Advertisment

ବାଜିଲା ଟି-୨୦ ବିଶ୍ୱକପ୍ ବିଗୁଲ୍, ଦମଦାର ବିଜୟରୁ ଓମାନର ଅଭିଯାନ ଆରମ୍ଭ

ଅଲ୍ ଅମିରାଟ୍: ଆଇସିସି ଟି-୨୦ ବିଶ୍ୱକପ୍ ବିଗୁଲ୍ ବାଜି ସାରିଛି। ରବିବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆୟୋଜକ ଓମାନ ଓ ପାପୁଆ ନ୍ୟୁ ଗିନୀ (ପିଏନଜି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଓମାନ୍ ଦମଦାର ଆରମ୍ଭ କରି ପିଏନଜିକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପିଏନଜି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଜବାବରେ ଓମାନ୍ ମାତ୍ର ୧୩.୪ ଓଭରରେ ବିନା ୱିକେଟ୍ ହରାଇ ୧୩୧ ରନ୍ […]

author-image
Ranjit Kumar Jena
ବାଜିଲା ଟି-୨୦ ବିଶ୍ୱକପ୍ ବିଗୁଲ୍, ଦମଦାର ବିଜୟରୁ ଓମାନର ଅଭିଯାନ ଆରମ୍ଭ

jatinder

ଅଲ୍ ଅମିରାଟ୍: ଆଇସିସି ଟି-୨୦ ବିଶ୍ୱକପ୍ ବିଗୁଲ୍ ବାଜି ସାରିଛି। ରବିବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆୟୋଜକ ଓମାନ ଓ ପାପୁଆ ନ୍ୟୁ ଗିନୀ (ପିଏନଜି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଓମାନ୍ ଦମଦାର ଆରମ୍ଭ କରି ପିଏନଜିକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପିଏନଜି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଜବାବରେ ଓମାନ୍ ମାତ୍ର ୧୩.୪ ଓଭରରେ ବିନା ୱିକେଟ୍ ହରାଇ ୧୩୧ ରନ୍ କରି ସହଜରେ ମ୍ୟାଚକୁ ଜିତି ନେଇଛି। ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିବା ଓମାନର ଜୀଶାନ ମକସୁଦ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

୧୩୦ ରନର ଲକ୍ଷ୍ୟର ପିଛା କରୁବା ଓମାନ ପାଇଁ ବିଶେଷ ସମସ୍ୟା ହୋଇନଥିଲା। ଟିମର ଦୁଇ ଓପ୍ନର ଆକିବ୍ ଇଲିୟାସ ଓ ଯତିନ୍ଦର ସିଂହ ଆରମ୍ଭରୁ ସର୍ତକତାର ସହ ଖେଳିଥିଲେ। ତେବେ ସେଟ୍ ହେଲା ପରେ ଦୁହେଁ ରନ୍ ଗତିକୁ ବଢ଼ାଇଥିଲେ। ବିଶେଷକରି ଯତିନ୍ଦର ଦ୍ରୁତ ରନ୍ କରି ମାତ୍ର ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିପରି ଆକିବ୍ ୪୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଯତିନ୍ଦର ୭୩ (୪୨ ବଲ୍, ୭ ଚୌକା, ୪ ଛକା) ରନ୍ ଓ ଆକିବ୍ ୫୦ (୪୩ ବଲ୍, ୫ ଚୌକା ଓ ୧ ଛକା) ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପିଏନଜିର କ୍ୟାପଟେନ୍ ଅସଦ୍ ଭାଲା ଓ ଚାର୍ଲ୍ସ ଆମିନୀଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଅସଦ ୪୩ ବଲରେ ସର୍ବାଧିକ ୫୬ (୪ ଚୌକା, ୩ ଛକା) ରନ୍ କରିଥିବା ବେଳେ ଆମିନୀ ୩୭ (୨୬ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେସେ ବାଉ ୧୩ ରନ୍ କରିଥିବା ବେଳେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ। ଓମାନ ପକ୍ଷରୁ ଜୀଶାନ ୨୦ ରନ୍ ଦେଇ ୪ଟି, ବିଲାଲ ଖାନ୍ ଓ କଲୀମୁଲ୍ଲା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment
ICCT20 World Cup 2021