେ ଚେତନ ଶର୍ମା

ନୂଆଦିଲ୍ଲୀ: ପୁଣିଥରେ ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ତଥା ଓଡ଼ିଶାର ପୂର୍ବତନ ବ୍ୟାଟର ଶିବସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହାର ଅର୍ଥ ସେ ଭାରତୀୟ ପୁରୁଷ ସିନିୟର ଟିମ୍‌ର ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ସେହିପରି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା ପୁଣିଥରେ ଚୟନ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତୀୟ କ୍ରିକେଟର ଚୟକର୍ତ୍ତା ହେଲେ ଶିବସୁନ୍ଦର ଦାସ, ଅଧ୍ୟକ୍ଷ ପଦ ପୁଣି ପାଇଲେ ଚେତନ ଶର୍ମା

shiva-sundar

ନୂଆଦିଲ୍ଲୀ: ପୁଣିଥରେ ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ତଥା ଓଡ଼ିଶାର ପୂର୍ବତନ ବ୍ୟାଟର ଶିବସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହାର ଅର୍ଥ ସେ ଭାରତୀୟ ପୁରୁଷ ସିନିୟର ଟିମ୍‌ର ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବେ।

Advertisment

ସେହିପରି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା ପୁଣିଥରେ ଚୟନ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟକୁ ଭାଙ୍ଗି ଦେଇଥିଲା। ଏହି କମିଟିରେ ଓଡ଼ିଶାର ଦେବାଶିଷ ମହାନ୍ତି ଥିଲେ। ଏହି କମିଟିର ନେତୃତ୍ୱ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ। କିନ୍ତୁ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରି ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା।

ଏହି ଦରଖାସ୍ତ ଆହ୍ୱାନ ପରେ ଇଷ୍ଟ ଜୋନରୁ ଶିବସୁନ୍ଦର ଦାସ ଆବେଦନ କରିଥିଲେ। ତାଙ୍କୁ ଇଷ୍ଟ ଜୋନରୁ ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ଦାସଙ୍କ ବ୍ୟତୀତ ଚୟନ କମିଟିରେ ନୂଆ ମୁହଁ ଭାବେ ସାଲିଲ ଅଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧର ଶରତ ସ୍ଥାନ ପାଇଛନ୍ତି।

Advertisment

ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ଭାରତ ପାଇଁ ୨୩ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ଦିନିକିଆରେ ନଜର ଆସିଥିଲେ। ସେ ୨୩ଟି ଟେଷ୍ଟ ମ୍ୟାଚ ଖେଳି ଭାରତ ପାଇଁ ୧୩୨୬ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୩୪.୮୯ ରହିଥିଲା। ସେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଦୁଇ ଶତକ ମଧ୍ୟ ହାସଲ କରିଥିଲେ। ୨୦୦୧ ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ମିଳିଥିଲା। ଏହାବାଦ ତାଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ୯ଟି ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା।

୨୦୦୨ରେ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟୁରରେ ସୁଯୋଗ ମିଳିଥିଲା। କିନ୍ତୁ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଏଥିପାଇଁ ୨୦୦୨ ଇଂଲଣ୍ଡ ଟୁରରେ ସେ ଡ୍ରପ୍‌ ହୋଇଥିଲେ। ସେବେଠାରୁ ତାଙ୍କୁ ଆଉ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିନି। ଓଡ଼ିଶା ପାଇଁ ଶତାଧିକ ରଣଜୀ ମ୍ୟାଚ୍‌ ଖେଳିଥିବା ଶିବ ସୁନ୍ଦର ଏବେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ୍ ରହିଛନ୍ତି।

ନୂଆ ଦାୟିତ୍ୱ ପାଇବା ପରେ ଶିବସୁନ୍ଦର ଦାସ କହିଛନ୍ତି, ବହୁତ ଖୁସି ଅଛି। ବଡ଼ ସୁଯୋଗ ମିଳିଛି। ଯେଉଁ ଦାୟିତ୍ୱ ମିଳିଛି, ତାହାକୁ ସମ୍ପାଦନ କରିବି। କୋଚିଂକୁ କ୍ୟାରିୟର କରିଥିଲି। ଏବେ ନୂଆ ଦାୟିତ୍ୱ ମିଳିଛି। ସଠିକ ଚୟନ ଜରିଆରେ ଭଲ ଖେଳାଳି ବାଛିବୁ। ବିସିସିଆଇ ମୋ ଉପରେ ଭରସା କରିଥିବାରୁ ଧନ୍ୟବାଦ।