Advertisment

ହର୍ଷଙ୍କ ୨୦୨୩ ଟେଷ୍ଟ ଟିମ୍‌: ଭାରତରୁ ଅଛନ୍ତି ୨ ଜଣ, ନାହାନ୍ତି ରୋହିତ, ବିରାଟ ଓ ଶାମି

୧୧ ଜଣିଆ ଟିମ୍‌ରେ କେଉଁମାନଙ୍କୁ ନେଇଛନ୍ତି ହର୍ଷ? କେଉଁ କେଉଁ ଦେଶର ଖେଳାଳି ପାଇଛନ୍ତି ସ୍ଥାନ?

Harsha Bhogle

Harsha Bhogle

Advertisment

୨୦୨୩ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ତା’ ପୂର୍ବରୁ ନିଜର ୨୦୨୩ ଟେଷ୍ଟ୍ ଟିମ୍ ଘୋଷଣା କରିଛନ୍ତି ବରିଷ୍ଠ ଭାଷ୍ୟକାର ତଥା କ୍ରିକେଟ ସମୀକ୍ଷକ ହର୍ଷ ଭୋଗଲେ। ଏହି ଟିମ୍‌ରେ ମାତ୍ର ୨ ଜଣ ଭାରତୀୟ ଖେଳାଳି ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି କି ମହମ୍ମଦ ଶାମିଙ୍କ ନାଁ ଏଥିରେ ନାହିଁ।

Advertisment

ଓପନିଂ ପାଇଁ ହର୍ଷ ତାଙ୍କ ଟେଷ୍ଟ ଟିମ୍‌ରେ ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ଓ ଇଂଲଣ୍ଡର ଜ୍ୟାକ୍‌ କ୍ରାଓଲୀଙ୍କୁ ବାଛିଛନ୍ତି। ଖ୍ୱାଜା ଚଳିତ ବର୍ଷ ୧୨ଟି ମ୍ୟାଚ୍‌ରୁ ୧୨୧୦ ରନ୍ କରିଥିବା ବେଳେ ତା’ ମଧ୍ୟରେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି। ସେହିଭଳି ଜ୍ୟାକ୍ କ୍ରାଓଲୀ ୮ଟି ମ୍ୟାଚ୍‌ରୁ ୬୦୦ରୁ ଅଧିକ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ କରିଛନ୍ତି।

ମିଡିଲ୍ ଅର୍ଡର ପାଇଁ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ ଓ ଇଂଲଣ୍ଡର ଜୋ ରୁଟ୍ ଏବଂ ହ୍ୟାରୀ ବ୍ରୁକ୍‌ଙ୍କୁ ନେଇଛନ୍ତି ହର୍ଷ। କେନ୍ ୱିଲିୟମସନ ୭ଟି ମ୍ୟାଚ୍‌ରୁ ୬୯୫ ରନ୍ କରିଥିବା ବେଳେ ରୁଟ୍ ଓ ବ୍ରୁକ୍ ୭୦୦ରୁ ଅଧିକ ଲେଖାଏଁ ରନ୍ କରିଛନ୍ତି। ରୁଟ୍ ଓ ବ୍ରୁକ ୮ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି।

Advertisment

ୱିକେଟ୍‌ କିପର ଭାବେ ହର୍ଷ ବାଛିଛନ୍ତି ନ୍ୟୁଜିଲ୍ୟାଣ୍ଡର ଟମ୍ ବ୍ଲଣ୍ଡେଲଙ୍କୁ। ଅଲ୍‌ରାଉଣ୍ଡର ଭାବେ ହର୍ଷ ଦୁଇ ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇଛନ୍ତି।

ବୋଲିଂ ପାଇଁ ହର୍ଷଙ୍କ ଟେଷ୍ଟ ଟିମ୍‌ରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍‌, ଇଂଲଣ୍ଡର ଷ୍ଟୁଆର୍ଟ ବ୍ରୋଡ୍‌। ଚଳିତ ବର୍ଷ ଷ୍ଟୁଆର୍ଟ ବ୍ରୋଡ୍‌ ଅବସର ଘୋଷଣା କରି ସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe