Advertisment

ପାକିସ୍ତାନ ଖେଳାଳିଙ୍କ ବଡ଼ ଖୁଲାସା: ଭାରତ ସମ୍ପର୍କରେ କଥା ହେବା ସଂପୂର୍ଣ୍ଣ ବ୍ୟାନ

ଏସିସି ପୁରୁଷ ଟି-୨୦ ଏମର୍ଜିଂ ଟିମ ଏସିଆ କପ ଆରମ୍ଭ ହେବାକୁ ଯାଉଥିବା ବେଳେ ପାକିସ୍ତାନ ଡ୍ରେସିଂ ରୁମରେ ଏପରି ଫତୱା ଜାରି କରାଯାଇଥିବା ହାରିସ କହିଛନ୍ତି।

author-image
Hemant Lenka
Harris

Harris

ପାକିସ୍ତାନ ଏ ଟିମର ଅଧିନାୟକ ମହମ୍ମଦ ହାରିସ ବଡ଼ ଖୁଲାସା କରିଛନ୍ତି। ଭାରତ ସମ୍ପର୍କରେ କଥାବାର୍ତ୍ତା ହେବା ସଂପୂର୍ଣ୍ଣ ରୂପେ ବ୍ୟାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏସିସି ପୁରୁଷ ଟି-୨୦ ଏମର୍ଜିଂ ଟିମ ଏସିଆ କପ ଆରମ୍ଭ ହେବାକୁ ଯାଉଥିବା ବେଳେ ପାକିସ୍ତାନ ଡ୍ରେସିଂ ରୁମରେ ଏପରି ଫତୱା ଜାରି କରାଯାଇଥିବା ହାରିସ କହିଛନ୍ତି।

Advertisment

ଅକ୍ଟୋବର ୧୯ରେ ପାକିସ୍ତାନ ଏ ତା’ର ପ୍ରଥମ ମ୍ୟାଚ୍‌ରେ ଭାରତ ବିପକ୍ଷରେ ଖେଳିବ। ଏହାପୂର୍ବରୁ ହାରିସ ଦେଇଥିବା ଗୋଟିଏ ସାକ୍ଷାତକାରର ଭିଡିଓ ଭାଇରାଲ ହେବାରେ ଲାଗିଛି।

ତାଙ୍କ କହିବା କଥା ଯେ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷ ଯେତେବେଳେ ବି ପାକିସ୍ତାନ ଖେଳିବାକୁ ଯାଇଥାଏ ସେତେବେଳେ ଅତିରିକ୍ତ ଚାପ ରହିଥାଏ। ତେଣୁ ଖେଳାଳିଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି ନ କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ସେ କହିଛନ୍ତି, “ଆପଣଙ୍କୁ ଗୋଟିଏ କଥା କହୁଛି, ପ୍ରଥମଥର ପାଇଁ ଡ୍ରେସିଂ ରୁମରେ ଭାରତ ସମ୍ପର୍କରେ କଥାବାର୍ତ୍ତା କରିବା ଉପରେ ରୋକ ଲଗାଇଯାଇଛି। ଆମକୁ ଭାରତ ସମ୍ପର୍କରେ କଥା ହେବାକୁ ସଂପୂର୍ଣ୍ଣ ରୂପେ ମନା କରାଯାଇଛି। ଆମକୁ ଭାରତ ସମ୍ପର୍କରେ ଭାବିବାର ନାହିଁ।

ଆମକୁ ଅନ୍ୟ ଟିମ ବିଷୟରେ ଭାବିବାର ଅଛି। ମୁଁ ପାକିସ୍ତାନର ସିନିୟର ଟିମରେ ମଧ୍ୟ ଖେଳିଛି। ଗତ ବିଶ୍ୱକପରେ ବି ମୁଁ ଖେଳିଥିଲି। ଆପଣ ଭାରତ କଥା ଭାବିବା ମାତ୍ରେ ମୁଣ୍ଡ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଯାଏ। ଆମକୁ ଅନ୍ୟ ଟିମକୁ ମଧ୍ୟ ସାମ୍ନା କରିବାକୁ ପଡ଼ିବ।”‘

ଆଗାମୀ ଏମର୍ଜିଂ ଏସିଆ କପରେ ଭାରତର ନେତୃତ୍ୱ ତିଲକ ବର୍ମା ସମ୍ଭାଳିବେ। ଅଭିଷେକ ଶର୍ମା ତାଙ୍କର ଡେପୁଟି ରହିବେ। ସ୍କ୍ୱାଡରେ ରାହୁଲ ଚହର ମଧ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଆଇପିଏଲରେ ଦମ ଦେଖାଇଥିବା ପ୍ରଭସିମରନ ସିଂହ, ଅନୁଜ ରାୱତ, ଆୟୁସ ବଦୋନି, ରମଣଦୀପ ସିଂହ ଓ ନେହାଲ ୱାଦ୍ଧେରାଙ୍କ ଭଳି ବ୍ୟାଟର ଅଛନ୍ତି।

ବୋଲିଂ ବିଭାଗରେ ବୈଭବ ଅରୋରା, ଆର ସାଇ କିଶୋର, ହ୍ରତିକ ଶୋକେନ, ରଶିକ ସଲାମ ଓ ଆକିବ ଖାନ ରହିଛନ୍ତି।

ଗ୍ରୁପ ବିରେ ଥିବା ଭାରତ ଅକ୍ଟୋବର ୧୯ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଅଭିଯାନ ଆରମ୍ଭ କରିବେ। ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ତରେ ମ୍ୟାଚ ଖେଳାଯିବ। ଏହି ଗ୍ରୁପରେ ଓମାନ ଓ ୟୁଏଇ ମଧ୍ୟ ରହିଛନ୍ତି। ଗ୍ରୁପ ଏ ଆଫଗାନିସ୍ତାନ, ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ଅଛନ୍ତି।

Pakistan India Cricket