/odisha-reporter/media/post_attachments/uploadimage/library/16_9/16_9_0/RCB_1732016497.jpg)
RCB
ଆସନ୍ତା ୨୦୨୫ ଆଇପିଏଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଓଁକାର ସାଲଭିଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି। ମୁମ୍ବାଇ ରଣଜୀ ଟ୍ରଫି ଓ ଇରାନୀ କପ ନିକଟରେ ଜିତିଥିଲା। ଏହି ସମୟରେ ଓଁକାର ମୁମ୍ବାଇ ଟିମର ମୁଖ୍ୟ କୋଚ୍ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିଥିବାରୁ ଆରିସିବି ତାଙ୍କୁ ବୋଲିଂ କୋଚ ଭାବେ ଦାୟିତ୍ୱ ଦେଇଛି।
ଘରୋଇ କ୍ରିକେଟରେ ବେଶ ପରିଚିତ ଓଁକାର ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ସହ ମଧ୍ୟ ଆସିସଷ୍ଟାଣ୍ଟ କୋଚ ଭାବେ କାମ କରିଥିଲେ। ଆଇପିଏଲରେ ତାଙ୍କର ଅଭିଜ୍ଞତା ରହିଥିବାରୁ ଆରସିବି ତାଙ୍କୁ ୨୦୨୫ର ବୋଲିଂ କୋଚ୍ ଦାୟିତ୍ୱ ଦେଇଛି।
ଆରସିବି ପକ୍ଷରୁ କୁହାଯାଇଛି ଯେ “ବର୍ତ୍ତମାନ ମୁମ୍ବାଇର ମୁଖ୍ୟ କୋଚ ଭାବେ କାମ କରୁଥିବା ଓଁକାର ସାଲଭିଙ୍କୁ ଆରସିବିର ବୋଲିଂ କୋଚ କରାଯାଇଛି। ଗତ ୮ ମାସ ମଧ୍ୟରେ ଓଁକାର ରଣଜୀ ଟ୍ରଫି, ଇରାନୀ ଟ୍ରଫି ଓ ଆଇପିଏଲ ଟ୍ରଫି ଜିତିଛନ୍ତି। ଘରୋଇ ଋତୁର ଡ୍ୟୁଟି ଶେଷ ହେବା ପରେ ସେ ଆମ ସହ ଯୋଡ଼ି ହେବାକୁ ବେଶ ଉତ୍ସାହି।”
ବର୍ତ୍ତମାନ ରଣଜୀ ସିଜିନର ପ୍ରଥମ ହାଫ ଶେଷ ହୋଇଛି। ଜାନୁଆରୀ ୨୩ରୁ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବ। ଏହି ସିଜିନ ଶେଷ ହେବା ପରେ ଓଁକାର ଆରସିବିରେ ସାମିଲ ହେବେ। ଓଁକାର ସୟିଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ବେଳେ ମଧ୍ୟ ମୁମ୍ବାଇ ଦାୟିତ୍ୱରେ ରହିଥିଲେ।
ଓଁକାରଙ୍କ ସାନ ଭାଇ ହେଉଛନ୍ତି ପୂର୍ବତନ କ୍ରିକେଟର ଅଭିଷ୍କାର ସାଲଭି। ୨୦୦୫ରେ ଓଁକାର ରେଳବାଇ ପାଇଁ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। କିନ୍ତୁ ନିଜର କୋଚିଂ ବଳରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ ତାଙ୍କୁ ୨୦୨୫ ଯାଏ କୋଚ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
