Advertisment

ସମସ୍ତ ୧୦ ୱିକେଟ ନେଇ ଦେବାଶିଷ ମହାନ୍ତିଙ୍କ ରେକର୍ଡ କ୍ଲବରେ ଏହି ଭାରତୀୟ ବୋଲର୍‌

୧୦ ୱିକେଟ ଦଖଲ କରିବା ପରେ ସେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି।

author-image
Hemant Lenka
anshul

anshul

ରେକର୍ଡ ବୁକରେ ହରିୟାଣାର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ। ରଣଜୀ ଟ୍ରଫିରେ ସେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ରଣଜୀ ଟ୍ରଫି ଇତିହାସର ତୃତୀୟ ବୋଲର ଭାବେ ଗୋଟିଏ ଇନିଂସର ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।

Advertisment

୨୩ ବର୍ଷୀୟ ଅଂଶୁଲ କମ୍ବୋଜ କେରଳ ବିପକ୍ଷରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ରୋହତକ ଉପକଣ୍ଠରେ ରହିଥିବା ଚୌଧୁରୀ ବଂଶୀ ଲାଲ କ୍ରିକେଟ ଷ୍ଟାଡିୟମରେ ସେ ନିଜର ଜଲୱା ଦେଖାଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ୩୦.୧ ଓଭର ବୋଲିଂ କରି ମାତ୍ର ୪୯ ରନ ଦେବା ସହ ପ୍ରତିପକ୍ଷର ସମସ୍ତ ୧୦ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ୧୦ ୱିକେଟ ଦଖଲ କରିବା ପରେ ସେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। 

୨୦୨୪ରେ ଅଂଶୁଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ୍‌ ଖେଳିଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ମୁମ୍ବାଇ ରିଲିଜ କରିଦେଇଛି। ଏବେ ସେ ରଣଜୀ ଟ୍ରଫିରେ କମାଲ କରି ଆଇପିଏଲ ଅକ୍ସନ ପୂର୍ବରୁ ନିଜ ପ୍ରତିଭା ପ୍ରଦର୍ଶିତ କରିଛନ୍ତି।

Advertisment

ଅଂଶୁଲଙ୍କ ପୂର୍ବରୁ ରଣଜୀ ଟ୍ରଫିରେ ଏପରି କୀର୍ତ୍ତିମାନ କେବଳ ଦୁଇ ଜଣ ଖେଳାଳି କରି ପାରିଥିଲେ। ପ୍ରଥମେ ୧୯୫୬ରେ ବେଙ୍ଗଲର ପ୍ରେମାଙ୍ଗଶୁ ଚାଟାର୍ଜୀ ଆସମ ବିପକ୍ଷ ମ୍ୟାଚ୍‌ରେ ୨୦ ରନ ଦେଇ ସମସ୍ତ ୧୦ ୱିକେଟ ନେଇଥିଲେ। ଏହାପରେ ୧୯୮୫ରେ ରାଜସ୍ଥାନର ପ୍ରଦୀପ ସୁନ୍ଦରମ ବିର୍ଦ୍ଦଭା ବିପକ୍ଷ ମ୍ୟାଚ୍‌ରେ ୭୮ ରନ ନେଇ ୧୦ ୱିକେଟ ଦଖଲ କରିଥିଲେ।

ଅନ୍ୟପକ୍ଷରେ ଅଂଶୁଲ ପ୍ରଥମ ଶ୍ରେଶୀ କ୍ରିକେଟରେ ଭାରତର ୬ଷ୍ଠ ବୋଲର ଭାବେ ୧୦ ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି। ତାଲିକାରେ ଥିବା ବାକି ୩ ଖେଳାଳି ହେଲେ ଅନୀଲ କୁମ୍ବଲେ, ସୁଭାଷ ଗୁପ୍ତେ ଓ ଓଡ଼ିଶାର ଦେବାଶିଷ ମହାନ୍ତି।

ଅଂଶୁଲ ଆଜି ତୃତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ୮ଟି ୱିକେଟ ନେଇ ସାରିଥିଲେ। ଆଜି ସେ କେରଳର ବସିଲ ଥାମ୍ପି ଓ ଶୌନ ରୋଜରଙ୍କୁ ଆଉଟ କରି ପ୍ରଥମ ଥର ପାଇଁ ୧୦ ୱିକେଟ ନେବାର ରେକର୍ଡ କରିଥିଲେ। କେରଳ ତା’ର ପ୍ରଥମ ଇନିଂସରେ ୨୯୧ ରନ କରି ଅଲଆଉଟ ହୋଇଛି।

ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ୱିକେଟ ନେଇଥିବା ଭାରତୀୟ ବୋଲର

୧- ପ୍ରେମାଙ୍ଗଶୁ ଚାଟାର୍ଜୀ(୧୦/୨୦)- ବେଙ୍ଗଲ ବନାମ ଆସାମ(୧୯୫୬-୫୭) – ରଣଜୀ ଟ୍ରଫି

୨- ଦେବାଶିଷ ମହାନ୍ତି(୪୬/୧୦) – ଇଷ୍ଟ ଜୋନ ବନାମ ଦକ୍ଷିଣ ଜୋନ( ୨୦୦୦-୦୧) – ଦୁଲୀପ ଟ୍ରଫି

୩- ଅଂଶୁଲ କମ୍ବୋଜ(୪୯/୧୦) – ହରିୟାଣା ବନାମ କେରଳ(୨୦୨୪-୨୫) – ରଣଜୀ ଟ୍ରଫି

୪- ଅନୀଲ କୁମ୍ବଲେ(୭୪/୧୦) – ଭାରତ ବନାମ ପାକିସ୍ତାନ (୧୯୯୯) – ଟେଷ୍ଟ ମ୍ୟାଚ୍‌

୫- ପ୍ରଦୀପ ସୁନ୍ଦରମ (୭୮/୧୦) – ରାଜସ୍ଥାନ ବନାମ ବିର୍ଦ୍ଦଭା (୧୯୮୫-୮୬) – ରଣଜୀ ଟ୍ରଫି

୬- ସୁଭାଷ ଗୁପ୍ତେ ( ୭୮/୧୦) – ବମ୍ବେ ବନାମ ପାକିସ୍ତାନ କମ୍ବାଇଣ୍ଡ ସର୍ଭିସେନ ଓ ଭାହାବଲପୁର ଏକାଦଶ (୧୯୫୪-୫୫)

Ranji Trophy Test Cricket Debasis Mohanty